July 16, 2025
Home » ଡି.ଏ.ଭି. ପବ୍ଲିକ୍ ସ୍କୁଲରେ ବନ ମହୋତ୍ସବ

ଡି.ଏ.ଭି. ପବ୍ଲିକ୍ ସ୍କୁଲରେ ବନ ମହୋତ୍ସବ

0
WhatsApp Image 2025-07-07 at 8.12.50 PM

ବ୍ରହ୍ମପୁର : ଡି .ଏ .ଭି ପବ୍ଲିକ ସ୍କୁଲ ରେ ବନ ମହୋତ୍ସବ ସପ୍ତାହ ବ୍ୟାପି ପାଳିତ ହୋଇଯାଇଛି ।ଏହି ଅବସରରେ ସ୍କୁଲ ପରିସରରେ ଏଲ୍ .କେ.ଜି ଶିଶୁମାନଙ୍କ ଠାରୁ ଆରମ୍ଭ କରି ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପୃଥକ ପୃଥକ୍ ଭାବେ ବୃକ୍ଷ ରୋପଣ କରାଯାଇଥିଲା ।ସେହି ପରୀ ସଚେତନତା କାର୍ଯ୍ୟକ୍ରମ ସହ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା । ସ୍କୁଲ ତରଫରୁ ବୃକ୍ଷ ରୋପଣ ସହ ପଲିଥିନ ବର୍ଜନ ନେଇ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା ।

ଏଥିରେ କେବଳ ଅଷ୍ଟମ , ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ସହ ସ୍କାଉଟ ଗାଇଡ ବିଦ୍ୟାର୍ଥୀ ସାମିଲ ହୋଇଥିଲେ ।ବିଦ୍ୟାଳୟର ଅଧ୍ୟକ୍ଷା ଧାରାଶ୍ରୀ ପାଢ଼ୀ ଏହି ବନ ମହୋତ୍ସବ ସପ୍ତାହ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ସହ ସାମିଲ ହୋଇ ବୃକ୍ଷ ରୋପଣ ଆଉ ପ୍ଲାଷ୍ଟିକ ର ଅପବ୍ୟବହାର ନେଇ ସଚେତନ କରିଥିଲେ ।ଇକୋ କ୍ଲବ୍ ଶିକ୍ଷୟତ୍ରୀ ଅମୃତା ପରିଛା ଜଙ୍ଗଲ ବିଭାଗ ତରଫରୁ ଚାରା ସଂଗ୍ରହ କରିଥିଲେ ।ଏହି ବନ ସପ୍ତାହ କାର୍ଯ୍ୟକ୍ରମ ରେ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ , ଅଭିଭାବକ ଅଂଶ ଗ୍ରହଣ କରିଥିଲେ । ଅନ୍ତିମ ଦିବସରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ମାଆ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ମାତା ଙ୍କ ସହ ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥିଲେ ।

narasingh dakua nka report epa news

Leave a Reply

Your email address will not be published. Required fields are marked *