July 5, 2025
Home » ଦଳପତି ସମାଜକୁ ଓବିସି ଅନ୍ତର ଭୁକ୍ତ କରିବାକୁ ଦାଵୀ

ଦଳପତି ସମାଜକୁ ଓବିସି ଅନ୍ତର ଭୁକ୍ତ କରିବାକୁ ଦାଵୀ

0
WhatsApp Image 2025-04-06 at 1.02.17 PM

ବ୍ରହ୍ମପୁର : ଦଳପତି ମହାସଭାରପ୍ରଥମ କେନ୍ଦ୍ରୀୟ କାର୍ଯ୍ଯ କାରି କମିଟି ର ସଭା ଆଜି ସ୍ଥାନୀୟ ସଂଜୀବନୀ ବିହାର ଠାରେ ପ୍ରମୋଦ ଜେନାଙ୍କ ପୌରହିତରେ ଆୟୋଜିତ ହୋଇଯାଇଅଛି ଦଳପତି ମହାସଭାର କେନ୍ଦ୍ରିୟ କମିଟିର ବୈଠକରେ ସାଧାରଣ ସଂପାଦକ ସୂର୍ଯ୍ୟକାନ୍ତ ପାତ୍ର ବିଭିନ୍ନ ପ୍ରସ୍ତାବ ଉପସ୍ଥାପନା କରିଥିଲେ । ଏଥିରେ ସଭାପତି ଜେନା ଦଳପତି ମହାସଭାର ଭବିଷ୍ୟତ କାର୍ଯ୍ୟପନ୍ଥା ତଥା ଦଳପତି ଜାତିକୁ କେନ୍ଦ୍ରୀୟ ସ୍ତରରେ ଓବିସି ତାଲିକା ଭୂକ୍ତ କରିବା, ଦଳପତି ଭବନ ନିର୍ମାଣ, ଗ୍ରାମ୍ୟ କମିଟି ଓ ଆଞ୍ଚଳିକ କମିଟି ଗଠନ ପାଇଁ ଆଲୋଚନା କରାଯାଇଛି । ସେହିପରି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ଶିବଶଙ୍କର ସାହାଣୀ, କିଶୋର ଚନ୍ଦ୍ର ପାତ୍ର ସମାଜର ଉନ୍ନତି ନେଇ ବିଭିନ୍ନ ପ୍ରସ୍ଥାବ ଦେଇଥିବା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅବସର ପ୍ରାପ୍ତ ଅଧିକାରୀ ଡଃ ଶଙ୍କର ମାଝୀଙ୍କୁ ସମ୍ବଦ୍ଧନା ଜ୍ଞାପନ କରାଯାଇଥିଲା ତତ୍ ସଙ୍ଗେ ସଙ୍ଗେ ନବ ନିର୍ବାଚିତ ସମସ୍ତ କର୍ମ କର୍ତ୍ତାକୁ ମଧ୍ଯ ସମ୍ଭର୍ଦ୍ଧନ କରାଯାଇ ଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର କର୍ମକର୍ତା ତଥା ସୁଧାକର ବିଷୋୟୀ, ଦୁର୍ଯ୍ୟୋଧନ ପାତ୍ର, ବଣ୍ଡପାଣି ପାତ୍ର, ପବିତ୍ର ନାୟକ, ସୁବାସ ପାତ୍ର, ଗୌରହରି ବିଷୋୟୀ, ଧର୍ମରାଜ ପାତ୍ର, ଅଶୋଳ ଦଳାଇ, କମଳ ପାତ୍ର, ରବୀନ୍ଦ୍ର ସାହାଣୀ ପ୍ରମୁଖଙ୍କ ସମେତ ନିରଞ୍ଜନ ଜେନା, ପର୍ଶୁରାମ ଜେନା, ଗୌରୀ ଶଙ୍କର ପାତ୍ର, ପ୍ରଫୁଲ୍ଲ ଦଳାଇ ପ୍ରମୁଖ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ ଶେଷରେଦଳପତି ମହାସଭାର ଶହେ ବର୍ଷ ପୃତିଉଚ୍ଚବ୍ ପାଳନ କରାଯିବାନେଇ ସ୍ଥିର କରାଗଲା।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *