July 2, 2025
Home » ତୁଳସୀ ରାମାୟଣ ନବାହ୍ନ ପାରାୟଣର ୩ୟ ଦିବସ ସୀତା ବିବାହୋତ୍ସବ ଅନୁଷ୍ଠିତ

ତୁଳସୀ ରାମାୟଣ ନବାହ୍ନ ପାରାୟଣର ୩ୟ ଦିବସ ସୀତା ବିବାହୋତ୍ସବ ଅନୁଷ୍ଠିତ

0
WhatsApp Image 2025-03-18 at 7.04.23 PM

ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକଛକ ଶ୍ରୀରାମ ମନ୍ଦିର ଠାରେ ନଅ ଦିନଧରି ହେବାକୁଥିବା ତୁଳସୀ ରାମାୟଣ ଓ ନବାହ୍ନ ପାରାୟଣ ର ଆଜି ତୃତୀୟ ଦିବସ ରେ ସୀତା ବିବାହୋତ୍ସବ ସମ୍ପନ୍ନ ହୋଇଛି l ଡିଜେବାଜା,ରୋଷଣୀ ନୃତ୍ୟ,ସଂଗୀତ ଓ ହର୍ଷଲ୍ଲାସ ମଧ୍ୟରେ ବହୁ ଆଡମ୍ବର ସହ କଣ୍ଟାମାଳ ଶ୍ରୀରାମ ମନ୍ଦିରରୁ ବିରାଟ ପଟୁଆର ସହ ବରଯାତ୍ରୀରେ ବାହାରି ଗିରିଗୋବର୍ଦ୍ଧନ ପୀଠ ସମ୍ମୁଖ ମାତା ସୀତାଙ୍କ ବାସଭବନରେ ପହଞ୍ଚିଥିଲେ l କନ୍ୟା ପକ୍ଷରୁ ମାତା ସୀତାଙ୍କ ପିତାମାତା ଭାବେ ନୀଳାଞ୍ଚଳ ଗୁରୁ ଓ ପତ୍ନୀ ଶୋଭାଗିନୀ ଗୁରୁ ଓ ବର ପକ୍ଷରୁ ଦାମୋଦର ସ୍ୱାଇଁ ପତ୍ନୀ ସନ୍ତୋଷିନୀ ସ୍ୱାଇଁ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ଙ୍କ ପିତାମାତା ଭାବେ ବିବାହ ଦାୟିତ୍ୱ ତୁଲାଇଥିଲେ l ପଣ୍ଡିତ ଭାଗ୍ୟଧର ମିଶ୍ର,ସନତ କୁମାର ମିଶ୍ର ବିବାହ କାର୍ଯ୍ୟରେ ପୌରୋହିତ୍ୟ କରିଥିବାବେଳେ ବାଳକୃଷ୍ଣ ମିଶ୍ର ସହଯୋଗ କରିଥିଲେ l ସୋନପୁର ଜିଲ୍ଲା ନନ୍ଦନମାଳର ଶ୍ରୀଯୁକ୍ତ ମଧୁସୂଦନ ଦାସ ବ୍ୟାସ ଭାବେ ତୁଳସୀ ରାମାୟଣ କଥା ମାଧ୍ୟମରେ ସୀତାବିବାହ କଥା ଶୁଣାଇଛନ୍ତି l କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଓ ଭକ୍ତ ଯୋଗଦେଇଥିବା ବେଳେ ବ୍ଲକଛକ ଶ୍ରୀରାମ କମିଟିର ସମସ୍ତ ଭକ୍ତବୃନ୍ଦ ସହଯୋଗ କରିଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *