ତାଳୁକ ଆଇନ ସେବା ସମିତି ପକ୍ଷରୁ ଧର୍ମଗଡ ରେ ଚଳିତ ବର୍ଷ ର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ।
ଧର୍ମଗଡ଼ : ତାଳୁକ ଆଇନ ସେବା ସମିତି, ଧର୍ମଗଡ ଅନୁକୂଲ୍ୟ ରେ ସ୍ଥାନୀୟ ଧର୍ମଗଡ ସିଭିଲ କୋର୍ଟ ପରିସର ରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ତାଳୁକୁ ଆଇନ ସେବା ସମିତି ର ଅଧକ୍ଷ୍ୟ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନ ରେ ଚଳିତ ବର୍ଷ ର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି। ଏହି ଲୋକ ଅଦାଲତ ରେ ୧୪ ଟି ମୋଟରଯାନ ଜନିତ ଦୁର୍ଘଟଣା ର ଫଇସଲା କରାଯାଇ ହିତାଧିକାରୀ ମାନଙ୍କୁ ୧ କୋଟି ୩୮ ଲକ୍ଷ ୫୦ ହଜ଼ାର ଟଙ୍କା ପ୍ରଦାନ କରାଯାଇଥିଲା। ସେହିଭଳି ୫ ଟି ଦେୱାନୀ ମକଦ୍ଧମା, ୬ଟି ବ୍ୟାଙ୍କ ଋଣ ଖିଲାପୀ ମକଦ୍ଧମା ର ସମାଧାନ କରାଯାଇ ୭ ଲକ୍ଷ ୪୩ ହଜ଼ାର ପାଞ୍ଚ ଶହ ଚାରି ଟଙ୍କା ଆଦାୟ କରାଯାଇଥିଲା ଏବଂ ୨୧ ଟି ଫୌଜଦାରୀ ମକଦ୍ଧମା ର ଫଇସଲା କରାଯାଇଥିଲା।ଏହି ଲୋକ ଅଦାଲତ ରେ ରାଷ୍ଟ୍ରୀୟ ବ୍ୟାଙ୍କ କର୍ମଚାରୀ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ୫ଟି ବ୍ୟାଙ୍କ ରୁନର ଖିଲାପି ଙ୍କ କେଶ ର ଫଇସଲା କରାଯାଇ ସମୁଦାୟ ୨ ଲକ୍ଷ ୧୨ ହଜାର ଟଙ୍କା ଆଦାୟକରାଯାଇଥିଲା ।

ସେହିଭଳି ଉପଖଣ୍ଡ ବିଭାଗୀୟ ବିଚାରପତି, ଧର୍ମଗଡଙ୍କ ତତ୍ତ୍ୱବଧାନରେ ୮୬ ଟି କେଶ ର ସମାଧାନ କରାଯାଇଥିଲା ଏବଂ ରାଜସ୍ୱ ବିଭାଗ ରେ ସମୁଦାୟ ୨୦୧ ଟି କେଶ ର ସମାଧାନ କରାଯାଇ ୧ଲକ୍ଷ ୬ ହଜାର ଚାରି ଶହ ସତେଇଶି ଟଙ୍କା ର ରାଜସ୍ବ ଆଦାୟ କରାଯାଇଥିଲା । ଉକ୍ତ ଲୋକ ଅଦାଲତ ରେ ବରିଷ୍ଠ ଦେୱାନୀ ବିଚାରପତି ପି. ସୀତାଲକ୍ଷ୍ମୀ , ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ପ୍ରଜ୍ଞା ପରିମିତା ସ୍ୱାଇଁ , ବରିଷ୍ଠ ଆଇନଜୀବୀ ଧିରେନ୍ଦ୍ରନାଥ ପାତ୍ର, ଆଇନଜୀବି ଶ୍ରୀ ସମୀର କୁମାର ମୁଣ୍ଡ, ଶ୍ରୀ ମିହିର ରଞ୍ଜନ ପଟ୍ଟଯୋଶୀ, ଦେବୀପ୍ରସାଦ ବେହେରା ପ୍ରମୁଖ ଉପସ୍ଥିଥ ଥିଲେ. ଉକ୍ତ ଲୋକ ଅଦାଲତ ରେ ଧର୍ମଗଡ ସିଭିଲ କୋର୍ଟ ର କର୍ମଚାରୀ ବୃନ୍ଦ ଓ ଧର୍ମଗଡ ଆଇନଜୀବୀ ସଙ୍ଘ ର ଆଇନଜୀବୀ ମାନେ ସବିଶେଷ ସାହାଯ୍ୟ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
