ତରଭା ପୁଲିସ ଦ୍ଵାରା ୬ କୁଇଣ୍ଟାଲ ଗଞ୍ଜେଇ ସହ ବ୍ୟବହୃତ ଗାଡି ଜବତ

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ତରଭା ପୁଲିସ ୬ କୁଇଣ୍ଟାଲ ଗଂଜେଇ ସହ ବ୍ୟବହୃତ ଗାଡି କୁ ଜବତ କରିଛି । ଘଟଣାରୁ ପ୍ରକାଶ ଯେ , ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ତରଭା ଦେଇ ବାହାର ରାଜ୍ୟ କୁ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ତରଭା ପୁଲିସ ଗଂଜେଇ ବୋଝେଇ ଗାଡ଼ି କୁ ପିଛା କରିଥିଲେ l ଫଳରେ ଗଂଜେଇ ନେଇ ଯାଉଥିବା ବୋଲେରୋ ମ୍ୟାକ୍ସ (OD-31 G 2843 Fake ନମ୍ବର ) ପିକଅପ୍ ର ଡ୍ରାଇଭର ଜଣକ ତରଭା ବଡ଼ବନ୍ଧ ନିକଟରେ ଗାଡ଼ି ଛାଡ଼ି ଫେରାର ମାରିଥିଲା ।
ଉକ୍ତ ଗାଡ଼ି କୁ ଯାଞ୍ଚ କଲାପରେ ଗାଡ଼ି ରୁ 6 କୁଇଣ୍ଟାଲ 15 କେଜି ଗଂଜେଇ ବାହାରିଥିଲା । ପୁଲିସ ଗଂଜେଇ ସହ ଉକ୍ତ ଗାଡି କୁ ଜବତ କରି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଓଜନ କରିଥିଲେ । ତରଭା ପୁଲିସ ଏ ସମ୍ପର୍କ ରେ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..