July 2, 2025
Home » ଦଶମ ଶ୍ରେଣୀ ପରୀକ୍ଷା ୨୦୨୫ରେ ମାଲକାନଗିରି ଜିଲ୍ଲାର ସଫଳତା

ଦଶମ ଶ୍ରେଣୀ ପରୀକ୍ଷା ୨୦୨୫ରେ ମାଲକାନଗିରି ଜିଲ୍ଲାର ସଫଳତା

0
WhatsApp Image 2025-05-04 at 9.49.22 AM (1)

ମାଲକାନଗିରି ଜିଲ୍ଲା ୨୦୨୪-୨୫ ଶିକ୍ଷା ବର୍ଷରେ ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡ଼ିଶା ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଜିଲ୍ଲା ଆଶାନୁରୂପ ସଫଳତା ହାସଲ କରିଅଛି । ଜିଲ୍ଲାର ୧୩୦ଟି ଉଚ୍ଚ ବିଦ୍ୟାଳୟର ମୋଟ ୮୧୯୭ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ଆବେଦନ କରିଥିବା ମଧ୍ୟରୁ ମୋଟ ୮୦୩୯ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ଜିଲ୍ଲାର ଏ ୧ ଗ୍ରେଡ୍‌ରେ ୧୨ ଜଣ, ଏ ୨ ଗ୍ରେଡ୍‌ରେ ୪୬ ଜଣ, ବି ୧ ଗ୍ରେଡ୍‌ରେ ୧୨୧ ଜଣ, ବି ୨ ଗ୍ରେଡ୍‌ରେ ୫୪୬ ଜଣ, ସି ଗ୍ରେଡ୍‌ ରେ ୧୮୯୯ ଜଣ, ଡି ଗ୍ରେଡ୍‌ରେ ୩୫୬୯ ଜଣ ଓ ଇ ଗ୍ରେଡ୍‌ର ୧୫୫୭ ଜଣ ସ୍ଥାନ ଅଧିକାର କରି ମୋଟ ଶତକଡା ୯୬.୪୧ ଭାଗ କୃତକାର୍ଯ୍ୟ ହୋଇଥିବା ବେଳେ ୨୮୮ ଫେଲ ହୋଇଛନ୍ତି। ରାଜ୍ୟସ୍ତରରେ ଜିଲ୍ଲା ୧୯ ତମ ସ୍ଥାନ ହାସଲ କରିଅଛି । ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ମେ ମାସ ୦୨ ତାରିଖରେ ଘୋଷଣା କରାଯାଇଥିବା ବେଳେ ଏହି ବର୍ଷ ୯୪.୬୯% ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଗତବର୍ଷ ତୁଳନାରେ ଚଳିତ ବର୍ଷ ସଫଳତା ହାର ବୃଦ୍ଧି ପାଇଅଛି ଓ ରାଜ୍ୟରେ ୨୫ ତମ ସ୍ଥାନରୁ ୧୯ ତମ ସ୍ଥାନକୁ ଉନ୍ନୀତ ହୋଇଅଛି । ଚଳିତ ବର୍ଷ ପରୀକ୍ଷାରେ ଜିଲ୍ଲାର ଜିଲ୍ଲାର କାଲିମେଳା ବ୍ଲକରେ ଥ‌ିବା ଏମଭି-୭୯ ରେ ସାବେରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଡମ୍ବୁରୁ ଧର ଲେଙ୍କା ଏବଂ ଡାନିଯଲ ଲେଙ୍କା ଉଭୟେ ୬୦୦ ରୁ ୫୬୦ ନମ୍ବର ରଖୁ ଜିଲ୍ଲାର ଟପ୍ପର ହୋଇଥିବା ବେଳେ ମାଲକାନଗିରି ୭ ନମ୍ବରରେ ଥିବା ଜଗନ୍ନାଥ ପାଲ୍ଲୀ ଉଚ୍ଚ ବିଦ୍ୟାଳୟର ଶୁଭଜିତ ବାଛାର ୫୫୧ନମ୍ବର, ଜୟ ମିସ୍ତ୍ରୀ ୫୪୦ ନମ୍ବର, ଆକାଶ ମୁର୍ମୁ ୫୫୧ ନମ୍ବର ଏବଂ ବାସୁଦେବ ମଉରୀ ୫୪୬ନମ୍ବର ରଖ୍ ଜିଲ୍ଲାର ଟପ୍ ୧୨ରେ ସ୍ଥାନ ପାଇଛନ୍ତି। ସେହିପରି ବାଲିମେଳାର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ କ୍ରିଷ୍ଣା ପ୍ରିୟା ୱାଇଁ ୫୫୮ ନମ୍ବର,ପ୍ରାଚୀ ଦାସ ୫୪୯ ନମ୍ବର, ଅନ୍ଵେଷା ବିଶ୍ଵାଳ ୫୪୬, ସ୍ମୃତିରେଖା ପ୍ରଧାନ ୫୪୬ ନମ୍ବର,ନୀତିଶ ପାଙ୍ଗି ୫୪୦ ନମ୍ବର,ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରେରଣା ପାଢ଼ୀ ୫୪୩ ନମ୍ବର,ମାଥୁଲି ଟପ୍ପର ଭାବେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପାଙ୍ଗୀମ ପଞ୍ଚାୟତର ସରକାରୀ ଅନୁସୂଚିତ ଜାତି ଓ ଅନୁସୂଚିତ ଅନୁଜାତି ବିଭାଗର ବାଳିକା ଉଚ୍ଚ ବିଦ୍ୟାଳୟ ନୟାମି ମାଦ୍ରୀ ୪୯୨ ନମ୍ବର ରଖ୍ ଏ୨ ଗ୍ରେଡରେ ସ୍ଥାନ ପାଇଛନ୍ତି ।ଜିଲ୍ଲାର ଏହି ସଫଳତା ପାଇଁ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ତତ୍ପରତା ଓ ସଚେତନତା, ଜିଲ୍ଲା ପ୍ରଶାସନର ମାର୍ଗଦର୍ଶନ ଓ ସହାୟତା ଯୋଗୁଁ ସମ୍ଭବ ହୋଇପାରିଛି । ଏତଦ୍ ବ୍ୟତୀତ ଜିଲ୍ଲା ଶିକ୍ଷା ବ୍ୟବସ୍ଥାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ତତ୍ତ୍ୱାବଧାନ, ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରୟାସ ଓ ଶିକ୍ଷାର୍ଥୀ ମାନଙ୍କ କଠିନ ପରିଶ୍ରମ ଓ ଏକାଗ୍ରତା ଏହି ସଫଳତା ଆଣି ଦେଇଅଛି । ଏ ୧ ଓ ଏ ୨ ଫଳ ହାସଲ ପାଇଁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଦ୍ୱାରା ବିଭିନ୍ନ ବ୍ଲକରେ ୮ ଟି ଶିକ୍ଷଣ କେନ୍ଦ୍ର ସ୍ଥାପନ କରି ପ୍ରତି ଶନିବାର ଦିନ ଭର୍ଚୁଆଲ୍ ଶ୍ରେଣୀ ପରିଚାଳନା, ପ୍ରତି ରବିବାର ଦିନ ପ୍ରତ୍ୟକ୍ଷ ଶ୍ରେଣୀ ପରିଚାଳନା, ସାପ୍ତାହିକ ସନ୍ଦେହମୋଚନ ଓ ପରୀକ୍ଷା ପରିଚାଳନା କରି ଗଠନମୂଳକ ପଦକ୍ଷେପ ଦ୍ୱାରା ଜିଲ୍ଲାର ଏହି ସଫଳତା ବୃଦ୍ଧି ପାଇଅଛି ଏବଂ ଏ ୧ ଓ ଏ ୨ ଶ୍ରେଣୀରେ ଅଧିକ ପିଲା ସ୍ଥାନ ଅଧିକାର କରିଛନ୍ତି । ଦଶମ ଶ୍ରେଣୀ ପରୀକ୍ଷାରେ ଜିଲ୍ଲାର ଏହି ସଫଳତା ଆଗାମୀ ଦିନରେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀ ମାନଙ୍କୁ ପ୍ରେରଣା ଯୋଗାଇ ଅଧିକ ସଫଳତା ପାଇଁ ଉତ୍ସାହିତ କରିବ ବୋଲି ଆଶା କରାଯାଉଅଛି ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *