November 19, 2025
Home » ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ କରିବ ଖେଲୋ ଇଣ୍ଡିଆ ସେଣ୍ଟର: କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ କରିବ ଖେଲୋ ଇଣ୍ଡିଆ ସେଣ୍ଟର: କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

0
WhatsApp Image 2025-04-20 at 9.15.16 PM (1)

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଓଡ଼ିଶାର ୩୦ଟି ଜିଲ୍ଲାରେ ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟରର ଉଦଘାଟନ କରାଯାଇଛି।ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ହେବା ସହିତ ଓଡ଼ିଶାର ପ୍ରତିଟି ଜିଲ୍ଲାରେ ଯେପରି କ୍ରୀଡ଼ା ପ୍ରତିଭା ବିକଶିତ ହୋଇପାରିବ ସେ ଲକ୍ଷ୍ୟ ନେଇ ଖେଲୋ ଇଣ୍ଡିଆ ସେଣ୍ଟରର ନିର୍ମାଣ କରାଯାଇଛି। ଖେଲୋ ଇଣ୍ଡିଆ ସେଣ୍ଟର ମାନଙ୍କରେ କ୍ରୀଡ଼ାବିତମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ବିଭିନ୍ନ କ୍ରୀଡ଼ା ଯଥା ଫୁଟବଲ୍‌, ଭଲିବଲ୍, ହକି, ଆଥଲେଟିକ୍ସ, ଖୋଖୋ, କବାଡ଼ି ଆଦି ନିମନ୍ତେ ସୁଦୃଢ଼ ଭିତ୍ତିଭୂମି ଏବଂ ସମସ୍ତ ପ୍ରକାର ସୁବିଧା ଖେଳାଳୀ ମାନଙ୍କୁ ପ୍ରଦାନ କରାଯିବ। ଏଥିସହିତ ଏହି ଖେଲୋ ଇଣ୍ଡିଆ ସେଣ୍ଟର ଗୁଡ଼ିକର ଉପଯୁକ୍ତ ପରିଚାଳନା ନିମନ୍ତେ ସରକାରଙ୍କ ତରଫରୁ ବାର୍ଷିକ ୫ ଲକ୍ଷ ଟଙ୍କାର ଅନୁଦାନ ରାଶି ମଧ୍ୟ ପ୍ରଦାନ କରାଯିବ। ଜିଲ୍ଲା ମାନଙ୍କରେ ସ୍ଥାପିତ ହୋଇଥିବା ଏହି ଖେଲୋ ଇଣ୍ଡିଆ ସେଣ୍ଟର ମାନଙ୍କରେ ପ୍ରତ୍ୟେକ ଜିଲ୍ଲାର ଆଞ୍ଚଳିକ କ୍ରୀଡ଼ାକୁ ମଧ୍ୟ ପ୍ରଧାନ୍ୟ ଦିଆଯିବ। ପୂର୍ବରୁ ଜାତୀୟ ସ୍ତରୀୟ ଏବଂ ରାଜ୍ୟ ସ୍ତରରେ ଖ୍ଯାତି ଅର୍ଜନ କରିଥିବା କ୍ରୀଡ଼ାବିତ ହିଁ ଖେଲୋ ଇଣ୍ଡିଆ ସେଣ୍ଟରର କୋଚ୍ ଭାବରେ ଆଗାମୀ ଭବିଷ୍ୟତର କ୍ରୀଡ଼ାବିତମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ। ଏଥିସହିତ ଅଧିକରୁ ଅଧିକ କ୍ରୀଡ଼ାବିତମାନେ ଯେପରି ଖେଲୋ ଇଣ୍ଡିଆ ସେଣ୍ଟରରେ ଅନ୍ତର୍ଭୁକ୍ତ ହେବେ ତାହାକୁ ମଧ୍ୟ ସୁନିଶ୍ଚିତ କରାଯିବ।କେବଳ ପ୍ରମୁଖ ସହର ନୁହେଁ ବରଂ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ କ୍ରୀଡ଼ା ପ୍ରତିଭାର ଯେପରି ବିକାଶ ହୋଇପାରିବ ସେହି ଲକ୍ଷ୍ୟରେ ଖେଲୋ ଇଣ୍ଡିଆ ସେଣ୍ଟରର ନିର୍ମାଣ କରାଯାଇଛି”, ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଆଜି କଳିଙ୍ଗ ଷ୍ଟାଡିୟମ ଠାରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଖେଲୋ ଇଣ୍ଡିଆ ସେଣ୍ଟରର ଉଦଘାଟନୀ ସମାରୋହରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବୈଠକରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଖେଲୋ ଇଣ୍ଡିଆ ସେଣ୍ଟର ସ୍ଥାପନର ଲକ୍ଷ୍ୟ ଏବଂ କାର୍ଯ୍ୟକାରିତା ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ପ୍ରଶାସନର ଅଧିକାରୀ, କ୍ରୀଡ଼ାବିତ ଏବଂ ପ୍ରଶିକ୍ଷକମାନେ ଆଭାସୀ ମାଧ୍ୟମରେ ଏହି ବୈଠକରେ ଯୋଗଦେଇ କ୍ରୀଡ଼ାରେ ବିକାଶର ଲକ୍ଷ୍ୟକୁ ନେଇ ଜିଲ୍ଲା ସ୍ତରରେ ଉଦଘାଟିତ ହୋଇଥିବା ଖେଲୋ ଇଣ୍ଡିଆ ସେଣ୍ଟର ନିମନ୍ତେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମନ୍ତ୍ରୀ ଶ୍ରୀ ସୂରଜ ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାର କ୍ରୀଡ଼ାବିତ ଏବଂ ପ୍ରଶିକ୍ଷକମାନଙ୍କ ସହିତ ଓଡ଼ିଶାରେ କ୍ରୀଡ଼ାକ୍ଷେତ୍ରର ଯେପରି ସାମଗ୍ରିକ ବିକାଶ ହୋଇପାରିବ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏଥିସହିତ କ୍ରୀଡ଼ାବିତମାନଙ୍କୁ କ୍ରୀଡ଼ାଜଗତରେ ଏକ ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିପାରିବା ପାଇଁ ପ୍ରୋତ୍ସାହିତ କରିଥିଲେ।

ଓଡ଼ିଶାର ୩୦ଟି ଜିଲ୍ଲାରେ ଖେଲୋ ଇଣ୍ଡିଆ ସେଣ୍ଟରର ଉଦଘାଟନ ହେବା, ଆଗାମୀ ଦିନରେ ଓଡ଼ିଶାର ସମସ୍ତ ବ୍ଲକରେ ବ୍ଲକ ସ୍ତରୀୟ ଷ୍ଟାଡିୟମର ନିର୍ମାଣ ହେବା ଏବଂ ତୃଣମୂଳ ସ୍ତରରେ ସିଏମ-ଫୁଟବଲ ଟ୍ରଫି ପ୍ରତିଯୋଗିତାର ଆୟୋଜନ କରାଯିବା ଆଦି ପଦକ୍ଷେପ ମାଧ୍ୟମରେ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ଓ କ୍ରୀଡ଼ାପ୍ରତିଭାର ବିକାଶ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *