December 18, 2025
Home » ତାଳୁକ ଆଇନ ସେବା ସମିତି ପକ୍ଷରୁ ଧର୍ମଗଡ ରେ ଚଳିତ ବର୍ଷ ର ଚତୁର୍ଥ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

ତାଳୁକ ଆଇନ ସେବା ସମିତି ପକ୍ଷରୁ ଧର୍ମଗଡ ରେ ଚଳିତ ବର୍ଷ ର ଚତୁର୍ଥ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

0
WhatsApp Image 2025-12-13 at 2.02.16 PM

ତାଳୁକ ଆଇନ ସେବା ସମିତି, ଧର୍ମଗଡ ଆନୁକୂଲ୍ୟ ରେ ସ୍ଥାନୀୟ ଧର୍ମଗଡ ସିଭିଲ କୋର୍ଟ ପରିସର ରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ତାଳୁକ ଆଇନ ସେବା ସମିତି ର ଅଧକ୍ଷ୍ୟ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନ ରେ ଚଳିତ ବର୍ଷ ର ଚତୁର୍ଥ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି। ଏହି ଲୋକ ଅଦାଲତ ରେ ୮ ଗୋଟି ମୋଟରଯାନ ଜନିତ ଦୁର୍ଘଟଣା, ୮ ଗୋଟି ଦେୱାନୀ ମକଦ୍ଧମା ଏବଂ ୨୫ ଗୋଟି ଫୌଜଦାରୀ ମକଦ୍ଦମା ର ଫଇସଲା କରାଯାଇ ସମୁଦାୟ ୭୯ ଲକ୍ଷ ୧୦ ହଜାର ଟଙ୍କା ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା।

ଏହି ଲୋକ ଅଦାଲତ ରେ ରାଷ୍ଟ୍ରୀୟ ବ୍ୟାଙ୍କ କର୍ମଚାରୀ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେହିଭଳି ରାଜସ୍ୱ ବିଭାଗ ରେ ସମୁଦାୟ ୨୨୯ ଟି କେଶ ର ସମାଧାନ କରାଯାଇଥିଲା ଏବଂ ଟଙ୍କା ୧୭ ହଜାର ଦଶଟଙ୍କା ର ରାଜସ୍ବ ଆଦାୟ କରାଯାଇଥିଲା । ଉକ୍ତ ଲୋକ ଅଦାଲତ ରେ ବରିଷ୍ଠ ଦେୱାନୀ ବିଚାରପତି ପି. ସୀତାଲକ୍ଷ୍ମୀ , ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ପ୍ରଜ୍ଞା ପରିମିତା ସ୍ୱାଇଁ , ପ୍ରଥମ ଶ୍ରେଣୀ ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ସରକାରୀ ଓକିଲ ଧିରେନ୍ଦ୍ରନାଥ ପାତ୍ର, ଆଇନଜୀବି ସମୀର କୁମାର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।ଉକ୍ତ ଲୋକ ଅଦାଲତ ରେ ଧର୍ମଗଡ ସିଭିଲ କୋର୍ଟ ର କର୍ମଚାରୀ ଓ ଧର୍ମଗଡ ଆଇନଜୀବୀ ସଙ୍ଘ ର ଆଇନଜୀବୀ ମାନେ ସହଯୋଗ କରିଥିଲେ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *