ଦିନବେଳା ସାମ୍ବାଦିକ ରାତିରେ କଂସ

ପେସା ତାଙ୍କର ସାମ୍ବାଦିକ କିନ୍ତୁ ନିଶା ହେଉଛି ତାଙ୍କର ଅଭିନୟ ,ଦିନରେ ସାମ୍ବାଦିକ କାମ ଆଉ ରାତିରେ ବଦଳି ଯାଏ ପୁରା ବେଶ ପୋଷାକ । ଧୀରେ ଧୀରେ ଲୋପ ପାଇବାରେ ଲାଗିଛି ଲୋକ ସଂସ୍କୃତି ଆଉ ଲୋକ ପରମ୍ପରା ହେଲେ ତାକୁ ବଞ୍ଚାଇବାକ ଚେଷ୍ଟା ଜାରି ରଖିଛନ୍ତି ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଠେଲକୋମୁଣ୍ଡା ଗ୍ରାମର ସାମ୍ବାଦିକ ରାଧେଶ୍ୟାମ ହାତୀ । ପେସା ସାମ୍ବାଦିକତା ନିଶା କିନ୍ତୁ ଅଭିନୟ ,ଦିନବେଳା ବ୍ୟସ୍ତବହୁଳ ସାମ୍ବାଦିକତା ବୃତ୍ତି ଆଉ ରାତି ହେଲେ ତ୍ରିଭୁବନ ବିଜୟୀ ବିର କଂସାସୁର ଚରିତ୍ରରେ ବିଭୋର । ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଭଦ୍ରାପାଲି ଗ୍ରାମରେ ହେଉଥିବା କଂସ ଦରବାର କାର୍ଯ୍ୟକ୍ରମ ରେ କଂସ ଭୂମିକାରେ ଅଭିନୟ କରୁଥିବା ଏହି କଳାକାର ଜଣେ ପେଷାଦାର କଳାକାର ନୁହନ୍ତି ବରଂ ସାମ୍ବାଦିକ କ୍ଷେତ୍ର ଲୋଇସିଂହା ପୁଇଁନ୍ତଳା ଓ ଆଗଲପୁର ଅଞ୍ଚଳରେ କାମ କରୁଥିବା ଜଣେ ସାମ୍ବାଦିକ । ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ତାଙ୍କ କର୍ମସ୍ଥଳୀ , ଦିନ ତମାନ ଏ ଅଞ୍ଚଳର ଚାଲେ ଖବର ସଂଗ୍ରହ କାମ ।
ଖବର ସଂଗ୍ରହ ବେଳେ ନିଜର ନମ୍ବ୍ର ସ୍ୱଭାବ ରେ ଅନେକ ସମସ୍ୟା ଉପସ୍ଥାପନ କରି ପ୍ରଶାସନ ର ନଜର କୁ ଆଣି ସମସ୍ୟାର ସମାଧାନ କରୁଥିବା ଏହି ସାମ୍ବାଦିକ କୁ କିନ୍ତୁ ରାତିହେଲେ ଘାରେ ଲୋକକାଳା କୁ ବଞ୍ଚାଇବା ଝୁକ । ସେଇଥି ପାଇଁ ମୁହଁରେ ରଙ୍ଗ ଏବଂ ଦେହରେ ଏହି ନକଲି ପୋଷାକ ପିନ୍ଧି କଂସ ବେଶରେ ଓଲ୍ହାଇ ଆସନ୍ତି ମଞ୍ଚକୁ । ଦିନରେ ସାମ୍ବାଦିକ ଭଳି ଦାଇତ୍ୱ ପୂର୍ଣ ବୃତ୍ତି ଆଉ ରାତି ର ମଞ୍ଚ କଳା ଭିତରେ ସମାନ୍ତରାଳ ରେଖା ଟାଣି ପାରିଥିବା ସାମ୍ବାଦିକ ରାଧେଶ୍ୟାମ ହାତୀଙ୍କ ଝୁଙ୍କ ପଛରେ ଅଛି କିଛି ମହତ ଉଦ୍ୟେଶ । ବିଭିନ୍ନ ଗ୍ରାମ ମାନଙ୍କରେ ବର୍ଷ ବର୍ଷ ଧରି ନାଟକ ମଞ୍ଚସ୍ତ ହେଉଥିଲା କିନ୍ତୁ ଆଧୁନିକତାର ଚାକଚକ୍ୟ ଭିତରେ ପୁରୁଣା ପରମ୍ପରା ଏବଂ ଲୋକକାଳା ହଜିଯିବା ଭଳି ଅନେକ ଗ୍ରାମରେ ନାଟକ ପରିବେଷଣ ବନ୍ଦ ହୋଇ ଯାଉଛି । ହେଲେ ସାମ୍ବାଦିକ ରାଧେଶ୍ୟାମ ହାତୀ ଙ୍କ ଭିତରେ ଥିଲା ପିଲାବେଳେ ଥିବା ଦୁର୍ବଳତା ତାଙ୍କ ଭିତରେ ଏହି କଳା କୁ ପୁଣି ଉଜ୍ଜୀବିତ କରିଥିଲା । ନୂଆଁ ପିଢ଼ିର କିଛି ଲୋକଙ୍କୁ ଏକାଠି କରି ପୁଣି ତାଙ୍କରି ନେତୃତ୍ୱରେ ଆରମ୍ଭ ହୋଇଛି କଂସ ଦରବାର । ଯାହାକୁ ଶ୍ରଦ୍ଧା ଓ ଭଲ ପାଇବା ଦେଇଛନ୍ତି ଆଖ ପାଖ ଅଞ୍ଚଳରେ ଆବଲ ବୃଦ୍ଧ ବନିତା ।
ସାମ୍ବାଦିକଙ୍କ ଏଭଳି ପାଗଳା ଦେଖି ଜିଏବି କହିବ ସାବାସ ସାମ୍ବାଦିକ ହାତୀ ସାବାସ ।
ବଲାଙ୍ଗୀର ଇପିଏ ରୁ ସୁଷମା ପଶାୟତ ରିପୋର୍ଟ `