July 2, 2025
Home » ତିନି କୃତୀ ଛାତ୍ରଙ୍କୁ ଉତ୍କଳ ସାମ୍ବାଦିକ ସଂଘର ଭବ୍ୟ ସମ୍ବର୍ଦ୍ଧନା

ତିନି କୃତୀ ଛାତ୍ରଙ୍କୁ ଉତ୍କଳ ସାମ୍ବାଦିକ ସଂଘର ଭବ୍ୟ ସମ୍ବର୍ଦ୍ଧନା

0
WhatsApp Image 2025-05-05 at 8.55.33 PM

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମଭି-୭୯ ସ୍ଥିତ ସାବରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଯାଆଁଳା ଭାଇ ଡାନିଏଲ ଲେଙ୍କା ଓ ଡମ୍ବରୁ ଲେଙ୍କା ଚଳିତ ମାଟ୍ରିକ ପରୀକ୍ଷାରେ ୬୦୦ ମାର୍କରୁ ୫୬୦ ମାର୍କ ରଖି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ଟପ୍ପର ହେବା ସହ ସମାନ ନମ୍ବର ରଖି ସମସ୍ତଙ୍କ ମନ ଜିଣିଛନ୍ତି। ସେହିପରି ବିଦ୍ୟାଳୟର ଅନ୍ୟ ଏକ କୃତୀ ଛାତ୍ର କେଶବ କର ୫୩୬ ମାର୍କ ରଖି ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ ଓ ଜିଲ୍ଲାର ନାମକୁ ଉଜ୍ଜ୍ୱଳ କରିଛନ୍ତି। ଏହି କୃତିତ୍ୱ ପାଇଁ ଉତ୍କଳ ସାମ୍ବାଦିକ ସଂଘ, କାଲିମେଳା ଶାଖା ପକ୍ଷରୁ ଏମଭି-୭୯ ସାବରୀ ବିଦ୍ୟା ଭବନରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଦ୍ୟୁତ୍ ବୈରାଗୀ, ବ୍ଲକ୍ ସଭାପତି ରାଜେଶ ଓଝା, ସାଧାରଣ ସମ୍ପାଦକ ରବି ଶଙ୍କର ବାରିକ, କୋଷାଧ୍ୟକ୍ଷ ସୌରଭ ମଣ୍ଡଳ,ପ୍ରଭାତ ଶାହା, ସୁଜିତ୍ ମୂଖାର୍ଜୀ, ଟୁନୁ ମଣ୍ଡଳ, ପ୍ରଭାତ ଶାହା, ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରଶାନ୍ତ କୁମାର ନାୟକ, ଶିକ୍ଷକ ବିଭୂତି ଭୂଷଣ ସେଠୀ, ଅନ୍ୟାନ୍ୟ ଶିକ୍ଷକ କର୍ମଚାରୀ କାବିତା ସରକାର, ହିମାଂଶୁ ମଣ୍ଡଳ, ପ୍ରଭାତ ମଣ୍ଡଳ, ସରମିଳା ଢାଲି ଏବଂ କୃତୀ ଛାତ୍ରଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ରହିଥିଲେ। ସମ୍ବର୍ଦ୍ଧନା ସଭାରେ ଡାନିଏଲ ଓ ଡମ୍ବରୁ ଭବିଷ୍ୟତରେ ଡାକ୍ତର ହୋଇ ସମାଜକୁ ସେବା ଯୋଗାଇବାର ସ୍ୱପ୍ନ ରଖିଥିବା ବେଳେ, କେଶବ କର ମଧ୍ୟ ଡାକ୍ତରୀ ପେଶା ଗ୍ରହଣ କରି ମାନବ ସେବାରେ ନିୟୋଜିତ ହେବାର ଦୃଢ଼ ସଙ୍କଳ୍ପ ବ୍ୟକ୍ତ କରିଛନ୍ତି। ଏହି ତିନି ଛାତ୍ରଙ୍କ ପରିଶ୍ରମ ଓ ନିଷ୍ଠା ଅଞ୍ଚଳବାସୀଙ୍କ ପାଇଁ ଗର୍ବର ବିଷୟ ହୋଇଛି। କାର୍ଯ୍ୟକ୍ରମ ଶେଷରେ ସଙ୍ଘ ପକ୍ଷରୁ ମିଠା ବଣ୍ଟନ କରାଯାଇଥିଲା, ଯାହା ଏହି ଖୁସିର ମୁହୂର୍ତ୍ତକୁ ଆହୁରି ମଧୁର କରିଥିଲା। ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ ଓ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା ପାଇଁ ପ୍ରେରଣା ଯୋଗାଇଛି। ତିନି କୃତୀ ଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *