ତରଭା ର ପୂର୍ବତନ ତହସିଲଦାର ତଥା ସବରେଜିଷ୍ଟ୍ରାର ଙ୍କୁ 3 ବର୍ଷ ଜେଲ
ସୁବର୍ଣ୍ଣପୁର : ଲାଞ୍ଚ ମାମଲାର ବିଚାର କରି ବଲାଙ୍ଗୀର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ସୁବର୍ଣ୍ଣପୁର ଜିଲ୍ଲା ତରଭା ର ତତ୍କାଳୀନ ତହସିଲଦାର ଓ ସବରେଜିଷ୍ଟ୍ରାର ତଥା ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ତହସିଲଦାର ଭାବେ କାର୍ଯ୍ୟରତ ସୁବ୍ରତ କୁମାର ବେହେରା ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି l ଶ୍ରୀ ବେହେରା ଙ୍କୁ 3 ବର୍ଷ ସଶ୍ରମ କାରାଦଣ୍ଡ ସହ 30 ହଜାର ଟଙ୍କା ଜରିମାନା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଶିବତୁଳା ଗ୍ରାମପଞ୍ଚାୟତ ଘାଟକଇଁତରା ଗ୍ରାମର ଆଇନଜୀବି କାହ୍ନୁଚରଣ ଦାଶ ତାଙ୍କର ଅନ୍ତର୍ଡl ମୌଜା ରେ ଥିବା ଜମି ରେଜେଷ୍ଟ୍ରି କରିବା ପାଇଁ ଦରଖାସ୍ତ କରିଥିଲେ l ହେଲେ ତହସିଲଦାର ଶ୍ରୀ ବେହେରା ଏଥିପାଇଁ 20 ହଜାର ଟଙ୍କା ଦାବି କରିଥିଲେ l2020 ମସିହା ସେପ୍ଟେମ୍ବର 9 ତାରିଖ ରେ ଶ୍ରୀ ବେହେରା ତରଭା ତହସିଲଦାର ଦାୟିତ୍ୱ ନେବା ପରେ ନିଜ ପଦବୀ ର ଦୁରୁପୋଯୋଗ କରି ଦୁର୍ନୀତି ରେ ଲିପ୍ତ ଥିଲେ l ଜମି କିଣାବିକା କରୁଥିବା ପ୍ରଦୀପ ସାହୁ 11 ଟି ପ୍ଲଟ ର ରେଜିଷ୍ଟ୍ରି ପାଇଁ 2 ଲକ୍ଷ 75 ହଜାର ଟଙ୍କା ତହସିଲଦାର ଙ୍କୁ ଦେଇଥିବା ଜଣାପଡିଥିଲା l ତହସିଲଦାର ଶ୍ରୀ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦୀପ 22/09/2020 ରେ ସୁପ୍ରଭା ବେହେରା ଙ୍କ SBI ଆକାଉଣ୍ଟ ନମ୍ବର 37923406432 ରେ ( ଚେକ ନମ୍ବର -226303) 1 ଲକ୍ଷ ଟଙ୍କା ଜମା କରିଥିବା ବେଳେ 05/12/2020 ରେ ସେହି ଆକାଉଣ୍ଟ ( ଚେକ ନମ୍ବର -226308) ରେ 1 ଲକ୍ଷ 24 ହଜାର ଟଙ୍କା ଜମା କରିଥିଲେ l ଏହି ଉଭୟ ଟ୍ରlଞ୍ଜେକ୍ସନ ପ୍ରଦୀପ ଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ଚେକ ମାଧ୍ୟମରେ ହୋଇଥିଲା l ଏହା ବାଦ ପ୍ରଦୀପ ଫୋନ – ପେ ମାଧ୍ୟମରେ ତହସିଲଦାର ଶ୍ରୀ ବେହେରା ଙ୍କ ଆକାଉଣ୍ଟ କୁ 09/11/2020 ରେ1 ହଜାର ଓ ଦୁଇଥର 20 ହଜାର ଲେଖାଏଁ ପଠାଇଥିଲେ l ସେହିପରି 13/10/2020 ରେ ଫୋନ – ପେ ମାଧ୍ୟମରେ 5000 ଓ ଗୁଗୁଲ ପେ ମାଧ୍ୟମରେ 5000 ଟଙ୍କା ପଠାଇଥିବା ଜଣାପଡିଥିଲା l ସେତେବେଳେ ଶ୍ରୀ ବେହେରା 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଟଙ୍କା ସହ ଧରାପଡ଼ିଥିଲେ ଭିଜିଲାନ୍ସ ହାତରେ l 40 ଟି 500 ଟଙ୍କିଆ ନୋଟ ଜବତ ହୋଇଥିଲା ଶ୍ରୀ ବେହେରା ଙ୍କ ଠାରୁ l ଏ ନେଇ ସେତେବେଳେ ସମ୍ବଲପୁର ଭିଜିଲାନ୍ସ ପିଏସ କେସ ନମ୍ବର 29/2020 U/s 7PC ( Amendment ) Act, 2018 ଆଧାର ରେ ମାମଲା ରୁଜୁ ହୋଇଥିଲା l ଏହି ମାମଲା ଭିଜିଲାନ୍ସ କୋର୍ଟ ରେ ଵିଚାରାଧୀନ ଥିଲା l
ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )