ଦନ୍ତା ହାତୀ ଆକ୍ରମଣରେ ଜଣେ ଗୁରୁତର

ଯୋଡ଼ା – କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ବିଲେଇପଦା ବନାଞ୍ଚଳ ଅଧୀନରେ ଥିବା ଠାକୁରାଣୀ ସଂରକ୍ଷିତ ହାଣ୍ଡିପାଣି ଜଙ୍ଗଲ ରେ ଶୁକ୍ରବାର ସକାଳୁ ଦନ୍ତା ହାତୀ ଆକ୍ରମଣ ରେ ଜଣେ ଗୁରୁତର ଆହତ ହୋଇଛନ୍ତି।ତେବେ ଆହତ ହୋଇଥିବା ବ୍ୟକ୍ତି ଜଣକ ଯୋଡ଼ା ବନେଇକଳା ବସ୍ତି ର କରଣ ନାଏକ ବୟସ(୫୫) ବୋଲି ଜଣାପଡିଛି। ସୂଚନାମୁତାବକ କରଣ ନାଏକ ଶୁକ୍ରବାର ଦିନ ସକାଳ ୮ ଟା ସମୟରେ ଛେଳି ଚରେଇବା ପାଇଁ ବିଲେଇପଦା ବନାଞ୍ଚଳ ଆଧୀନ ଠାକୁରାଣୀ ସଂରକ୍ଷିତ ବନେଇକଳା ହାଣ୍ଡିପାଣି ଜଙ୍ଗଲୁ ଯାଇଥିବା ବେଳେ ହଠାତ ହାତୀ ଟି ସାମ୍ନା କୁ ଆସିଥିଲା।ତେବେ କରଣ ନିଜ ଜୀବନ ବଞ୍ଚେଇବା ପାଇଁ ଦୌଡ଼ିବା ପାଇଁ ଉଦ୍ୟମ କରିଥିବା ବେଳେ ହାତୀଟି ଦାନ୍ତ ରେ ତାଙ୍କ ଉପରେ ଆକ୍ରମଣ କରି ତାଙ୍କ ଅନ୍ତପିଣ୍ଡୁଳା ବାହାର କରିଦେଇଥିଲା।ତେବେ ଜଙ୍ଗଲ କୁ ଯାଇଥିବା ବସ୍ତି ଲୋକ ତାଙ୍କୁ ଗୁରୁତ୍ୱର ଅଵସ୍ଥା ରେ ପଡିଥିବା ଦେଖି ସଙ୍ଗେ ସଙ୍ଗେ ତାଙ୍କ ପରିବାର କୁ ଖବର ଦେଇଥିଲେ।ଖବର ପାଇ ତାଙ୍କ ପୁଅ ଏବଂ ଭାଇ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋମାର ଯୋଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ।ତାଙ୍କ ଅବସ୍ଥା ସଙ୍କଟାପୂର୍ଣ୍ଣ ଥିବାରୁ ଡକ୍ଟର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କେନ୍ଦୁଝର କୁ ପଠେଇଥିଲେ।ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କ ଅବସ୍ଥା ଦେଖି ଏସ.ସି.ବି ମେଡିକାଲ କଟକ କୁ ପଠେଇଛନ୍ତି।ଖବର ପାଇ ବନ ବିଭାଗ ବଡ଼ବିଲ ରେଞ୍ଜର ଘଟଣା ସ୍ଥଳରେ ପହଞ୍ଚି କରଣ ନାଏକ ଙ୍କ ଅବସ୍ଥା ବୁଝିବା ସହ ତାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହଯୋଗ କରିଥିଲେ। ବଡ଼ବିଲ ରେଞ୍ଜର କହିଛନ୍ତି ଯେ ୯ ଟିକିଆ ହାତୀ ଗୋଠ ରୁ ଗୋଟିଏ ଦନ୍ତା ହାତୀ ଗତକାଲି ଗୋଠଛଡା ହେଇଥିବାରୁ ମଣିଷ ଦେଖିଲେ ଆକ୍ରମଣ କରୁଛି ତେଣୁ ବନବିଭାଗ ତରଫରୁ ଜଙ୍ଗଲ ନ ଯିବାକୁ ସଚେତନ ମଧ୍ୟ କରାଯାଇଛି। ତେବେ କରଣ ନାଏକ ଙ୍କ ଠିକ ସମୟରେ ଚିକିତ୍ସା ହେବାରୁ ସେ ଏବେ ସୁସ୍ଥ ଅଛନ୍ତି ବୋଲି ଜଣାପଡିଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।