July 30, 2025
Home » ତରଭା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l

ତରଭା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l

0
WhatsApp Image 2024-11-25 at 6.28.02 PM

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାମ ପ୍ରସାଦ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ଯା ନିହିତ 64 ଗୋଟି ପଞ୍ଜୀକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରୁ 36 ଗୋଟି ବ୍ୟକ୍ତିଗତ ଦରଖାସ୍ତ ଗ୍ରହଣ କରାଯାଇଥିବା ବେଳେ, 28 ଗୋଟି ସାମୁହିକ ଦରଖାସ୍ତ ଗ୍ରହଣ କରାଯାଇଛି । ତିନି ଗୋଟି ଦରଖାସ୍ତ ବା ଅଭିଯୋଗ ତୁରନ୍ତ ଶୁଣାଣି ସମୟ ମଧ୍ୟରେ ଫଏସଲା ହୋଇଥିଲା । ଅବଶିଷ୍ଟ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ।

ବାଘିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଲପଦର୍ ଗ୍ରାମର ଶ୍ରୀମତୀ ବିଶାଖା ସୁନାଙ୍କ ଜରୁରୀ କାଳୀନ ଆର୍ଥିକ ସହାୟତା ମିଳିବା ପାଇଁ ହସ୍ତଗତ ହୋଇଥିବା ଆବେଦନ ପତ୍ରକୁ ବିଚାର କରି ରେଡ୍ କ୍ରସ୍ ପାଣ୍ଠିରୁ ଟ.10000.00(ଦଶ ହଜାର ଟଙ୍କା ) ର ଆର୍ଥିକ ସହାୟତା ଜିଲ୍ଲାପାଳ, ସୁବର୍ଣ୍ଣପୁର ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ଶ୍ରମ ବିଭାଗ ତରଫରୁ ତରଭା ପଞ୍ଚାୟତ ସମିତି ଅଞ୍ଚଳ ର 50 ଜଣ ଶିଶୁଙ୍କ ଶିକ୍ଷା ସହାୟତା ନିମନ୍ତେ ଟ.2,31,800.00, ପନ୍ଦର 15 ଗୋଟି ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ଝିଅ ବିବାହ ପାଇଁ ପ୍ରୋତ୍ସାହନ ସହାୟତା ନିମନ୍ତେ ୫୦,୦୦୦ ହଜାର ଟଙ୍କା ହାରରେ ମୋଟ ଟ. 7,50,000.00, ଓ ମୃତ୍ୟୁ କାଳୀନ ସହାୟତା ନିମନ୍ତେ ପାର୍ବତୀ ମହାନନ୍ଦ ଙ୍କୁ ସ୍ବାମୀ ଙ୍କ ମୃତ୍ୟକାଳୀନ ସହାୟତା ବାବଦକୁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ର ଡେମୋ ଚେକ୍ ପ୍ରଦାନ କରାଯାଇଥିଲା।ଏହି ଡେମୋ ଚେକ୍ ବିତରଣ ସମୟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ଜିଲ୍ଲା ଶ୍ରମ ଅଧିକାରୀ ସୁଶ୍ରୀ ସବିତା କୁମାରୀ ନାୟକ ଓ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ଉପସ୍ଥିତ ଥିଲେ। ପୁନଶ୍ଚ ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ତରଭା ଶାଖା ତରଫ ରୁ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନାରେ ପୁଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଟକର୍ଲା ଗ୍ରାମର ଶ୍ରୀମତୀ କଳ୍ପନା ସ୍ୱାଇଁ ଓ ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିକାଶ ରଣା ଙ୍କୁ ଟ 200000.00 (ଦୁଇ ଲକ୍ଷ) ଟଙ୍କା ଲେଖାଏଁ ବିମା ରାଶି ଜିଲ୍ଲାପାଳ, ସୁବର୍ଣ୍ଣପୁର ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ସେହିପରି ବଡଭଏଁରୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସର୍ଗିଝରିଆ ଗ୍ରାମର ମା ଲକ୍ଷ୍ମୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ମା ମଙ୍ଗଳା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ମାଛ ଚାଷ ନିମନ୍ତେ ଟ 10,00,000 .00 ଙ୍କ।, ମରାଡୁ ଗୋଛା ଗ୍ରାମ ପଞ୍ଚ।ୟତ ଅନ୍ତର୍ଗତ ବନ କେଡା ଗ୍ରାମର ମା ମହାଲକ୍ଷ୍ମୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ଟ 5,00,000.00 ମାଛ ଚାଷ ନିମନ୍ତେ ଓ ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ର ତଅଁଲାପଡାର ମା ସନ୍ତୋଷୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ଟ10,00,000.00 ର ଋଣ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ଦ୍ଵାରା ବିତରଣ କରାଯାଇଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତରଭା,ଶ୍ରୀ ଗଙ୍ଗାରାମ ବୁଡେକ୍ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଶ୍ରୀ ଅଶ୍ଵିନୀ କୁମାର ମେହେରଙ୍କ ସମେତ ଉପଜିଲ୍ଲାପାଳ ସୋନପୁର ଡ.ସୌମ୍ୟାରୂପା ରଥ, ତହସିଲଦାର, ତରଭା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ,ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ, ଶ୍ରୀ ପ୍ରଭାତ କୁମାର ଦାସ, ଅଧିକ୍ଷଣ ଯନ୍ତ୍ରୀ, ଆର୍. ଦବ୍ଲୁ.ଏସ୍. ଏସ୍., ସୁବର୍ଣ୍ଣପୁର, ତପନ ପଧାନ, ଜିଲ୍ଲା ମଙ୍ଗଲ ଅଧିକାରୀ, ଅଚ୍ୟୁତନନ୍ଦ ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା କ୍ରିଡା ଅଧିକାରୀ, ଶ୍ରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ଶ୍ରମ ଅଧିକାରୀ, ଜିଲା ସଂସ୍କୃତି ଅଧିକାରୀ, ସୁଶ୍ରୀ ଯମୁନା ପଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଭରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀ ଅର୍ଜୁନ ମାଝୀ, ବିଭିନ୍ନ ଜିଲ୍ଲା, ତହସିଲ ,ବ୍ଲକ ସ୍ତରୀୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ ।ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *