December 18, 2025
Home » ତେଲିବନ୍ଧ ଉଚ୍ଚ ବିଦ୍ୟାଳୟରେ ବାର୍ଷିକକ୍ରୀଡା ଅନୁଷ୍ଠିତ 

ତେଲିବନ୍ଧ ଉଚ୍ଚ ବିଦ୍ୟାଳୟରେ ବାର୍ଷିକକ୍ରୀଡା ଅନୁଷ୍ଠିତ 

0
WhatsApp Image 2025-12-15 at 4.31.02 PM

ସୁବର୍ଣ୍ଣପୁର– ବୌଦ୍ଧ ବ୍ଲକ ତେଲିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଆନନ୍ଦପୁର ଖେଳ ପଡିଆରେ ଅନୁଷ୍ଠିତ ହୋଇ ଯାଇଛି।ଛାତ୍ରମାନେ ମା ପନ୍ଥେଇଙ୍କ ପୀଠରୁ କ୍ରୀଡା ଜ୍ୟୋତି ଧରି ଏକ ଶୋଭାଯାତ୍ରାରେ ପଡିଆରେ ପହଂଚି ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପ୍ରଧାନଙ୍କୁ ପ୍ରଦାନ ପରେ କ୍ରୀଡା ଜ୍ୟୋତିକୁ ସ୍ଥାପନ କରି ଖେଳକୁ ଉଦଘାଟନ କରିଥିଲେ।ଏହି ଉପଲକ୍ଷେ ଶ୍ରୀମତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମୋ ସ୍କୁଲ ଅଭିଯାନର ସଭାପତି ସୁଶୀଲ କୁମାର ହୋତା ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଭଲ ଖେଳ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ।ଶିକ୍ଷକ ଅଶୋକ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହକାରୀ ଶିକ୍ଷକ ଶମ୍ଭୁ ଗିରି ଧନ୍ୟବାଦ ଅର୍ପଣ କରିଥିଲେ।ଏହା ପରେ ଉଭୟ କନିଷ୍ଠ ଓ ବରିଷ୍ଠ ଛାତ୍ର ଛାତ୍ରୀ ବର୍ଗର ଦୌଡ଼ ପ୍ରତିଯୋଗିତା, ଆଳୁ ଦୌଡ଼, ହଡ଼ଲସ ଦୌଡ଼, ଗଣିତ ଦୌଡ଼, ସଟ ଫୁଟ ଓ ଡିସ୍କସ ଥ୍ରୋ ପ୍ରଭୃତି ଖେଳ ଅନୁଷ୍ଠିତ ହୋଇଥିଲା।ବରିଷ୍ଠ ବାଳକ ବର୍ଗରେ ମନୋଜ କୁମାର ମେହେର ଓ ବାଳିକା ବିଭାଗରେ ମୋନାଲିସା ବିଶି ଚମ୍ପିୟାନ ହୋଇଥିଲେ। ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ ସମୁଦାୟ ୧୯୭ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଖେଳ ଶିକ୍ଷୟିତ୍ରୀ ଗାୟତ୍ରୀ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ପ୍ରତିଯୋଗିତାରେ, ତରଙ୍ଗିନୀ ବେହେରା, ଶିକ୍ଷକ ସୁବାଷ ଚନ୍ଦ୍ର ପ୍ରଧାନ, ନିରଞ୍ଜନ ମେହେର, ଡେଭିଡ କୁମାର ପ୍ରଧାନ, ଲମ୍ବୋଦର ବେହେରା, ପ୍ରଦୀପ୍ତ କୁମାର ଉର୍ମା, ନିର୍ମଳ ନାଏକ, ଅଂଶୁମାନ ବାରିକ, ସଞ୍ଜୟ କୁମାର ନାୟକ, ରବୀନ୍ଦ୍ର ବେଜୀ ପ୍ରମୁଖ ସହଯୋଗ କରିଥିଲେ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *