ତେନ୍ତୁଳଖୁଣ୍ଟି ଠାରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତା୨୦.୧.୨୦୨୫ ରିଖ ଆଜି ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସି ଡି ଓ ,ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ୍, ଉପଜିଲ୍ଲାପାଳ,ନବରଙ୍ଗପୁର ଶ୍ରୀ ପ୍ରକାଶ ମିଶ୍ର,ବି ଡି ଓ ମନୋଜ ପାଣିଗ୍ରାହୀ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଜନ ଶୁଣାଣି ଶିବିରରେ ମୋଟ ୪୪ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୯ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୫ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା।୩ ଟି ଅଭିଯୋଗର ତତକ୍ଷଣାତ୍ ସମାଧାନ କରାଯାଇଥିଲା।ଅଭିଯୋଗ ଶୁଣାଣୀ ପରେ ଜିଲ୍ଲାପାଳ କୁଜୁନିଗୁଡ଼ା ଏସ ଏସ ଡି ହାଇସ୍କୁଲ ଗସ୍ତ କରି ଛାତ୍ର ଛାତ୍ରୀ ଙ୍କ ସହ ପାଠ୍ୟ ସମ୍ବନ୍ଧୀୟ ବାର୍ତ୍ତାଳାପ କରି ପାଠ ପଢ଼ାଇ ଥିଲେ ଏବଂ ଲମତାଗୁଡା ଡବ୍ଲୁ ଟି ପି ପରିଦର୍ଶନ କରିଥିଲେ।
ରିପୋର୍ଟ୍: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ