February 10, 2026
Home » ଦଶହରା ଛୁଟି ପରେ ଖୋଲିଲା ସରକାରୀ ବିଦ୍ୟାଳୟ

ଦଶହରା ଛୁଟି ପରେ ଖୋଲିଲା ସରକାରୀ ବିଦ୍ୟାଳୟ

0
WhatsApp Image 2025-10-11 at 3.12.37 PM

 

ପୂଜା ଛୁଟି ପରେ ସରକାରୀ ବିଦ୍ୟାଳୟଗୁଡ଼ିକ ଖୋଲିଯାଇଛି । ତେବେ ଆଜି ପ୍ରଥମ ଦିନରେ ପିଲାମାନଙ୍କ ଉପସ୍ଥାନ କମ୍ ରହିଥିଲା ।
ବିଦ୍ୟାଳୟଗୁଡ଼ିକ ଖୋଲିବା ଓ ଉପସ୍ଥାନ ସୁନିଶ୍ଚିତ କରିବା ପାଇଁ ମାଲକାନାଗିରି ଜିଲ୍ଲା ରେ ୩ ଗୋଟି ଟିମ୍ ଗଠନ କରାଯାଇ ଏହାର ତଦାରଖ କରା ଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣିଗ୍ରାହୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଟିମ୍ ଜିଲ୍ଲାର ପ୍ରାୟ ୧୬ ଗୋଟି ବିଦ୍ୟାଳୟ ପରିଦର୍ଶନ କରି ଥିଲେ। କିଛି ବିଦ୍ୟାଳୟ ଗୁଡ଼ିକ ରେ ଶିକ୍ଷକ ଅନୁପସ୍ଥିତ ଥିବା ପରିଲକ୍ଷିତ କରା ଯାଇଥିଲା। ଅନୁପସ୍ଥିତ ଶିକ୍ଷକ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି।

 

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *