ଦହ୍ୟl ମଣ୍ଡଳରେ ବିଜୟା ଦଶମୀ ଉତ୍ସବ ଓ ପଥ ସଞ୍ଚଳନ ଅନୁଷ୍ଠିତ

ସୁବର୍ଣ୍ଣପୁର –ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବୌଦ୍ଧ ଖଣ୍ଡର ଦହ୍ୟl ମଣ୍ଡଳରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ ପୂର୍ଣ୍ଣ ଗଣବେଶରେ ଏକ ପଥ ସଂଚଳନ ଗ୍ରାମ ପରିକ୍ରମl କରିଥିଲା l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବିଭୁତି ଭୂଷଣ ଡାଙ୍ଗ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସଂଘର ଜ଼ିଲ୍ଲା କାର୍ଯ୍ୟବାହ ଇନ୍ଦୁ ଭୂଷଣ ମହାକୁଳ ଓ ଜ଼ିଲ୍ଲା ସହ ସଂଘ ଚାଳକ ସଞ୍ଜୟ କୁମାର ତନ୍ତୀ ଯୋଗଦେଇ ଥିଲେ l ସମ୍ମାନିତ ବକ୍ତାଭାବେ ସୁବର୍ଣ୍ଣପୁର ଜ଼ିଲ୍ଲା ବୌଦ୍ଧିକ ପ୍ରମୁଖ ନାରାୟଣ ସାହୁ ଯୋଗଦେଇ ସଂଘ ଶତାବ୍ଦୀ ବର୍ଷ ପଦାର୍ପଣ ରେ ସହଭାଗିତା ସେହି ବିପ୍ଲବୀ ମାନଙ୍କ ସ୍ମୃତି ଚlରଣ କରିବାସହ ଚଳିତ ଶତାବ୍ଦୀ ବର୍ଷରେ ସପ୍ତ ସୂତ୍ରୀ କାର୍ଯ୍ୟକ୍ରମ ଓ ପଞ୍ଚ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମରେ ବିଶେଷ ଅତିଥିଭାବେ ଜ଼ିଲ୍ଲା ବ୍ୟବସ୍ଥା ପ୍ରମୁଖ ପଦ୍ମଲୋଚନ ସାହୁ, ଜ଼ିଲ୍ଲା ଧର୍ମଜlଗରଣ ପ୍ରମୁଖ ବିମ୍ବାଧର ମେହେର, ଜ଼ିଲ୍ଲା ଶାରୀରିକ ପ୍ରମୁଖ ନିରଞ୍ଜନ ମେହେର, ଜ଼ିଲ୍ଲା ପ୍ରଚାର ପ୍ରମୁଖ ରଘୁନାଥ ଷଡ଼ଙ୍ଗୀ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟ ଶିକ୍ଷକ ଭାବେ ତରଣୀ ତରିଆ, ବ୍ୟକ୍ତିଗତ ଗୀତ ତରଣୀ ତରିଆ ଓ ପ୍ରାର୍ଥନା ପ୍ରମୁଖ ଭାବେ ଶରତ କୁମାର ପ୍ରଧlନ କାର୍ଯ୍ୟ ତୁଲାଇଥିଲେ l ଏହି ସମାରୋହରେ ସ୍ଥାନୀୟ ବୁଦ୍ଧିଜୀବୀ, ବାଳକ, ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..