July 2, 2025
Home » ଢେଙ୍କିକୋଟ କଲେଜର +୨ ପରୀକ୍ଷା ଫଳ ଅତି ନୈରାଶ୍ୟଜନକ

ଢେଙ୍କିକୋଟ କଲେଜର +୨ ପରୀକ୍ଷା ଫଳ ଅତି ନୈରାଶ୍ୟଜନକ

0
WhatsApp Image 2025-05-23 at 6.57.04 AM

କେନ୍ଦୁଝର:ଢେଙ୍କିକୋଟ ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ରିଜିଓନାଲ ଏସ.ଏନ କଲେଜର +୨ ଦ୍ବିତୀୟ ବର୍ଷର କଳାରେ ପରୀକ୍ଷା ଫଳ ନୈରାଶ୍ୟଜନକ ହୋଇଛି। ସର୍ବମୋଟ ୯୩ ଜଣ ଛାତ୍ର ଛାତ୍ରୀ ପରିକ୍ଷା ଦେଇଥିଲେ ସେଥିମଧ୍ୟରୁ ୩୦ ଜଣ ପାସ୍ କରିଛନ୍ତି। ତେଣୁ ଚଳିତବର୍ଷ ନୁତନ ଛାତ୍ରଛାତ୍ରୀ ମାନେ ନାମ ଲେଖାଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଉପଯୁକ୍ତ ପରିବେଶ, କ୍ଲାସରୁମ,ଲାଇବ୍ରେରୀ,ପାଠ୍ୟ ଉପକରଣର ସୁବିଧା ଥିଲେ ବି ପାଠ ପଢା ଠିକ୍ ଭାବେ ହେଉନି ବୋଲି ଅଭିଯୋଗ ହେଉଛି।ପ୍ରିନ୍ସିପାଲଙ୍କ ସହିତ ଅନ୍ଯ କର୍ମଚାରୀ ମଧ୍ୟରେ ମାରପିଟ,କଳି ଝଗଡା କଥା ଦାଣ୍ଡରେ ପଡି ହାଟରେ ଗଡ଼ୁଛି। କଲେଜରେ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ କଲେଜ କର୍ମଚାରୀ ମାନେ ଖରାପ ଭାଷାରେ କଳି ଝଗଡା କରୁଛନ୍ତି। କାର୍ଯ୍ୟରତ ଜଣେ ଇଂରାଜୀ ଅଧ୍ୟାପକ କଲେଜର ନୀତି ନିୟମକୁ ଅବମାନନା କରିଆସୁଛନ୍ତି। ତାଙ୍କର ଅନେକ ଥର ଅନ୍ୟ ଷ୍ଟାଫଙ୍କ ସହିତ ମନୋମାଳିନ୍ୟ ହେବା ସହିତ ସେ ଅନେକ ଭୁଲ୍ କାମ କରୁଛନ୍ତି ବୋଲି ଅଭିଯୋଗ ଅଛି। କଲେଜରେ ନାମକୁ ମାତ୍ର ପ୍ରିନ୍ସିପାଲ ଅଛନ୍ତି ଏବେ କଲେଜ ପରିସର ମଦୁଆ ମାତାଲି ମାନଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଛି। ଆଗରୁ କଲେଜ ଛାତ୍ରଛାତ୍ରୀ ମାନେ ଏଥିପାଇଁ ରାଜପଥ ଅବରୋଧ କରିଥିଲେ। ଆଗାମୀ ଦିନରେ କଲେଜରେ ତାଲା ଝୁଲିବ ବୋଲି ସ୍ଥାନୀୟ ବୁଦ୍ଧିଜୀବି ମାନେ ପ୍ରକାଶ କରିଛନ୍ତି। ତେଣୁ ଜଣେ ଦକ୍ଷ ଯୋଗ୍ୟ ପ୍ରିନ୍ସିପାଲଙ୍କୁ ନିଯୁକ୍ତି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *