ତ୍ରି ଦିବାସୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପଟାଭାଡି ପ୍ରାଥମିକ ବିଦ୍ୟାଳୟ ଠାରେ ଗଡଭିତର କ୍ଲଷ୍ଟର ସ୍ତରୀୟ ତ୍ରି ଦିବସୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ସିଆରସିସି ଶ୍ରୀଯୁକ୍ତ ବୁଦ୍ଧଦେବ ସା ଙ୍କ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି |ଉଦଘାଟନୀ ଉତ୍ସବ ରେ ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ବରିଷ୍ଠ ଶିକ୍ଷୟିତ୍ରୀ ରୀତା ଗ୍ଲୋରିଆ ଏକ୍କା, ପିରାମଲ ଫାଉଣ୍ଡେସନ ରାଜନନ୍ଦିନୀ, ଗ୍ରାମୋତ୍ଥାନ ର ପରାମର୍ଶ ଦାତା ସ୍ବର୍ଣ୍ଣରୁପା ମିଶ୍ର, ରଶ୍ମିତା ପଧାନ ଯୋଗଦେଇଥିବାବେଳେ ଉଦଯାପନୀ ଦିବସରେ ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମିଶ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଫକୀର ଚରଣ ଭୋଇ, ଆଦର୍ଶ ସିଆରସିସି ଶ୍ରୀଯୁକ୍ତ ବ୍ରତାନନ୍ଦ ଭୋଇ ଯୋଗଦେଇଥିଲେ |ପ୍ରଧାନ ଶିକ୍ଷୟିତ୍ରୀ ମିନାକ୍ଷୀ ମିଶ୍ର, ସୁଜାତା ମିଶ୍ର, ଆରତୀ ବହିଦାର,ଭାରତୀ କର୍ଣ୍ଣ,ସନ୍ଧ୍ୟାରାଣୀ ମିଶ୍ର, ସୁଷମା ରାଣୀ ପଣ୍ଡା ସହଯୋଗ କରିଥିଲେ l ବିଇଓ ଶ୍ରୀ ମିଶ୍ର ନୂତନ ଶିକ୍ଷାନୀତି ରେ ଶ୍ରେଣୀ ଗୃହ ରେ ଶିକ୍ଷଣ ସାମଗ୍ରୀ ର ଗୁରୁତ୍ୱାରୋପ କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର