July 2, 2025
Home » ତିର୍ତ୍ତୋଲ ସାମ୍ବାଦିକ ସଙ୍ଘ ପକ୍ଷରୁ ଜଳଛତ୍ର ଉଦଘାଟିତ

ତିର୍ତ୍ତୋଲ ସାମ୍ବାଦିକ ସଙ୍ଘ ପକ୍ଷରୁ ଜଳଛତ୍ର ଉଦଘାଟିତ

0
WhatsApp Image 2025-04-08 at 10.35.03 PM

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅଧୀନରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଗଠିତ ହୋଇଛି ତିର୍ତ୍ତୋଲ ସାମ୍ବାଦିକ ସଙ୍ଘ,ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ପ୍ରୟାସ ଜରିରଖିବା ସହିତ ଜନ ହିତକର କାର୍ଯ୍ୟ କରିଚାଲିଛି ତିର୍ତ୍ତୋଲ ସାମ୍ବାଦିକ ସଙ୍ଘ।ଏହି ମର୍ମରେ ଗତବର୍ଷ ଦହିପଣା ବଣ୍ଟନ କରି ଜନ ପ୍ରଶଂସା ସାଉଁଟି ଥିବାବେଳେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦେଖି ଆଜି (ସୋମବାର)ସଙ୍ଘ ପକ୍ଷ ରୁ ତିର୍ତ୍ତୋଲ ଜନଗହଳି ପୂର୍ଣ୍ଣ ସରଣୀ ବଜାର ଠାରେ ଦହିପଣା ବଣ୍ଟନ ର ଆରମ୍ଭ ହୋଇଛି।ଏହି କାର୍ଯ୍ୟକ୍ରମ କୁ ତିର୍ତ୍ତୋଲ ବିଡ଼ିଓ ଗିରିଜା ପ୍ରସାଦ ମଲ୍ଲିକ ଅନୁଷ୍ଟିକ ଭାବେ ସୁଭାରମ୍ଭ କରିଥିବା ବେଳେ ସଙ୍ଘ ସଭାପତି ଟୁକନ ଚରଣ ସେଠୀ, ଉପଦେଷ୍ଟା ଅମର ଜ୍ୟୋତି ସାହୁ, ସୁଧାଂଶୁ ପୃଷ୍ଟିଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ଗ୍ରୀଷ୍ମ ପ୍ରବାହ ସହିତ ଜାରୀରହିବ ବୋଲି କାର୍ଯ୍ୟକାରୀ ସଭାପତି ପ୍ରଭାତ କୁମାର ପରିଡା ପ୍ରକାଶ କରିଛନ୍ତି।

ରିପୋର୍ଟ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ,

Leave a Reply

Your email address will not be published. Required fields are marked *