ଡୁମାଲ ଜାତି ର ଇଷ୍ଟଦେବୀ ମାଁ ମାହେଶ୍ବରୀ ଙ୍କ ଷୋହଳ ପୂଜା ଓ ଅନ୍ନପ୍ରସାଦ

ବରଗଡ ଜିଲ୍ଲା ର ବିଭିନ୍ନ ମାଁ ମାହେଶ୍ବରୀ ପୀଠ ରେ ଷୋଡଶ ଉପଚାର ରେ ମାଁ ଉମା ମାହେଶ୍ବରୀ ଙ୍କ ଷୋହଳ ପୂଜା ମହା ଆଡମ୍ବର ରେ ପାଳିତ ହେଉଛି ।।ପଶ୍ଚିମ ଓଡିଶାରେ ବିଷେଶଭାବରେ ବସତି ସ୍ଥାପନ କରିଥିବା “ଡୁମାଲ ଜାତି”ର ବିଭିନ୍ନ ବର୍ଗର ଲୋକମାନେ ମାଁ ମାହେଶ୍ବରୀ ଙ୍କ ପୂଜା ଉପାସନା କରନ୍ତି ।।ବିଶେଷତଃ ଦେହେରୀ,ପୂଝାରୀ ,ନଅ ନିତିଆ ସେବାୟତ ମାନେ ନିଷ୍ଟାର ସହ ଉପବାସ କରି ସେବାପ୍ରଦାନ କରନ୍ତି । ।ପ୍ରତ୍ଯହ ମାଁ ଙ୍କର ପୂଜା ସରିବାପରେ ଅନ୍ନପ୍ରସାଦ,ଅନ୍ନରେ ତିଆରୀ କଲୁଆଁ ଭୋଗ ମାଁ ଙ୍କୁ ସମର୍ପଣ କଲାପରେ ଦେହେରୀ,ପୂଝାରୀ ବେଜି,ନଅ ନିତିଆ ତଥା ଭକ୍ତମାନେ ପ୍ରସାଦ ସେବନ କରନ୍ତି ।।ମାଁ ମାହେଶ୍ବରୀ ଙ୍କ ଶୋହଳ ପ୍ରକାର ବେଶ,ଶୋହଳ ଦିନ ପର୍ଯ୍ଯନ୍ତ ଷୋଡଶ ଉପଚାର ରେ ପୂଜା ହୋଇଥାଏ ।।ଏବଂ ବିରବାଦ୍ଯ ଭାବରେ ଢୋଳ,ନିଶାନ,ତାସା,ମୁହୁରୀ ଆଦି ଗଣ୍ଡାବଜା ର ଭର୍ଣ୍ଣିପାର୍ ମାଁ ଙ୍କୁ ପ୍ରଶନ୍ନ କରେ ।।
ଭେଡେନ ବ୍ଲକ ର ବିଭିନ୍ନ ପୀଠ ଆଜି ମାଁ ଙ୍କ ପାର୍ବଣ ରେ ଉତ୍ସବ ମୁଖର ହୋଇ ଉଠିଛି ।।ଚଳଚଞ୍ଚଳ ହୋଇଉଠିଛନ୍ତି ମାଁ ମାହେଶ୍ବରୀଙ୍କ ପରମଭକ୍ତମାନେ ।।ଭେଡେନ ବ୍ଳକ୍ ର କୁବେଡେଗା,ଅମ୍ଲିପାଲି,ହିରୋମୁଣ୍ଡା,ଅରେଇଗୁଡି,ବସେଇକେଲା,ବରଗାଁ,ତାଲଗାଁ,ବାଘପାଲି,ଗୁନିଁଆଁପାଲି,ସିଆଲଖଣ୍ଡହଥା,ଲୁପୁରସିଂହା,ବୁର୍ଦ୍ଦା,ଲୁପୁରସିଂହା ,ବକଟୀ,ଅପମରା ଆଦି ପୀଠ ବା ମନ୍ଦିର ମାନଙ୍କରେ ଶୋହଲପୂଜା ଚାଲୁଅଛି ।।ସେବାୟତ ମାନେ ନିଷ୍ଠାର ସହ ପୂଜାକରୁଛନ୍ତି ।।ବୀରବାଦ୍ଯ ଗଣ୍ଡା ବଜା ର ତାଳେ ତାଳେ ତଥା ଘଣ୍ଟ ,ଶଂଖ,ର ତାଳ ରେ ମାଁ ମାହେଶ୍ବରୀ ବରୋଆ ଦେହରେ ସବୃର ହୋଇ ପଲପଡିଥିବା କଷ୍ଟି ମାନଙ୍କର କଷ୍ଟ ଲାଘବ କରିଥାନ୍ତେ ।।
ହଜାର ହଜାର ଦର୍ଶକ ,ଶ୍ରଦ୍ଧାଳୁ ଭକ୍ତମାନେ ସମବେତ ହୋଇ ମାଁ ମାହେଶ୍ବରୀ ଙ୍କ କୃପାଲାବ କରନ୍ତି ।।ଶ୍ରଦ୍ଧାର ସହ ପୂଜାକଲେ ମାଁ ସନ୍ତୁଷ୍ଟ ହୋଇ ଆଶିର୍ବାଦ ଦିଅନ୍ତି ବୋଲି ଲୋକମାନଙ୍କ ଠାରୁ ପ୍ରକାଶ ।।
ଏହିକ୍ରମରେ ମାଁ ମାହେଶ୍ବରୀ ସଂସ୍କୁତି ପରିଷଦ ,ଓଡିଶା ର କର୍ମକର୍ତ୍ତା ମାନେ ବଇପୁର ସ୍ଥିତ ମାଁମହେଶ୍ବରୀ ମନ୍ଦିର ଦର୍ଶନ ସହ ପ୍ରସାଦ ସେବନ କରିଛନ୍ତି ।।ଏହା ସହ ରାଜ୍ଯ ଡୁମାଲ ପରିଷଦ ର ଜିଲ୍ଲା ସଭାପତି ଗଣେଷ ପଧାନ,ରାଜ୍ଯ ମହିଳା ସଭାନେତ୍ରୀ ହେମାବତୀ କର୍ଣ୍ଣ,ଚୈତନ୍ଯ କର୍ଣ୍ଣ ,ସୁରେନ୍ଦ୍ର କର୍ମି,ଗଣେଷ କର୍ଣ୍ଣ,ପ୍ରେମରାଜ ଦେହେରୀ,ପ୍ରଦୀପ ମହାକୁର ,ଭାଗିରଥି ପଧାନ,ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ସମିତି ଲିଃ ର ସଭାପତି ନରେନ୍ଦ୍ର ପଧାନ,ବିଜୟ ପଧାନ ,ଆର,ସି ,ଏମ,ଏସ ସଭାପତି ସୁଜିତ ପଣ୍ଡା ପ୍ରମୁଖ ମାଁ ମାହେଶ୍ବରୀ ଙ୍କ ଦର୍ଶନ କରି ପ୍ରସାଦ ସେବନ କରିଥିଲେ ।।
ବରଗଡ ଜିଲ୍ଲା ଇପିଏ ରୁ କ୍ଷମାନିଧି ବଣ୍ଡୁକିକଂ ରିପୋର୍ଟ.