July 1, 2025
Home » ଡି ଏ ଭି ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ୨୦୨୪-୨୫ ଅନୁଷ୍ଠିତ

ଡି ଏ ଭି ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ୨୦୨୪-୨୫ ଅନୁଷ୍ଠିତ

0
WhatsApp Image 2025-02-10 at 7.40.34 PM

ସ୍ଥାନୀୟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ସମାରୋହ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି l ଏହି କ୍ରୀଡା ସମାରୋହରେ କୋରାପୁଟ ଆରକ୍ଷୀ ଅଧ୍ୟକ୍ଷ ଶ୍ରୀ ରୋହିତ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାରୋହକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ମଶାଲ ଶୋଭାଯାତ୍ରା ମାଆ ମୁତ୍ୟାଲ ମାଙ୍କ ମନ୍ଦିରରୁ ଆଣି ପୋଲିସ ପଡିଆ ଠାରେ ସ୍ଥାପନା କରଯାଇଥିଲା ଏବ୍ଂ କ୍ରୀଡା ଗୁଡିକ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଗୁରୁ ଛାତ୍ରଛାତ୍ରୀଙ୍କୁ କ୍ରୀଡାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ ଏବ୍ଂ କହିଥିଲେ କ୍ରୀଡା କେବଳ ଏକ ପ୍ରତିଯୋଗିତା ନୂହେଁ , ଏହା ଏକ ଜୀବନ ଶୈଳୀ ଯେଉଁଥିରେ ଶାରୀରିକ, ମାନସିକ ଏବଂ ଭାବନାତ୍ମକ ଉନ୍ନତି ହୋଇଥାଏ। ଏହା ଆମୋ ଜୀବନରେ ଶୃଙ୍ଖଳା, ପରିଶ୍ରମ, ଏକତା ଏବଂ ଆତ୍ମବିଶ୍ୱାସ ଗଠନ କରେ। ଏହି ମହୋତ୍ସବ ପିଲାଙ୍କୁ ଭଲ ପ୍ରଦର୍ଶନ କରିବାର ଅବସର ଦେଉ ଏବଂ ଜୀବନ ରେ ଏକ ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ । ମୁଖ୍ୟ ଅତିଥି ବିଭିନ୍ନ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ମାର୍ଚ୍ ପାଷ୍ଟ ଏବଂ ଜୁମ୍ବା ନୃତ୍ୟ ସୁନ୍ଦର ଭାବେ ମୁଖ୍ୟ ଅତିଥିଙ୍କ ସମ୍ମୁଖରେ କରାଯାଇଥିଲା l

ଏହି ବାର୍ଷିକ କ୍ରୀଡା ଉତ୍ସବ ରେ ସର୍ବମୋଟ ୨୫ଟି ବିଭିନ୍ନ ପ୍ରକାର କ୍ରୀଡାର ଆୟୋଜନ କରାଯାଇଥିଲା । ୧୦୦ ମିଟରରୁ ଆରମ୍ଭ କରି ୮୦୦ ମିଟର ପର୍ଯ୍ୟନ୍ତ ଦୌଡ ପ୍ରତିଯୋଗୀତା ରଖା ଯାଇଥିଲା । ଅନ୍ୟନ୍ୟ ପ୍ରତିଯୋଗୀତାଗୁଡିକ ଯଥା ଲମ୍ବା ଡିଆଁ, ଉଚ୍ଚ ଡିଆଁ, ଡିସ୍କୋସ ଥ୍ର, ଶୋର୍ତ୍ପୁଟ ଥ୍ର, ରିଲେ ରେସ, ମ୍ୟୁଜିକଲ୍ ଚେୟାର ,ସ୍ପୂନ ମାର୍ବଲ ଆଦି ପ୍ରତିଯୋଗୀତା ଉଭୟ ବାଳକ ଏବଂ ବାଳିକା ବିଭାଗରେ ଆୟୋଜନ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହ ଭାଗ ନେଇ ସମାରୋହ କୁ ସାଫଲ୍ୟ ମଣ୍ଡିତ କରିଥିଲେ l
ଉଦଯାପନୀ ସମାରୋହରେ ପ୍ରୋଫେସର ପ୍ରଦୀପ କୁମାର ଡାଙ୍ଗ, ପୂର୍ବତନ ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ l
ଏହି ବାର୍ଷିକ କ୍ରୀଡା ସମାରୋହ ଅଧ୍ୟକ୍ଷ ପ୍ରଫେସର ଦେବେନ୍ଦ୍ର କୁମାର ସେଠୀ ଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଏବଂ ଅଧକ୍ଷତାରେ, ଶ୍ରୀ ଉପେନ୍ଦ୍ର ଶବର ଏବଂ ଶ୍ରୀମତୀ ସସ୍ମିତା ନାୟକ ଙ୍କ ସଂଯୋଜନାରେ ଏବଂ ସମସ୍ତ ଅନୁଷ୍ଠାନ ର କର୍ମଚାରୀମାନଙ୍କ ସହଯୋଗ ରେ ସମାରୋହ କୁ ସଫଳତାର ସହ ଅୟୋଜନ କରାଯାଇଥିଲା। ଜୟଦେବ ଜାକାକା ଏବଂ ମୋହିନୀ ବିଶୋଇ କ୍ରୀଡା ସଚିବ ଭାବେ ସୂଚାରୁ ରୂପେ ଦାୟିତ୍ଵ ନିର୍ବାହ କରିଥିଲେ l

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *