ତିର୍ତୋଲ ରେ ଅସ୍ମିନୀ ଦାସ (କୁନା ) ହିଁ ଏକମାତ୍ର ଯୋଗ୍ୟ ପ୍ରାର୍ଥୀ

ତିର୍ତୋଲ :ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକରେ କିଏ ହେବ ତିର୍ତୋଲ ବ୍ଲକ ର ବିଜେଡି ସଭାପତି, ଏହାକୁ ନେଇ ଖୁବ ଚର୍ଚ୍ଚା ହେଉଛି, ବହୁ କର୍ମୀ ଓ ନେତାଙ୍କ ମତ ଏକ ମାତ୍ର କୁନାବାବୁ (ଅସ୍ମିନୀ ଦାସ )ହିଁ ବି ଜେ ଡି ଦଳକୁ ଓ କର୍ମୀଙ୍କୁ ସମ୍ଭାଳି ପାରିବେ ଆଉ ସମସ୍ତେ କେବଳ ବାକ୍ୟ ବୀର, ଗତ କିଛି ଦିନ ତଳେ ଆମ୍ଭେ ଏକ ଖବର ଛାପି ଥିଲୁ ଯେଉଁଥିରେ ଆସାଇ ବ୍ଲକ ସଭାପତି ଭାବେ ଦେବ ମହାନ୍ତି ନାଁ ଆସିଥିଲା, ଏବେ କିନ୍ତୁ ତିର୍ତୋଲ ବ୍ଲଜ ବିଜେଡି ସଭାପତି ପାଇଁ ଲମ୍ବା ଆଶାୟୀ ତାଳିକା ବାହାରି ଲାଣି ଧୋଇଆ ଅଞ୍ଚଳ ର ବଚୁ ଭାଇ, କନକ ପୁର ର ଅମର ସାହୁ, ଗୋବିନ୍ଦିପୁର ର ଦେବ ମହାନ୍ତି, ବିରିତୋଳ ର ସୁନୀଲ ବେହେରା, ଆଦିଙ୍କ ନାମ ବ୍ଲକ ସଭାପତି ପାଇଁ ଚର୍ଚ୍ଚା ହେଉଥିବା ବେଳେ ବିଧାୟକ ଡ ରମାକାନ୍ତ ଭୋଇ ଜଣେ ପ୍ରଭାବ ଶାଳୀ ବ୍ୟକ୍ତି ଙ୍କୁ ବ୍ଲଜ ସଭାପତି ଆସନ ରେ ବସାଇବାକୁ ଯୋଜନା ରଖିଛନ୍ତି, ସେ ହେଉଛନ୍ତି ଅସ୍ମିନୀ ଦାସ ଓରଫ ତିର୍ତୋଲ ଅଞ୍ଚଳ ର ଘରେ ଘରେ ପରିଚିତ କୁନା ଭାଇ ବା ଅସ୍ମିନୀ କୁମାର ଦାସ (କୁନା ଭାଇ) କୁନା ଭାଇର ସଫଳତା ଦେଖି ରତିମତ ଷଡ଼ଯନ୍ତ୍ର ରଚନା କରାଯାଉଛି କୁନା ବାବୁଙ୍କ ବିରୁଦ୍ଧରେ, ମାତ୍ର ତିର୍ତୋଲ ବିଧାୟକ ଠିକି ସମୟରେ ଉଚିତି ପଦକ୍ଷେପ ନେଇଥାଆନ୍ତି ଯାହା ଆଉ କିଛିଦିନ ପରେ ଘଟିବାକୁ ଯାଉଛି ଯେତେ ସବୁ ସଭାପତି ଆଶାୟୀ ପ୍ରାର୍ଥୀ ଅଛନ୍ତି ସେମାନଙ୍କ ମଧ୍ୟରୁ ଅସ୍ମିନୀ ଦାସ ଙ୍କ ଭଳି ତ୍ୟାଗି, ପର ଉପକାରୀ ଲୋକ ଦେଖିବାକୁ ବିରଳ ଯଦି ତାଙ୍କୁ ସଭାପତି ମୁକୁଟ ମିଳେ ତେବେ ଆଗାମୀ ପଂଚାୟତ ନିର୍ବାଚନ ରେ ତିର୍ତୋଲ ରେ ବିଜେଡି ର ସ୍ଥିତି ଭଲ ରହିବ ବୋଲି ବୁଦ୍ଧିଜୀବୀ ମାନେ ମତ ପୋଷଣ କରୁ ଛନ୍ତି ଲ
ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ,epa news