November 13, 2025
Home » ଡୁଙ୍ଗୁରିପାଲି ଆମ୍ବେଦକର ସୃତି ସେବା ସଂଗଠନ ପକ୍ଷରୁ 79 ତମ ସ୍ୱାଧୀନତା ଦିବସ ପାଳିତ

ଡୁଙ୍ଗୁରିପାଲି ଆମ୍ବେଦକର ସୃତି ସେବା ସଂଗଠନ ପକ୍ଷରୁ 79 ତମ ସ୍ୱାଧୀନତା ଦିବସ ପାଳିତ

0
WhatsApp Image 2025-08-16 at 6.37.49 PM

ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଡୁଙ୍ଗୁରିପାଲି ସହରର ଏସସି /ଏସଟି ଷ୍ଟଲ ପରିସରରେ ୭୯ ତମ ସ୍ୱାଧୀନତା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି |ଡୁଙ୍ଗୁରିପାଲି ଆମ୍ବେଦକର ସୃତି ସେବା ସଙ୍ଘଠନର ଆବାହକ ଦୀନବନ୍ଧୁ ସୁନାଙ୍କ ସଂଯୋଜନା ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ର ଘରେ ଘରେ ସୁପରିଚିତ ଲୋକପ୍ରିୟ ଦରଦୀ ସମାଜ ସେବୀ ଚଉତୁରା ଦୀପ ଯୋଗ ଦେଇ ଜାତୀୟ ପତାକା କୁ ଉତ୍ତୋଳନ କରିଥିଲେ |ସମ୍ମାନୀତ ଅତିଥି ଭାବେ ଡୁଙ୍ଗୁରିପାଲି ଏସସି ଏସଟି ମିଳିତ ସମନ୍ୱୟ କମିଟିର ସଭାପତି ସ୍ୟାମସୁନ୍ଦର ଭୋଇ, ବ୍ଲକ ଆଦିବାସୀ ସଂଘ ସଭାପତି ସୁରୁ ଭୋଇ, ଗରିବ ବାଗ, ଭରଦ୍ୱାଜ ଦୀପ,ରାଜୁ ତାଣ୍ଡି,ସୁରେନ୍ଦ୍ର ହରିପାଳ,କୃଷ୍ଣ ବାଗ, ଯଦୁମଣି କୁଦେଇ, ସରୋଜ ପଧାନ,ସୁଦାମ ସାହୁ, ପ୍ରକାଶ ହାତୀ,ଯୁବରାଜ ସିଂ ବରିହା ଯୋଗ ଦେଇଥିଲେ |ମୁଖ୍ୟ ଅତିଥି ଶ୍ରୀଦୀପ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଦେଶର ଯବାନ ଙ୍କ ବୀରତ୍ୱ ବଳିଦାନ, ଦେଶ ଭକ୍ତି, ସ୍ୱାଧୀନତା ଆଣିବାରେ ଦେଇଥିବା ବଳିଦାନ ସଂଗ୍ରାମୀଙ୍କ ସୃତିଚାରଣ, ଯୁବ ପିଢ଼ି ରାଷ୍ଟ୍ରର ସର୍ବ ଶ୍ରେଷ୍ଠ ଶକ୍ତି, ତେଣୁ ଯୁବ ଶକ୍ତି ଓ ଗଣମାଧ୍ୟମ ନିଜର କର୍ତ୍ତବ୍ୟ ସମ୍ପାଦନ କଲେ ଗଣତନ୍ତ୍ର ସୁରକ୍ଷିତ ଓ ଶାସନ ବ୍ୟବସ୍ଥା ସ୍ଵଛ ହୋଇଥାଏ |ସ୍ୱାଧୀନତା ଦିବସ ଅବସରରେ ଆତ୍ମନିର୍ଭର ଭାରତ ନିର୍ମାଣର ସଂକଳ୍ପ ନିଅନ୍ତୁ ବୋଲି ଅବଗତ କରାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପଦ୍ମନାଭ ବାଗ,ଖରିତ ଦୀପ,ଉଦ୍ଧବ ପଧାନ, ସରୋଜ ପାଣ୍ଡେ,ବିଶ୍ଵ ସେଠୀ, ଶିବ ସା ,ସୁବାଷ ସେଠୀ, ରାକେଶ ସେଠ୍, ରଞ୍ଜୁ ଗୁରୁ, ପ୍ରେମ ବାଗ,ଶଶୀ ନାଏକ, ସୁଦର୍ଶନ,ଜିତୁ ଦଣ୍ଡସେନା, ଘାସିରାମ ଷlଣ୍ଢ, ଜପ ନାଏକ ଉପସ୍ଥିତ ଥିଲେ l ପରେ ସମବେତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *