December 25, 2025
Home » ଦନ୍ତାହାତୀ ଆକ୍ରମଣରେ ଧାନ କ୍ଷେତରେ ଜଗୁଆ ଡଙ୍ଗରିଆ ଯୁବକଙ୍କ ମୃତ୍ୟୁ

ଦନ୍ତାହାତୀ ଆକ୍ରମଣରେ ଧାନ କ୍ଷେତରେ ଜଗୁଆ ଡଙ୍ଗରିଆ ଯୁବକଙ୍କ ମୃତ୍ୟୁ

0
WhatsApp Image 2024-12-16 at 1.15.42 PM

ନିଜ ଧାନ କ୍ଷେତରେ ଜଗିଥିବା ସମୟରେ ଦନ୍ତାହାତୀ ଆକ୍ରମଣରେ ଡଙ୍ଗରିଆ ଯୁବକ ସାଲୁପୁ କୁଟ୍ରୁକାଙ୍କ ମୃତ୍ୟୁ ଘଟିଛି । ଏପରି ଏକ ଅଘଟଣ ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ଼ର ଲାଖପଦର ଗ୍ରାମରେ। ମିଳିଥିବା ସୂଚନା ମୁତାବକ ପାହାଡ଼ ଉପରେ ଥିବା ନିଜ ଧାନ କ୍ଷେତରେ ଶୁକ୍ରବାର ରାତିରେ ଜଗିଥିବା ସମୟରେ ହଠାତ୍ ଏକ ଦନ୍ତା ହାତୀ ପାଣି ପିଇବାକୁ କ୍ଷେତରେ ପସି ଯାଇଥିଲା ଏବଂ ଘୋଡାଇବାକୁ ସମୟରେ ଦନ୍ତା ହାତିର ଆକ୍ରମଣ ଶିକାର ହୋଇ ଘଟଣା ସ୍ଥଳରେ ସାଲୁପୁଙ୍କର ମୃତ୍ୟୁ ଘଟିଥିଲା।

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *