November 20, 2025
Home » ଡୁଙ୍ଗୁରିପାଲି ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁରଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଡୁଙ୍ଗୁରିପାଲି ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁରଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

0
WhatsApp Image 2024-11-18 at 7.25.24 PM

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାମ ପ୍ରସାଦ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ଯା ନିହିତ 114 ଗୋଟି ପଞ୍ଜୀକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରୁ ବ୍ୟକ୍ତିଗତ ଦରଖାସ୍ତ 107 ଗୋଟି ଗ୍ରହଣ କରାଯାଇଥିବା ବେଳେ 7 ଗୋଟି ସାମୁହିକ ଦରଖାସ୍ତ ଗ୍ରହଣ କରାଯାଇଛି ।ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଗୋଟିଏ ଜରୁରୀ କାଳୀନ ଆର୍ଥିକ ସହାୟତା ମିଳିବା ପାଇଁ ହସ୍ତଗତ ହୋଇଥିବା ଆବେଦନ ପତ୍ରର ତଦନ୍ତ ପାଇଁ ପ୍ରେରଣ କରାଯାଇଛି। ଏହି ଅବସରରେ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଅନ୍ଧlରିବଞ୍ଜି ଗ୍ରାମ ପଞ୍ଚାୟତ ର ନାରାୟଣ ସାହୁଙ୍କୁ ଶିଶୁଙ୍କ ଶିକ୍ଷା ସହାୟତା ନିମନ୍ତେ ଟ. 8400.00, ମlୟାବର୍ହl ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧାନବସl ଗ୍ରାମର ସୁକାନ୍ତ ଛତରଙ୍କୁ ବିବାହ ପ୍ରୋତ୍ସାହନ ସହାୟତା ନିମନ୍ତେ ୫୦,୦୦୦ ହଜାର ଟଙ୍କା, ସୁଖ। ଗ୍ରାମର ସୁଭଦ୍ରା ଭୋଇଙ୍କୁ ଅନ୍ତିମ ସଂସ୍କାର ସହାୟତା ନିମନ୍ତେ 5000 ହଜାର ଟଙ୍କା ଓ ମୃତ୍ୟୁ କାଳୀନ ସହାୟତା ନିମନ୍ତେ ଇଚ୍ଛାପୁର ଗ୍ରାମର ଶ୍ରୀମତୀ ଫୁଲ ତରିଆ ୨ଲକ୍ଷ ଟଙ୍କାର ଶ୍ରମିକ କଲ୍ୟାଣ ଆର୍ଥିକ ସହାୟତା ର ଡେମୋ ଚେକ୍ ପ୍ରଦାନ କରାଯାଇଥିଲା।ଏହି ଡେମୋ ଚେକ୍ ବିତରଣ ସମୟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ଜିଲ୍ଲା ଶ୍ରମ ଅଧିକାରୀ ସୁଶ୍ରୀ ସବିତା କୁମାରୀ ନାୟକ ଓ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ଉପସ୍ଥିତ ଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଡୁଙ୍ଗୁରିପାଲି,ଶ୍ରୀ ବିପିନ କୁମାର ଦୀପଙ୍କ ତତ୍ବାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅହଲ୍ୟା ସାହୁଙ୍କ ସମେତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଶ୍ରୀ ଅଶ୍ଵିନୀ କୁମାର ମେହେର, ଉପଜିଲ୍ଲାପାଳ ସୋନପୁର ଡ. ସୌମ୍ୟାରୂପା ରଥ, ତହସିଲଦାର, ଡୁଙ୍ଗୁରିପାଲି, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ, ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଅଧିକ୍ଷଣ ଯନ୍ତ୍ରୀ, ତପନ ପଧାନ, ଜିଲ୍ଲା ମଙ୍ଗଲ ଅଧିକାରୀ, ଅଚ୍ୟୁତନନ୍ଦ ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା କ୍ରିଡା ଅଧିକାରୀ, ଶ୍ରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ଶ୍ରମ ଅଧିକାରୀ, ଜିଲା ସଂସ୍କୃତି ଅଧିକାରୀ, ସୁଶ୍ରୀ ଯମୁନା ପଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଭରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀ ଅର୍ଜୁନ ମାଝୀ, ବିଭିନ୍ନ ଜିଲ୍ଲା, ତହସିଲ ,ବ୍ଲକ ସ୍ତରୀୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *