April 29, 2025
Home » ତେଲ ଟ୍ୟାଙ୍କର ସହ ବାଇକ୍ ମୁହାଁମୁହିଁ ଧକ୍କା

ତେଲ ଟ୍ୟାଙ୍କର ସହ ବାଇକ୍ ମୁହାଁମୁହିଁ ଧକ୍କା

0
WhatsApp Image 2024-08-15 at 6.05.03 PM (1)

 

ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଠାରେ ଏକ ବାଇକ ସହିତ ଗୋଟିଏ ପେଟ୍ରୋଲ ଟାଙ୍କି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଆମ୍ବୁଲାନ୍ସ ସହାୟତାରେ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଟଣାରୁ ଜଣାପଡିଛି ଯେ ଗଣିଆ ବ୍ଳକ ବସନ୍ତପୁର ଗ୍ରାମର ସଂଗ୍ରାମ ରାଉତ ଏବଂ ବିଜୟ ସ୍ବାଇଁ କୈାଣସି କାମରେ ଦଶପଲ୍ଲା ଯାଇ ଘରକୁ ଫେରୁଥିବା ବେଳେ ମଧ୍ୟଖଣ୍ଡ ଫାଣ୍ଡି ତାଲେରା ଠାରେ ସାମ୍ନା ପଟୁ ଆସୁଥିବା ଏକ ପେଟ୍ରୋଲ ଟାଙ୍କି ସହିତ ମୁହାଁ ମୁହିଁ ଧକ୍କା ହେଇଥିଲା । ତେବେ ପଛରେ ବସୀଥିବା ସଂଗ୍ରାମୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

ଦଶପଲ୍ଲା ରୁ ଅଖିଳ ବିହାରୀ ପାଣିଗ୍ରାହୀ ଙ୍କ ରିପୋର୍ଟ ଇ ପି ଏ ନିୟୁଜ

Leave a Reply

Your email address will not be published. Required fields are marked *