February 5, 2026
Home » ଡୁଙ୍ଗୁରିପାଲି ବ୍ଳକ୍ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡୁଙ୍ଗୁରିପାଲି ବ୍ଳକ୍ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

0
WhatsApp Image 2026-01-19 at 12.18.11 PM

 ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତ ଆରଏମସି ପରିସର କୃଷକ ଭବନଠାରେ ଡୁଙ୍ଗୁରିପାଲି ବ୍ଳକ୍ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ପଦ୍ମବାଗ୍ ଯାଦବଙ୍କ ଅଧ୍ୟକ୍ଷତା ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ବବିଦ୍ୟାଳୟ ସହକାରୀ ପ୍ରାଧ୍ୟାପକ ଡ.ଶୁକମୁନି ମେହେର ଯୋଗ ଦେଇ ଗଣମାଧ୍ୟମ ଓ ସାମ୍ବାଦିକତା ଉପରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଡୁଙ୍ଗୁରିପାଲି ସରପଞ୍ଚ ଚିତ୍ତରଞ୍ଜନ ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟାନନ୍ଦ ମିଶ୍ର, ସଂଘ ପରାମର୍ଶଦାତା ତପନ ଯୁଆଡ଼ି,ସଂଘ ସମ୍ପାଦକ ମୁକେଶ ଭୋଇ ଯୋଗଦେଇ ଥିଲେ |ଲଛିପୁର ଯୁକ୍ତ ଦୁଇ ରାଜନୀତି ବିଜ୍ଞାନ ଅଧ୍ୟାପିକା କଲ୍ୟାଣୀ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଗଣମାଧ୍ୟମର ଭୂମିକା ଉପରେ ବୁଝାଇ ଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ଜଳାଇ ଦେବୀ ସମଲେଶ୍ବରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ l ଡୁଙ୍ଗୁରିପାଲି ଶିଶୁ ବିଦ୍ୟାମନ୍ଦିରର ଭଉଣୀ ମାନେ ଦୀପ ବନ୍ଦନା ଏବଂ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଡୁଙ୍ଗୁରିପାଲି ଲିଟିଲ୍ ଏଞ୍ଜେଲ୍ସ୍ ପବ୍ଳିକ୍ ସ୍କୁଲର ଅଧ୍ୟକ୍ଷ ଶିଶୁପାଲ କଲେତଙ୍କ ସଂଯୋଜନାରେ ପରିଚାଳିତ କାର୍ଯ୍ୟସୂଚୀ ଅନୁଯାୟୀ ସଭାପତି ଶ୍ରୀବାଗ୍ ଯାଦବଙ୍କ ସ୍ବାଗତ ଅଭିଭାଷଣ ପରେ ମୁଖ୍ୟ ଅତିଥି ଡ଼.ମେହେରଙ୍କ ସମେତ ସମ୍ମାନୀତ ଅତିଥି ବୃନ୍ଦ ଏବଂ ସାମ୍ବାଦିକ ସଂଘ ଉପଦେଷ୍ଟା ତଥା ସରକାରୀ ଓକିଲ ତପନ ଯୁଆଡ଼ି ଅଧୁନାତନ ସାମ୍ବାଦିକତାର ଦିଗ ବିଦିଗ ଉପରେ ଆଲୋକପାତ କରିଥିଲେ।ମୁଖ୍ୟବକ୍ତା ଶ୍ରୀମତୀ ମିଶ୍ର ତାଙ୍କ ଭାଷଣରେ ଶୃଙ୍ଖଳିତ ସମାଜଧର୍ମୀ ସାମ୍ବାଦିକତା ଦେଶ ଓ ଜାତି ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଥିବା ମନ୍ତବ୍ୟ ପ୍ରଦାନ କରିବା ପରେ ବିଭିନ୍ନ କ୍ଷେତ୍ରରେ ସମାଜସେବା କାମ କରି ନିଜପରିଚୟ ରଖିଥିବା ଡୁଙ୍ଗୁରିପାଲିର କାର୍ଯ୍ୟରତ ସେବା ଫାଉଣ୍ଡେସନ, କୋଶଲ ସେନା,ସମଲେଶ୍ବରୀ କ୍ଲବ୍,ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ମାରୱାଡ଼ି ଯୁବାମଞ୍ଚ, ନୃତ୍ୟଗୀତ ପରିବେଷଣ କରିଥିବା ଛାତ୍ରୀ ଙ୍କୁ ଏବଂ ଆଇସିଡିଏସ୍ ସୁପର୍ ଭାଇଜର ସୀତା ମେହେରଙ୍କ ସମେତ ବରିଷ୍ଠ ଅଙ୍ଗନୱାଡ଼ି କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହାପରେ ଅତିଥିଙ୍କ ହସ୍ତରେ ସାମ୍ବାଦିକ ସଂଘର ବାର୍ଷିକ ମୁଖପତ୍ର ” ଆହ୍ବାନ “ଉନ୍ମୋଚିତ ହୋଇଥିଲା । ମଞ୍ଚ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମକୁ ଆଗେଇ ନେଇ ସୁପ୍ରତିଷ୍ଠିତ ସାରସ୍ବତ ସାଧକ ଘନଶ୍ୟାମ ମେହେର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |ଲିଟିଲ୍ ଏଞ୍ଜେଲ୍ସ୍ ପବ୍ଳିକ୍ ସ୍କୁଲର ଛାତ୍ରୀମାନଙ୍କୁ ଅତିଥି ଗହଣରେ ସମ୍ବର୍ଦ୍ଧିତ କରାଯାଇଥିଲା ।ଶେଷରେ ଦିନବନ୍ଧୁ ସୁନା ତାଙ୍କ ବକ୍ତବ୍ୟରେ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଜନୈକ ସାମ୍ବାଦିକ ନିର୍ଭୀକ ସମ୍ବାଦ ପରିବେଷଣ କରିବା ଓ ସମସ୍ୟାକୁ ଲୋକଲୋଚନକୁ ଆଣିବା ପୂର୍ବକ ଜନକଲ୍ୟାଣ କାର୍ଯ୍ୟରେ ତାହା ରୂପାୟିତ କରିବା ଉପରେ ଆଲୋକପାତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘର ସାମ୍ବାଦିକ ପ୍ରକାଶ ହାତୀ, ସୁଦାମ ସାହୁ,ଗୋପାଳ ମାଝୀ, ଚଉବର୍ଗ ଭୋଇ, ଉମାକାନ୍ତ ବାଘ, କୃଷ୍ଣଚନ୍ଦ୍ର ବାଗ,ରବୀନ୍ଦ୍ର ତ୍ରିପାଠୀ,ସନ୍ତୋଷ ମିଶ୍ର, ଯଦୁମଣି କୁଦେଇ, ସରୋଜ ପଧାନ,କିଶୋର ସାହୁ, ରାମହରି ସେଠୀ, ପ୍ରଦୀପ ଜାଲ, ରାମଶଙ୍କର ସାମନ୍ତ, ବୀରେନ୍ଦ୍ର ନାଗ, ସଚିକାନ୍ତ ସୁନା ଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *