February 8, 2026
Home » ତୁଷାରକାନ୍ତି ମହାନ୍ତିଙ୍କ ସ୍ମୁତିସଭା

ତୁଷାରକାନ୍ତି ମହାନ୍ତିଙ୍କ ସ୍ମୁତିସଭା

0
WhatsApp Image 2026-01-12 at 2.20.27 PM

ଭୁବନେଶ୍ୱର ଏକନମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୭୭ ମସିହାରେ ମାଟ୍ରିକ ପାସ୍ କରିଥିବା ପୁରାତନ ଛାତ୍ର ବିଶିଷ୍ଟ ସମାଜସେବୀ ଓ ସଂଗଠକ ତୁଷାର ମହାନ୍ତିଙ୍କ ଅକାଳ ବିୟୋଗରେ ସେହି ବର୍ଷ ସ୍କୁଲରୁ ଉତ୍ତିର୍ଣ୍ଣ ହୋଇଥିବା ବନ୍ଧୁମାନଙ୍କ ଦ୍ୱାରା ଏକ ସ୍ମୁତିସଭା ଆୟୋଜନ ହୋଇଥିଲା। ଏହି ସଭାରେ ଏକନମ୍ବର ବିଦ୍ୟାଳୟ ପୁରାତନ ଛାତ୍ର ସଂଘ ସଭାପତି ମଧୁମାଧବ ଜେନା ସଭାପତିିତ୍ୱ କରି “ତୁଷାର’ଙ୍କ ସ୍ମୁତି ଚାରଣ କରିଥିଲେ।

ପ୍ରାକ୍ତନ ଛାତ୍ର ତୁଷାରଙ୍କ ସହପାଠୀ ତଥା ତୁର୍କି ପାଇଁ ଭାରତର ପୂର୍ବତନ ରାଷ୍ଟ୍ରଦୂତ ସଂଜୟ ପଟ୍ଟନାୟକ କହିଥିଲେ ଯେ, ତୁଷାର ଥିଲେ ସମସ୍ତ ବନ୍ଧୁମାନଙ୍କ ବନ୍ଧନର ସୂତଖିଅ। ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ବିଶିଷ୍ଟ ଅଭିନେତା ଦେବୁ ବ୍ରହ୍ମା, ବ୍ୟଙ୍ଗକାର ଆଶିଷ ଦେ, ବିଶିଷ୍ଟ ବ୍ୟବସାୟୀ ଉମାକାନ୍ତ ଦାଶ, ଅଶୋକ ମହାନ୍ତି, ଲିଙ୍ଗରାଜ ଆଚାର୍ଯ୍ୟ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ତୁଷାରଙ୍କ ସହପାଠୀ ପ୍ରଭାତ ମିଶ୍ର ସୁଦୂର ଆମେରିକାରୁ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଯୋଗ ଦେଇଥିଲେ। ସୁବ୍ରତ କରଙ୍କ ପ୍ରସ୍ତାବ ଅନୁସାରେ ତୁଷାରଙ୍କ ଅଧା ଛାଡିଥିବା କାର୍ଯ୍ୟକୁ ପୁରାତନ ବନ୍ଧୁମାନେ ସମ୍ପାଦନ କରିବେ। କାର୍ଯ୍ୟକ୍ରମ ଶେଷରେ ପୁରାତନ ଛାତ୍ର ସଂଘର ସଭାପତି ଶ୍ରୀ ଶୀଳଭଦ୍ର ଶାସ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ସ୍ୱର୍ଗତ ମହାନ୍ତି ଇପିଏ ଉଇକ୍ଲିର ପ୍ରତିଷ୍ଠାତା ସ୍ୱର୍ଗତ ଅନୀଲ ମିଶ୍ରଙ୍କ ଘନିଷ୍ଠ ବନ୍ଧୁ ଥିଲେ। ତେଣୁ ଇପିଏ ୟୁନିଟ-୨ କାର୍ଯ୍ୟାଳୟରେ “ଇପିଏ ଉଇକ୍ଲି’ର ସମ୍ପାଦକ ତଥା ସ୍ୱର୍ଗତ ଅନୀଲ ମିଶ୍ରଙ୍କ ଧର୍ମପତ୍ନୀ ଅଞ୍ଜଳି ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସ୍ମୁତିସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମଧୁସୂଦନ ସାହୁ, ମୂରଲୀଧର ମିଶ୍ର, ବବିତା ପରିଡା, ଋତୁପର୍ଣ୍ଣା ସାହୁ, ପ୍ରୀତିପର୍ଣ୍ଣା ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *