July 28, 2025
Home » ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଏବଂ ଜିଲ୍ଲା ଜୁଏଲାରୀ ଆସୋସିଏସନ୍ ପକ୍ଷରୁ ଜି.ଏସ୍.ଟି. ଏନଫୋର୍ସମେଣ୍ଟ ଟିମ୍ ଚଢାଉର ଘୋର ପ୍ରତିବାଦ ।

ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଏବଂ ଜିଲ୍ଲା ଜୁଏଲାରୀ ଆସୋସିଏସନ୍ ପକ୍ଷରୁ ଜି.ଏସ୍.ଟି. ଏନଫୋର୍ସମେଣ୍ଟ ଟିମ୍ ଚଢାଉର ଘୋର ପ୍ରତିବାଦ ।

0
WhatsApp Image 2024-11-12 at 6.35.08 AM

ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଏବଂ ଜିଲ୍ଲା ଜୁଏଲାରୀ ସଂଘ ପକ୍ଷରୁ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ, ଢେଙ୍କାନାଳ “ବାଣିଜ୍ୟ ଭବନ” ପରିସରରେ ଏକ ଜରୁରୀ ବୈଠକ ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସଭାପତି ରାଜେଶ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ,, ଗତ ଧନତେରାସ ଦିନ ଜୟପୁର ସହରର ଯୁବ ସୁନା ବ୍ୟବସାୟୀ, ଜି.ଏସ୍.ଟି ଅଧିକାରୀଙ୍କ ଦୌରାତ୍ମ୍ୟର ଶୀକାର ହୋଇ ହୃଦଘାତରେ ମୃତ୍ୟୁ ବରଣ କରିଥିବାରୁ,, ଗଭୀର ଶୋକ ପ୍ରକାଶ ପାଇଥିଲା ଓ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଆଲୋଚନା ପ୍ରସଙ୍ଗରେ ବ୍ୟବସାୟୀମାନେ ସ୍ୱଚ୍ଛ, ସାଧୁ ଓ ଦକ୍ଷ ଉପାୟରେ ବ୍ୟବସାୟ ପ୍ରତିଷ୍ଠାନରେ ଦୈନିକ ୧୨ ଘଂଟାରୁ ଉର୍ଦ୍ଧ୍ବ ସମୟ ପରିଶ୍ରମ କରିବା ସହ ଗ୍ରାହକଙ୍କ ଠାରୁ “ଟାକ୍ସ’ ସଂଗ୍ରହ କରି ସରକାରଙ୍କୁ ପଇଠ କରୁଛନ୍ତି । ପ୍ରତ୍ୟେକ ବ୍ୟବସାୟ ପ୍ରତିଷ୍ଠାନ, ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି । କିନ୍ତୁ ଅପର ପକ୍ଷେ, ସରକାରଙ୍କ ଜଟିଳ ଟ୍ୟାକ୍ସ ବ୍ୟବସ୍ଥା, ପେନାଲ୍ଟି ଓ ଜୋରିମନା ଆଦାୟ ବିଶେଷ କରି ବ୍ୟବସାୟ ପ୍ରତିଷ୍ଠାନ ଉପରେ ସଶସ୍ତ୍ର ପୋଲିସ୍ ସହ ଚଢାଉ ଦ୍ୱାରା ବ୍ୟବସାୟୀ ଭୟ, ଆତ୍ମଗ୍ଲାନି ଓ ଅନୁଶୋଚନା ଭିତରେ ମୃତୁ୍ ମୁଖରେ ମଧ୍ୟ ପଡୁଛି । ତେଣୁ ସରକାରଙ୍କର ବ୍ୟବସାୟୀମାନଙ୍କ ପ୍ରତି ବୈମାତୃକ ଭାବ, ଅଫିସର ରାଜ, ଭୟ ଓ ଆତଙ୍କ ଖେଳାଇ ଜୋର୍ ଜବରଦସ୍ତ ଟିକସ ଆଦାୟ ପ୍ରକ୍ରିୟାକୁ ଦୃଢ ବିରୋଧ କରାଯାଇଥିଲା । ଶହଶହ ବ୍ୟବସାୟୀ ଆଜି ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖି ବାଣିଜ୍ୟ ଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ମହିଷାପାଟ ସ୍ଥିତ ବାଣିଜ୍ୟ କର ବିଭାଗ, ଉପ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦୃଢ ପ୍ରତିବାଦ କରିଥିଲେ । ଏ ସଂପର୍କରେ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଢେଙ୍କାନାଳ ବାଣିଜ୍ୟ କର, ଉପ ଆୟୁକ୍ତ ଶ୍ରୀମତୀ ହରପ୍ରିୟା ମହାପାତ୍ରଙ୍କୁ ଭେଟି ପ୍ରଦାନ କରିଥିଲେ । ଶ୍ରୀମତୀ ମହାପାତ୍ର ଏଥି ନିମନ୍ତେ ଉଚିତ୍ ପଦକ୍ଷେପ ନେବା ସହିତ ଆଗାମୀ ଦିନରେ ବ୍ୟବସାୟୀ ବନ୍ଧୁମାନଙ୍କର ସହଯୋଗ କାମନା କରିଥିଲେ । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସଭାପତି ରାଜେନ୍ଦ୍ର କୁମାର ଦାସ, ବିମଳ ପୋଦାର, ଉପସଭାପତି ରୋଟାରିଆନ୍ ରାଜକିଶୋର ବେହେରା, ମହେଶ ପ୍ରସାଦ ଅଗ୍ରୱାଲ, ଶିବ ପ୍ରସାଦ ପଣ୍ଡା, କୃଷ୍ଣଚନ୍ଦ୍ର ଦେବତା, ସତ୍ୟ ପାତ୍ର, ଜିଲ୍ଲା ଜୁଏଲର୍ସ ଆସୋସିଏସନ୍ର କାର୍ଯ୍ୟକାରୀ ସଭାପତି ରାଜେଶ ସୋନି, ସଂପାଦକ ଲୋକନାଥ ମହାପାତ୍ର, ମନୋଜ ଅଗ୍ରୱାଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

କାମାକ୍ଷାନଗର ଇପିଏ ରାଜ କିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *