February 5, 2026
Home » ତରାପୁର ରେ ହିତାଧିକାରୀ ଙ୍କୁ ଘରଡ଼ିହ ପଟ୍ଟା ବଣ୍ଟନ।

ତରାପୁର ରେ ହିତାଧିକାରୀ ଙ୍କୁ ଘରଡ଼ିହ ପଟ୍ଟା ବଣ୍ଟନ।

0
WhatsApp Image 2026-01-05 at 6.01.03 PM

୧୧୨ ଜଣ ହିତାଧିକାରୀ ଉପକୃତ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ତରାପୁର ରେ ଧର୍ମଗଡ ତହସିଲ ପକ୍ଷରୁ ଭୂମି ହୀନ ହିତାଧିକାରୀଙ୍କୁ ବସୁନ୍ଧରା ଯୋଜନା ରେ ଘରଡିହ ପଟ୍ଟା ବଣ୍ଟନ କରାଯାଇଥିଲା।
ଧର୍ମଗଡ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ,ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଅତିରିକ୍ତ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କି, ବିଡ଼ିଓ ସଦାଶିବ ନାୟକ, ଅତିରିକ୍ତ ତହସିଲଦାର ସମ୍ପଦ କୁମାର ମାଝୀ, ତରାପୁର ସରପଞ୍ଚ ସୁଷମା ସାହୁ, ବଗାଡ଼ ସରପଞ୍ଚ ବିନୋଦିନୀ ଗୌଡ଼, ସହକାରୀ ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ପଧାନ,ସେକସନ ଅଫିସର ରାମ ବିହାରୀ ମହାନନ୍ଦ ପ୍ରମୁଖ ଯୋଗ ଦେଇ ବୋଡେ଼ନ ରାଜସ୍ବ ନିରୀକ୍ଷକ ଅଞ୍ଚଳର ତରାପୁର ଗ୍ରାମର ୮୦ଜଣ, ବଗାଡ଼ ଗାଁ ର ୨୨, ପୋଡ଼ବେଡା ଗାଁ ର ୧୦ ଜଣ ହିତାଧିକାରୀ ସମେତ ୧୧୨ ଜଣ ହିତାଧିକାରୀ ଙ୍କୁ ଘର ଡିହ ପଟ୍ଟା ବଣ୍ଟନ କରିଥିଲେ।

କାର୍ଯ୍ୟକ୍ରମ ଙ୍କୁ ସ୍ୱାସ୍ଥ୍ୟ କର୍ମଚାରୀ ସୁଦେଶ କୁମାର ଦୁରିଆ ପରିଚାଳନା କରିଥିଲେ। ରେଭେନ୍ୟୁ ସୁପର ଭାଇଜର ଚତୁର୍ଭୁଜ ନାଏକ, ରେକର୍ଡ କିପର ପ୍ରଣବ ଶବର, ସୋମ୍ୟା ମେହେର, ପ୍ରିୟଙ୍କା ମହାନ୍ତି, ଡିଇଓ ଚନ୍ଦ୍ରକାନ୍ତ ଦୁରିଆ, ବୋଡେ଼ନ ରାଜସ୍ବ ନିରୀକ୍ଷକ ଆଶିଷ କୁମାର ସାମଲ , ସରପଞ୍ଚ ପ୍ରତିନିଧି ସଂଜୀବ କୁମାର ସାହୁ ଏବଂ ତହସିଲ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *