July 27, 2025
Home » ତିର୍ତୋଲ ବି ଜେଡିରେ ହେବ ଭୁକମ୍ପ,

ତିର୍ତୋଲ ବି ଜେଡିରେ ହେବ ଭୁକମ୍ପ,

0
WhatsApp Image 2025-06-01 at 1.26.35 PM

ବିଧାୟକ ଙ୍କୁ ବିରୋଧ କରି ୪ ସଭା ପତି ଛାଡ଼ିବେ ଦଳ,

ତିର୍ତୋଲ: ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ବିଧାୟକ ଡା ରମାକାନ୍ତ ଭୋଇ ଙ୍କ କାର୍ଯ୍ୟ କଲାପରେ ଅସନ୍ତୁଷ୍ଟ ହୋଇ ୪ ପ୍ରମୁଖ ସଭାପତି ଛାଡ଼ିବେ ଦଳ ବୋଲି ସୂଚନା ମିଳିଛି, ବିଶେଷ ସୂତ୍ରରୁ ଖବର ମିଳିଛି ଅଧୁନା ଚାଲି ଥିବା ବି ଜେ ପି ସରକାର ତିର୍ତୋଲ ବିଧାୟକ ଙ୍କ କାର୍ଯ୍ୟ କଲାପ ଉପରେ ତୀକ୍ଷ୍ଣ ନଜର ରଖିଛି, ତେଣୁ ତିର୍ତୋଲ ବିଧାୟକ ତିର୍ତୋଲ ନିର୍ବାଚନ ମଣ୍ଡଳୀ ମଙ୍ଗୁଆଳ ମାନଙ୍କୁ ଅନୈତିକ କାଯ୍ୟ ଯଥା ବିଭିର୍ନ ପ୍ରୋଜେକ୍ଟ ରୁ ପିସି ଆଣିବାକୁ ପ୍ରରୋଚନା ଦେବାରୁ ଏଥିରେ ଆସନ୍ତୁଷ୍ଟ ହୋଇ ତିର୍ତୋଲ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ସଭାପତି ସୁମିତି ଦାସ, ତିର୍ତୋଲ ଯୁବ ବିଜେଡି
ସଭାପତି ସୁଜିତି ମହାନ୍ତି, ବିଜୁ ଛାତ୍ର ବିଜେଡି ସଭାପତି ତିର୍ତୋଲ କାଳନ୍ଦୀ ଦାସ ଓ ତିର୍ତୋଲ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ ବି ବିଜେଡି ଛାଡିବା କୁ ନେଇ ଚର୍ଚ୍ଚା ହେଲାଣି,, ଏମାନେ ଦଳ ପାଇଁ ଜୀବନ ଦେଇ ଡା ରମାକାନ୍ତ ଭୋଇ ଙ୍କୁ ୨୦୨୪ ନିର୍ବାଚନ ରେ ଜିତେଇ ବା ପରେ ବିଧାୟକ ରମାକାନ୍ତ୍ର ବିରିଡି ପ୍ରେମରେ ପଡି ଏମାନଙ୍କୁ କରଛଡ଼ା ଦେଉଛନ୍ତି

ଫଳରେ ତିର୍ତୋଲ ବିଜେଡି କର୍ମୀ ମାନଙ୍କ ମନରେ ବିଜେଡି ଦଳ ଭଲ ପାଇବା ମରିମରି ଆସିଲାଣି, ଖୁବ ଶୀଘ୍ର ଏମାନେ ଦଳ ପରିଵର୍ତନ କରିବାର ମୌସୁମୀ ପଵନ ବହି ଲାଣି, କିଛି ଦିନ ତଳେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଭାପତି ନିର୍ବାଚନ ଙ୍କୁ ନେଇ ଗୁଞ୍ଜରଣ ଶୁଭୁ ଥିଲା, ଏବେ ବିଧାୟକ ତିର୍ତୋଲ ଏହିସବୁ ପଦବୀଙ୍କୁ ପୂରଣ କରିବା ଲାଗି ସଳାମି ପ୍ରାର୍ଥୀ କାଳେ ଖୋଜୁ ଛନ୍ତି ତେଣୁ ତିର୍ତୋଲ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ଛାତ୍ର ସଭାପତି କାଳନ୍ଦୀ ଦାସ, ଯୁବ ସଭାପତି ସୁଜିତି ମହାନ୍ତି ତିର୍ତୋଲ ନିର୍ବାଚନ ମଣ୍ଡଳୀ ର ପ୍ରମୁଖ ବି ଜେ ଡି. ସଭାପତି ସୁମିତି ଦାସ ଖୁବ ଶୀଘ୍ର ବିଜେଡି ଦଳ ତ୍ୟାଗ କରି ଅନ୍ୟ ଦଳରେ ମିଶିବା ପାଇଁ ବ୍ଲୁ ପ୍ରିଣ୍ଟି କରି ସାରଲେଣି ଖଲି ଫାଇନାଲ ଟଚ ଦେବା ବାକି ରହିଛି ବୋଲି ତିର୍ତୋଲ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ ଙ୍କ ନିକଟ ତମ ସୂତ୍ରରୁ ରୁ ସୂଚନା ମିଳିଛି,

ଆଗକୁ ତିର୍ତୋଲ ବିଜେଡି ଦଳରେ ମହାପ୍ରଳୟ ଘଟି ମହାମହା ଦ୍ରୁମ କର୍ମୀ ଦଳଦିଆଁ କରିବାର ସମ୍ଭାବନା ରହିଛି, ତେଣୁ ସାଧୁ ସାବଧାନ ଭଳି ତିର୍ତୋଲ ବିଧାୟକ ରମାକାନ୍ତ ଭୋଇ ସମୀକ୍ଷା କରିବା ଉଚିତି ନଚେତ ହୁ ହୁ ହୋଇ ପଦ୍ମ ବଢୁଥିବା ବେଳେ ତିର୍ତୋଲ ପୁଷ୍କରଣୀ ବି ପଦ୍ମ ଫୁଟିବା ଲକ୍ଷଣ ଦେଖାଦେଲାଣି,

ଶ୍ରୀବତ୍ସ ପାଢ଼ୀଙ୍କ, ରିପୋର୍ଟ, ଇପିଏ ନିୟୁଜୁ

Leave a Reply

Your email address will not be published. Required fields are marked *