October 24, 2025
Home » ଦଶମ ରାଜ୍ୟ ପୋଲିସ ହ୍ୟାଣ୍ଡବଲ ଏବଂ ୭୮ତମ କବାଡି ପ୍ରତିଯୋଗିତାର ତୃତୀୟ ଦିନ

ଦଶମ ରାଜ୍ୟ ପୋଲିସ ହ୍ୟାଣ୍ଡବଲ ଏବଂ ୭୮ତମ କବାଡି ପ୍ରତିଯୋଗିତାର ତୃତୀୟ ଦିନ

0
WhatsApp Image 2025-09-10 at 7.23.15 AM (1)

 

କେନ୍ଦୁଝର:  କେନ୍ଦୁଝର ହ୍ୟାଣ୍ଡବଲ ଷ୍ଟାଡିୟମ ଠାରେ ଫ୍ଲଡ଼ ଲାଇଟ ଏବଂ ସିନ୍ଥେଟିକ ଗ୍ରାଉଣ୍ଡରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ କେନ୍ଦୁଝର ପୋଲିସ ଆନୁକୂଲ୍ୟରେ ଅନୁଷ୍ଠିତ ୭୮ତମ ରାଜ୍ୟ ପୋଲିସ କବାଡ଼ି ଓ ଦଶମ ହ୍ୟାଣ୍ଡବଲ ପ୍ରତିଯୋଗିତାର ତୃତୀୟ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି।ହ୍ୟାଣ୍ଡବଲ ଷ୍ଟାଡିୟମର ୨ ନମ୍ବର କୋର୍ଟରେ ସିନ୍ଥେଟିକ ମ୍ୟାଟରେ ଲିଗ୍ କମ ନକ୍ ଆଉଟ ପଦ୍ଧତିରେ ଅନୁଷ୍ଠିତ ଆଜିର ପ୍ରଥମ କବାଡ଼ି ଖେଳରେ ଗ୍ରୁପ ଏରେ ଗତବର୍ଷର ଚମ୍ପିୟାନ ଓଏସଏପି ଷଷ୍ଠ ବାଟାଲିୟନ କଟକ ୪୦ ପଏଣ୍ଟ ହାସଲ କରିଥିବା ବେଳେ ଓଏସଏପି ପ୍ରଥମ ବାଟାଲିୟନ ଢେଙ୍କାନାଳ ମାତ୍ର ୪ ପଏଣ୍ଟ ହାସଲ କରିଛି ଏବଂ ଓଏସଏପି ଷଷ୍ଠ ବାଟାଲିୟନ କଟକ ୩୬ ପଏଣ୍ଟରେ ଏକ ବିପୁଳ ବିଜୟ ଲାଭ କରିବା ସହ ପୁରା ପଏଣ୍ଟ ହାସଲ କରିଛି। ଦ୍ୱିତୀୟ ମ୍ୟାଚରେ ଗ୍ରୁପ ବିରେ ଆଇଆରବିଏନ କେ ନଗର ୩୬ ପଏଣ୍ଟ ହାସଲ କରିଥିବା ବେଳେ ଗଜପତି ଜିଲ୍ଲା ୩୪ ପଏଣ୍ଟ ହାସଲ କରିଛି ଏବଂ ଆଇଆରବିଏନ କେ ନଗର ମାତ୍ର ୨ପଏଣ୍ଟରେ ବିଜୟୀ ହୋଇ ପୁରା ପଏଣ୍ଟ ହାସଲ କରିଛି ।

ତୃତୀୟ ମ୍ୟାଚରେ ଗ୍ରୁପ ସିରେ ପୁରୀ ଜିଲ୍ଲା ୨୭ ପଏଣ୍ଟ ହାସଲ କରିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ୫୦ ପଏଣ୍ଟ ହାସଲ କରିଛି ଏବଂ ସୁନ୍ଦରଗଡ଼ ଜିଲ୍ଲା ୨୩ ପଏଣ୍ଟରେ ବିଜୟୀ ହୋଇ ପୁରା ପଏଣ୍ଟ ହାସଲ କରିଛି। ସେହିପରି ଚତୁର୍ଥ ମ୍ୟାଚରେ ଗ୍ରୁପ ଡିରେ ମୟୁରଭଞ୍ଜ ୭ ପଏଣ୍ଟ ହାସଲ କରିଥିବା ବେଳେ ରାଉରକେଲା ୩୦ ପଏଣ୍ଟ ହାସଲ କରିଛି ଏବଂ ରାଉରକେଲା ୨୩ ପଏଣ୍ଟରେ ବିଜୟୀ ହୋଇ ପୁରା ପଏଣ୍ଟ ହାସଲ କରିଛି। ହ୍ୟାଣ୍ଡବଲ ଷ୍ଟାଡିୟମର ୧ ନମ୍ବର କୋର୍ଟରେ ଫ୍ଲଡ଼ ଲାଇଟ ଓ ସିନ୍ଥେଟିକ ଗ୍ରାଉଣ୍ଡରେ ଅନୁଷ୍ଠିତ ଲିଗ କମ ନକ୍ ଆଉଟ ପଦ୍ଧତିରେ ଅନୁଷ୍ଠିତ ଗ୍ରୁପ ବିର ଏକ ମ୍ୟାଚରେ ରାଉରକେଲା ଶ୍ରୀମନ୍ଦିର ସୁରକ୍ଷା ବଳ, ପୁରୀ ବିପକ୍ଷରେ ୨୬-୧୭ ଗୋଲରେ ବିଜୟୀ ହୋଇ ପୁରା ପଏଣ୍ଟ ହାସଲ କରିଛି।

ସେହିପରି ଗ୍ରୁପ ବିର ଅନ୍ୟ ଏକ ଖେଳରେ ଓଏସଏପି ଷଷ୍ଠ ବାଟାଲିୟନ କଟକ ଓଏସଏପି ତୃତୀୟ ବାଟାଲିୟନ କୋରାପୁଟ ବିପକ୍ଷରେ ୧୪-୫ ଗୋଲରେ ବିଜୟୀ ହୋଇ ପୁରା ପଏଣ୍ଟ ହାସଲ କରିଛି। ଆଜିର ଏହି ପ୍ରତିଯୋଗିତା ଆରମ୍ଭ ହେଵା ପୂବରୁ ଉଭୟ କବାଡ଼ି ଏବଂ ହ୍ୟାଣ୍ଡବଲ ଦଳର ଖେଳାଳି ମାନଙ୍କ ସହ ଆଜିର ଅତିଥି ଓଏସଏପି ଦ୍ୱିତୀୟ ବାଟାଲିୟନ ଝାରସୁଗୁଡାର ଡେପୁଟି କାମାଣ୍ଡାଣ୍ଟ ଭବାନୀ ଶଙ୍କର ସେଠ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ଯୁଗ୍ମ ସମ୍ପାଦକ ତଥା ରାଜ୍ୟର ବରିଷ୍ଠ କ୍ରିକେଟ ଅମ୍ପlୟାର ସଂଗ୍ରାମ ପଟ୍ଟନାୟକ, କେନ୍ଦୁଝର ଆରଆଇ ଦେବାଶିଷ ସ୍ୱାଇଁ ଏବଂ କେନ୍ଦୁଝର ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନ ସମ୍ପାଦକ ରିତ୍ୱିକ ଅଧିକାରୀଙ୍କ ସହ ପରିଚିତ କରାଇ ଦିଆଯାଇଥିଲା ଆଜିର ଏହି ଚମ୍ପିୟାନସିପରେ କବାଡିରେ ଶୁଭେନ୍ଦୁ ପ୍ରସାଦ ଧୀର ଓ ହ୍ୟାଣ୍ଡବଲରରେ ଶ୍ରୀକାନ୍ତ ନାୟକ ମ୍ୟାଚ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ।

କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟି (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *