November 13, 2025
Home » ଡିସେମ୍ବର ୩୧ ସୁଦ୍ଧା ଇ-କେୱାଇସି କରାଇବାକୁ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

ଡିସେମ୍ବର ୩୧ ସୁଦ୍ଧା ଇ-କେୱାଇସି କରାଇବାକୁ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

0
WhatsApp Image 2025-11-02 at 6.32.41 PM

 

ଭୁବନେଶ୍ବର: ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ହିତାଧିକାରୀମାନଙ୍କ ପାଇଁ ଖୁସି ଖବର ଆସିଛି। କୌଣସି କାରଣରୁ ଏପର୍ଯ୍ୟନ୍ତ ଇ-କେୱାଇସି କରାଇ ନ ପାରିଥିବା ହିତାଧିକାରୀମାନେ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନକାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାରଯୁକ୍ତ ଇ-କେୱାଇସି କରାଇ ପାରିବେ। ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଜ୍ୟର ସମସ୍ତ ପିଡ଼ିଏସ୍‌ ହିତାଧିକାରୀଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ। ହିତାଧିକାରୀଙ୍କ ଆଧାରଭିତ୍ତିକ ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି। ଏହା ସମସ୍ତ ୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ ଗୋଟି ବ୍ଲକ ଓ ୬୪ ଗୋଟି ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ ଜାରି ରହିଛିI ଏତଦବ୍ୟତୀତ ଅଦ୍ୟାବଧି ଇ-କେୱାଇସି କରାଇ ନ ପାରିଥିବା ହିତାଧିକାରୀମାନଙ୍କୁ ପ୍ରତ୍ୟେକ ମାସର ପି.ଡ଼ି.ଏସ ସାମଗ୍ରୀ ପୂର୍ବଭଳି ପ୍ରଦାନ କରାଯାଉଅଛିI କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଇ-କେୱାଇସି ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ I ଏହି ପ୍ରକ୍ରିୟା ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲୁରହିବI ରାସନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅକ୍ଟୋବର ମାସରେ କହିଥିଲେ, ଯେଉଁମାନେ ନିଜର ଇ-କେୱାଇସି କରି ନାହାନ୍ତି ସେମାନଙ୍କୁ ଆସନ୍ତା ମାସରୁ ଆଉ ଚାଉଳ ମିଳିବନି। କେନ୍ଦ୍ର ସରକାର ଇ-କେୱାଇସିକୁ ବନ୍ଦ କରିଛନ୍ତି। ଯେଉଁମାନେ ଇ-କେୱାଇସି ନ କରି ମଧ୍ୟ ଚାଉଳ ପାଉଛନ୍ତି, ଆସନ୍ତାମାସରୁ ଏହାକୁ ବନ୍ଦ କରିଦିଆଯିବ। ଗତ ୭-୮ ମାସ ଧରି ଇ-କେୱାଇସି ପ୍ରକ୍ରିୟା ଚାଲିଥିଲା। ତେଣୁ ଆଉ ବଢ଼ିବାର ନାହିଁ। କେନ୍ଦ୍ର ସରକାର ଯଦି ଇ-କେୱାଇସି ଅବଧି ବଢ଼ାଇବେ ତା’ହେଲେ ରାଜ୍ୟ ସରକାର ମଧ୍ୟ ଏହି ଅବଧିକୁ ବୃଦ୍ଧି କରିବେ। ଏହା ସହ ଯେଉଁମାନେ ରାସନ କାର୍ଡରୁ ବାଦ୍ ପଡ଼ିଥିବେ ସେମାନେ ଲିଖିତ ଭାବେ ଜଣାଇଲେ ସେମାନଙ୍କ କଥା ବିଚାର କରାଯିବ। ରାଜ୍ୟରେ ଏବେ ବି ୧୫ ଲକ୍ଷ ୬୭ ହଜାରରୁ ଅଧିକ ରାସନକାର୍ଡଧାରୀ ଇ-କେୱାଇସି କରି ନଥିବା ସେ ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ ଯେ ଗତ ସେପ୍ଟେମ୍ବର ୩୦ ତାରିଖ ଇ-କେୱାଇସି କରିବାର ଶେଷ ତାରିଖ ରହିଥିଲା। ‌କେନ୍ଦ୍ର ସରକାର ଏହି ପ୍ରକ୍ରିୟାକୁ ବନ୍ଦ କରିଦେଇଛନ୍ତି। ବିଜେଡି ସରକାର ସମୟରେ ଅନେକ ଭୂତ ହିତାଧିକାରୀ ଚାଉଳ ଉଠାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ବିଜେପି ସରକାର କ୍ଷମତାକୁ ଆସିବା ପରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ପାଇଁ ଧରପଗଡ଼ ଆରମ୍ଭ ହୋଇଥିଲା। ରାଜ୍ୟର ଲକ୍ଷାଧିକ ଲୋକ ଇ-କେୱାଇସି ନ କରିବା ପଛରେ ଅନେକ କାରଣ ରହିଛି। ଅଯୋଗ୍ୟ ହିତାଧିକାରୀ ଧରାପଡ଼ିବା ଭୟରେ ଇ-କେୱାଇସି କରୁନାହାନ୍ତି। ଉପାନ୍ତ ଅଞ୍ଚଳରେ ନେଟୱାର୍କ ସମସ୍ୟା ପାଇଁ ବହୁ vy ହିତାଧିକାରୀ ଅପ୍‌ଡେଟ୍‌ କରିପାରିନାହାନ୍ତି। ଏହା ସହ ଦାଦନ ଖଟିବାକୁ ଯାଇ ବାହାରେ ରହୁଥିବା ଶ୍ରମିକମାନେ ମଧ୍ୟ ଇ-କେୱାଇସି କରିନାହାନ୍ତି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *