ଡୁମାଲ ଜାତି ଶୃଙ୍ଖଳିତ, ସଂସ୍କାରିତ ଓ ସଙ୍ଗଠିତ ରହିବାକୁ ଆହ୍ବାନ
ସୁବର୍ଣ୍ଣପୁର: ରାଜ୍ୟ ଡୁମାଲ୍ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ଶାଖା ସଭାପତି ଅଶ୍ଵିନୀ ମହାକୁର ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ବାଗବର, ହିଲୁଙ୍ଗ ଓ କାନପୁର କେନ୍ଦ୍ର ସାଂଗଠନିକ ବୈଠକ ଦେଉଳମୁଣ୍ଡା ମାହେଶ୍ଵରୀ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଯୋଗଦେଇ ରାଜ୍ୟ ପରିଷଦ, ଜିଲ୍ଲା ଶାଖା,କେନ୍ଦ୍ର କମିଟି କାର୍ଯ୍ୟକର୍ତ୍ତା ଯୋଗଦେଇ ଡୁମାଲ ସମାଜ କୁ ଶୃଙ୍ଖଳିତ, ସଂସ୍କାରିତ ଓ ସଂଗଠିତ କରି ଗଢି ତୋଳିବା ପାଇଁ ଆହ୍ୱାନ ଦେଇଥିଲେ। ଏକ ଭବ୍ୟ ନୂତନ୍ ମାହେଶ୍ଵରୀ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଏକ କମିଟି ଗଠନ ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା। ଉକ୍ତ ସାଂଗଠନିକ ବୈଠକ ରେ ରାଜ୍ୟ ପରିଷଦ ଉପସଭାପତି ଲୋକନାଥ ମାହାର, ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ଭୂଷଣ କୁମାର ପାତ୍ର, ଜିଲ୍ଲା ଉପସଭାପତି ଲକ୍ଷ୍ମଣ ବସ୍ତିଆ, ଜିଲ୍ଲା କାର୍ଯ୍ଯ କାରିଣୀ ସଦସ୍ୟ ମୀନକେତନ ମହାକୁର,ଜିଲ୍ଲା ଆଇନ ସେଲ ସଦସ୍ୟ କୃଷ୍ଣ ଚନ୍ଦ୍ର କମ୍ପ, ମାହେଶ୍ଵରୀ ସେନା ଜିଲ୍ଲା ସଭାପତି ସୁଧାଂଶୁ କର୍ଣ୍ଣ, ସାଂଗଠନିକ କେନ୍ଦ୍ର ସଭାପତି ସର୍ବଶ୍ରୀ ଭଗବାନ କର୍ଣ୍ଣ, କାର୍ତ୍ତିକ ଖଣ୍ଡଗିରି, ଅଯତ୍ନ କଲତା, କଳ୍ପ ମହାକୁର, ରବି ବଘାର, ଜଗନ୍ନାଥ୍ ପାତ୍ର, ରଘୁନାଥ ମହାକୁର, କାହ୍ନୁ ମହାକୁର ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ପୁରନ୍ଦର ଦେହେରି,କ୍ଷୀରlନ୍ନବ ମହାକୁର, ସଞ୍ଜୟ ଛନ୍ଦ, ଶ୍ରୀତମ ମହାକୁର, ଅର୍ଜୁନ ଛନ୍ଦ, ନିରଞ୍ଜନ ଛନ୍ଦ, ଯଦୁମଣି ଛନ୍ଦ, ମଧୁସୂଦନ ପଧାନ, ରାଜ କୁମାର ମହାକୁର ପ୍ରମୁଖ ସହଯୋଗ କରିଥିଲେ। ବାଗବର କେନ୍ଦ୍ର ସମ୍ପାଦକ ହରିହର ପଧାନ ଧନ୍ୟବାଦ୍ ପ୍ରସ୍ତାବ ଆଗତ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
