ତିର୍ତ୍ତୋଲ ସାମ୍ବାଦିକ ସଂଘର କର୍ମକର୍ତ୍ତା ଚୟନ

ତିର୍ତ୍ତୋଲ ୨୫/୯:-ତିର୍ତ୍ତୋଲ ସମ୍ବାଦିକ ସଂଘର କର୍ମକର୍ତ୍ତା ଚୟନ ପାଇଁ ସଂଘର ଏକ ବୈଠକ ଟୁକନ ଚରଣ ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ ବୈଠକରେ ସର୍ବସମ୍ମତିକ୍ରମେ ଆଗାମୀ ଦୁଇ ବର୍ଷ ପାଇଁ କର୍ମକର୍ତା ମାନେ ଦାୟିତ୍ଵ ଗ୍ରହଣ କରିଥିଲେ। ସଂଘର ଉପଦେଷ୍ଟା ଅମରଜ୍ୟୋତି ସାହୁଙ୍କ ତତ୍ତ୍ଵାବଧାନରେ ନୂତନ କର୍ମକର୍ତ୍ତା ମାନେ ଟୁକନ ଚରଣ ସେଠୀଙ୍କୁ ସଭାପତି,ପ୍ରଭାତ କୁମାର ପରିଡ଼ା କାର୍ଯ୍ୟକାରି ସଭାପତି , ସୌରରଜିତ ପଢ଼ିଆରି ,ସମ୍ପାଦକ ସୁଭାଶିଷ ସ୍ଵାଇଁ ସହସମ୍ପାଦକ , ଚନ୍ଦ୍ରକାନ୍ତ ବାରିକ ସଂଗଠନ ସମ୍ପାଦକ ଭାନୁସଙ୍କର ରାଉତରାୟ କୋଷାଧ୍ୟକ୍ଷ ,ସୁଧାଂଶୁ ଶେଖର ପୃଷ୍ଟି ଓ ନିଶାକର ଦାସ ଉପଦେଷ୍ଟା ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ lଉକ୍ତ ବୈଠକରେ ସଭ୍ୟ ଜୟନ୍ତ ପରିଜା ,ସୁଶିଲ ମହାପାତ୍ର,ଶ୍ରୀବତ୍ସଲାଞ୍ଚନ ପାଢ଼ୀ,ଜଗନ୍ନାଥ୍ ପ୍ରସାଦ ସାହୁ ,ଲଗନ୍ ମହାନ୍ତି, ଗୋପାଲ କୃଷ୍ଣ ଦାସ,ଭାଗବତ ପ୍ରସାଦ ମହାନ୍ତି, ଦିଲିପ କୁମାର ସାହୁ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ସଂଘକୁ ଶକ୍ତିଶାଳୀ କରିବା ସହିତ ବିଭିନ୍ନ ସାମାଜିକ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ପରିଶେଷରେ ସଭ୍ୟ ଏମ ଏସ ରାଜନ୍ କୁମାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ,