July 5, 2025
Home » ଦାରିଙ୍ଗବାଡିଠାରେ ବ୍ଲକ ଅଙ୍ଗନବାଡି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଦାରିଙ୍ଗବାଡିଠାରେ ବ୍ଲକ ଅଙ୍ଗନବାଡି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
WhatsApp Image 2025-01-21 at 4.14.57 PM

ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ଅଲ ଓଡିଆ ଅଙ୍ଗନବାଡି ସଂଘ ଦାରିଙ୍ଗବାଡି ବ୍ଲକର କାର୍ଯ୍ୟକାରିଣୀ ବୈଠକ ବ୍ଲକ ସଭାନେତ୍ରୀ ରଶ୍ମି ରଞିତା ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭାରତୀୟ ମଜଦୂର ସଂଘ (ବିଏମଏସ)ର ଜିଲା ସଭାପତି ଅଶୋକ ପରିଡାଙ୍କ ସହ ଜିଲା ସଭାନେତ୍ରୀ ଶର୍ମିଷ୍ଠା ନାୟକ ଓ ସଂମ୍ପାଦିକା ସାରଦା ପରିଛା ଯୋଗଦେଇ ସଂଗଠନକୁ ମଜଭୂତ କରିବାକୁ ଆହ୍ୱାନ ଦେଇଥିଲେ।କାର୍ଯ୍ୟ କ୍ଷେତ୍ରରେ କେତେଜଣ ସୁପରଭାଇଜର ଅସହଯୋଗ କରୁଥିବା ଅଭିଯୋଗ ହୋଇଥିଲା।ମାସ ମାସ ଧରି ପୋଷଣ ଅନୁଦାନ, କିଶୋରୀ ବାଳିକା ଅର୍ଥ, ଗ୍ୟାସ ଅର୍ଥ ମିଳିବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି।ଚାଉଳ ଓଜନରେ କମ ,ଅଣ୍ଡାଦର ବଜାରରେ ଅତ୍ୟଧିକ ବୃଦ୍ଧି ହୋଇଥିବାବେଳେ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବା ଆବଶ୍ୟକ।ପ୍ରତ୍ୟେକ କର୍ମୀଙ୍କୁ ଦିଆଯାଉଥିବା ଅର୍ଥ କେଉଁ ବାବଦରେ ଦିଆଯାଉଛି ତାହା ଲିଖିତ ଭାବେ ଦେବାକୁ ଦାବୀ କରାଯାଇଛି।


ଅଙ୍ଗନବାଡି କେନ୍ଦ୍ରକୁ ପିଲାମାନେ ଅଧିକାଂଶ ସମୟରେ ଖାଇବା ସମୟରେ ଆସୁଥିବା ବେଳେ ପରିଦର୍ଶନରେ ଆସୁଥିବା ସୁପର ଭାଇଜରମାନେ କମ ସଂଖ୍ୟକ ଉପସ୍ଥାନ ଦେଉଥିବାରୁ କର୍ମୀମାନେ ବକେୟ ଟଙ୍କା ଶୁଝିବା କଷ୍ଟକର ।ଏ ସମସ୍ୟା ସମ୍ପର୍କରେ ରାଜ୍ୟ ବୈଠକରେ ଆଲୋଚନା କରି ବିଭାଗୀୟ ଅଧିକାରୀଙ୍କୁ ଜଣାଇବାକୁ ବିଏମଏସର ଜିଲା ସଭାପତି ଅଶୋକ ପରିଡା ସୂଚନା ଦେଇଥିଲେ।ଆଗାମୀ ଦିନରେ ଅଙ୍ଗନବାଡି ସଂଘର ବ୍ଲକ ସମ୍ମିଳନୀ ଓ ଜିଲା ସମ୍ମିଳନୀ ଆୟୋଜନ କରିବାକୁ ଆଲୋଚନା କରାଯାଇଥିଲା। ଗତ ୩୧ତାରିଖରେ ଦାରିଙ୍ଗବାଡି ବ୍ଲକ ସଂଘର ସମ୍ପାଦିକା ତଥା ରୁକାନବାଡିର କର୍ମୀ ପ୍ରମଦା ମଲ୍ଲିକ ଅବସର ନେଇଥିଲେ।ଏହି ଅବସରରେ ବୈଠକରେ ବିଏମ ଏସର ଜିଲା ସଭାପତି ଅଶୋକ ପରିଡା,ସଂଘର ଜିଲା ସଭାନେତ୍ରୀ ଶର୍ମିଷ୍ଠା ନାୟକ ଓ ସଂମ୍ପାଦିକା ସାରଦା ନାୟକ ବ୍ଲକ ସଂଘ ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସୁଚିତ୍ରା ପ୍ରଧାନ, କୁନି ସାହୁ,ମହାଲକ୍ଷ୍ମୀ ସାହୁ ,ଜୟନ୍ତୀ ସିଂ,କାବେରୀ ମଲିକ,କୁମାରୀ ମହାପାତ୍ର, ମିନତି ନାୟକ ,ପୁଷ୍ପ ଦେବୀ ପ୍ରଧାନ ପ୍ରମୁଖଙ୍କ ସହ ୧୨ଟି ସେକ୍ଟରର ସଦସ୍ୟାମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *