July 28, 2025
Home » ଡ. ଆମ୍ବେଦକର ସାମାଜିକ ନ୍ୟାୟ ପରିଷଦର ୨ୟ ବୈଠକ ଅନୁଷ୍ଠିତ।

ଡ. ଆମ୍ବେଦକର ସାମାଜିକ ନ୍ୟାୟ ପରିଷଦର ୨ୟ ବୈଠକ ଅନୁଷ୍ଠିତ।

0
WhatsApp Image 2025-03-31 at 11.34.45 PM

ବାବା ସାହେବ ଜୟନ୍ତୀ ପାଳନ ଲାଗି ଗଠନ ହେଲା ମିଳିତ କ୍ରିୟାନୁଷ୍ଠାନ କମିଟି।

କେନ୍ଦୁଝର: ସ୍ଥାନୀୟ ବଡ଼ହଳ ସ୍ଥିତ ଭୂୟାଁ ସାଂସ୍କୃତିକ ଭବନରେ ଆଜି ଡ. ଆମ୍ବେଦକର ସାମାଜିକ ନ୍ୟାୟ ପରିଷଦର ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦଳିତ ଆଦିବାସୀ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଗୋଷ୍ଠୀର ବ୍ୟକ୍ତିମାନେ ଆସି ଏହି ସଭାରେ ଯୋଗ ଦେଇଥିଲେ। ଆଜି ବୈଠକରେ ପୂର୍ବତନ ତେଲକୋଇ ବିଧାୟକ ଶ୍ରୀ ପ୍ରାଣ ବଲ୍ଲଭ ନାୟକ ଅଧ୍ୟକ୍ଷତା କରିଥିଲେ। ଏହି ସଭାରେ ସମାଜ ସଂସ୍କାରକ ବାବାସାହେବଙ୍କ ସମାଜ ପ୍ରତି ଅବଦାନ ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ସମସ୍ତେ ତେଣୁ ଚଳିତ ଅପ୍ରେଲ ୧୪ ତାରିଖ ବାବା ସାହେବଙ୍କ ୧୩୪ ତମ ଜନ୍ମ ଜୟନ୍ତୀକୁ ଆଡମ୍ବର ସହକାରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ବରିଷ୍ଠ ସମାଜସେବୀ ଶ୍ରୀ କୁମରମଣି ତନ୍ତୀଙ୍କ ଅନୁରୋଧ କ୍ରମେ ଆମ୍ବେଦକର ଜୟନ୍ତୀ ପାଳନ ଲାଗି ସବୁ ସଂଗଠନଙ୍କୁ ନେଇ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା। କେନ୍ଦୁଝର ଟାଉନ୍ ହଲ୍ ଠାରେ ସେଦିନ ବାବା ସାହେବଙ୍କ ଜୟନ୍ତୀ ପାଳନ ଲାଗି ଏକ ସଭା କରିବାକୁ ନିଷ୍ପତ୍ତି ନିଆଗଲା। ସେଥିଲାଗି ୫୦୦ ବ୍ୟକ୍ତି ଯୋଗ ଦେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବାବାସାହେବଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏକ ରାଲିରେ ସକାଳ ୯ଟାରେ ନଗର ଭବନରେ ପହଞ୍ଚିବେ ତାପରେ ସଭା କରାଯିବ ଜଣାଯାଇଛି। ଏଥିଲାଗି ହୋଇଥିବା କ୍ରିୟାନୁଷ୍ଠାନ କମିଟିରେ ପୂର୍ବତନ ସଦର ବିଧାୟକ ଶ୍ରୀ ସୁବର୍ଣ୍ଣ ନାୟକ, ହୋ ସମାଜର ଶ୍ରୀ ଜୀବନ ସିଂ ମୁଣ୍ଡା,ସାନ୍ତାଳ ସମାଜର ଅଧିବକ୍ତା ମେଘନାଥ ମାଝୀ, ସେବା ସ୍ତମ୍ବରୁ ଶ୍ରୀ ସୁଢ଼ଳ କୁମାର ସେଠୀ, ପଛୁଆ ବର୍ଗରୁ ଶ୍ରୀ ଦୈତାରି ଆପଟ, ଶବର ସମାଜରୁ ଶ୍ରୀ କୁମ୍ଭକର୍ଣ୍ଣ ଦେହୁରୀ, ଗୋଁଡ ସମାଜର କୀର୍ତ୍ତନ ବିହାରୀ ନାୟକ, ଅନୁସୂଚିତ ଜାତିର ଶ୍ରୀ ବାବାଜୀ ଚରଣ ପାତ୍ର, ଭୂୟାଁ ସମାଜର ଶ୍ରୀ ନରୋତ୍ତମ ନାଏକ, ଅନୁସୂଚିତ ଜାତିରୁ ପୂର୍ଣ୍ଣଚନ୍ଦ୍ର ଦାସ ରହିଛନ୍ତି। ଏମାନେ ବହୁ ସଂଖ୍ୟାରେ ଏହି ସଭାରେ ଯୋଗ ଦେବା ଲାଗି ସମସ୍ତଙ୍କୁ ନିବେଦନ କରିଛନ୍ତି। ଆଜି ବୈଠକରେ ଯୋଗ ଦେଇଥିବା ବ୍ୟକ୍ତିମାନେ ହେଲେ ଜନାର୍ଦ୍ଦନ ନାୟକ, ଯଦୁମଣି ଦେହୁରୀ,ଚକ୍ରଧର ନାୟକ,ଅନାଦି ଚରଣ ନାୟକ,ଦୁର୍ଯୋଧନ ନାୟକ,ଦିଲୀପ କୁମାର ସାହୁ,ରାମେଶ୍ବର ମାଝୀ,ସୋମନାଥ ଜେନା,ପ୍ରଶାନ୍ତ କୁମାର ନାୟକ,ରାଜେଶ ନାୟକ,କାଙ୍ଗାଳି ଚରଣ ନାଏକ,ନଗେନ ମାଝୀ ଆଦି ଅନେକ ସଦସ୍ୟ।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇଷ୍ଟର୍ନ ପ୍ରେସ)

Leave a Reply

Your email address will not be published. Required fields are marked *