January 15, 2025
Home » ଦିବ୍ୟାଙ୍ଗ ପିତୃଭକ୍ତ ଧିରେନ ଙ୍କୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା

ଦିବ୍ୟାଙ୍ଗ ପିତୃଭକ୍ତ ଧିରେନ ଙ୍କୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା

0

ତ୍ରେତୟା ଯୁଗରେ ମାତା ପିତା ଙ୍କ ନିରନ୍ତର ସେବା କରୁଥିଲେ ଶ୍ରବଣ କୁମାର, କଳିଯୁଗ ରେ ସେହିପରି ପିତାଙ୍କର ନିରନ୍ତର ସେବା କରୁଛନ୍ତି ପିତ୍ରୁଭକ୍ତ ଧିରେନ। ଧିରେନ୍ ନିଜେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି । 2025 ମସିହା ରେ ଜଣେ 58 ବର୍ଷୀୟ ଦିବ୍ୟାଙ୍ଗ ବ୍ୟକ୍ତି ନିଜର 92 ବର୍ଷୀୟ ବୃଦ୍ଧ ବାପା ଙ୍କ ର ନିରନ୍ତର ସେବା କରୁଛନ୍ତି , ଏହାକୁ ଦେଖି କିଛି ଧର୍ମପରାୟଣ ବ୍ୟକ୍ତି ଧୀରେନ୍ ଙ୍କୁ “କେନ୍ଦ୍ରାପଡ଼ା ର ଶ୍ରବଣ କୁମାର” ନାମ ରେ ନାମିତ କରିଛନ୍ତି । ଏଠାରେ କହି ରଖୁ କି ଏହି ଶ୍ରବଣ କୁମାର ଙ୍କ ଘର ହେଇଛି କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଗର୍ଜଙ୍ଗା ପଂଚାୟତ ଅନ୍ତର୍ଗତ କୁଆଁରପାଳ ଗ୍ରାମ ରେ। ଆଜି ର ଯୁଗ ରେ ବାପା ମା ବୃଦ୍ଧ ହୋଇଗଲେ ପୁଅ ଚାକିରି କରି ବାହାରେ ରହୁଥିଲେ ପିଲାମାନେ ବୃଦ୍ଧଶ୍ରମ ଟିଏ ଯୋଗାଡ କରନ୍ତି ବାପା ମା ଙ୍କୁ ଛାଡ଼ିବା ପାଇଁ। ଏ ସମୟ ରେ ଙ୍କ ଚିନ୍ତାଧାରା କୁ ଅଶେଷ ଧନ୍ୟବାଦ। ଧୀରେନ ଙ୍କ ଦୁର୍ଭାଗ୍ୟ ତାଙ୍କ ମା ଦୀର୍ଘ ଦିନ ହେବ ଚାଲି ଗଲେଣି। ବିଭିନ୍ନ ଗଣ ମାଧ୍ୟମ ରୁ ଖବର ପାଇବା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା ପହଞ୍ଚିଥିଲେ ଧିରେନ ଙ୍କ ଘରେ। ତାଙ୍କର ସେବା କୁ ପ୍ରଶଂସା କରିବା ସହ ବିଭିନ୍ନ ପ୍ରକାର ର ଆସବାବ ପତ୍ର ପ୍ରଦାନ କରିଥିଲେ। ଦୁଇ ମାସ ପାଇଁ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ। ବାପା ଓ ପୁଅ ଙ୍କ ପାଇଁ କମ୍ବଳ, ଧୋତି, ଗାମୁଛା ଓ ପିନ୍ଧିବା ଶୀତ ବସ୍ତ୍ର ପ୍ରଦାନ କରିଥିଲେ। ବିଭିନ୍ନ ପ୍ରକାରର ପନିପରିବା ମଧ୍ୟ ଦିଆଯାଇଥିଲା। ଏହାକୁ ଦେଖି ୯୨ ବର୍ଷୀୟ ବୃଦ୍ଧ ଶତ୍ରୁଘ୍ନ ଟ୍ରଷ୍ଟ ର ସମସ୍ତ କର୍ମକର୍ତା ଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ। ଆଜି ର ଏହି କାର୍ଯ୍ୟକ୍ରମ ରେ ସହଯୋଗୀ ଭାଇ ମାନେ ହେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଯଶୋଦା ମା ମୋହିନୀ ନାୟକ, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ବିକାଶ କୁମାର ପାତ୍ର, କାଳନ୍ଦୀ ମଲ୍ଲିକ, କେଦାର ସ୍ବାଇଁ, ଅଭୟ ରାଉତ, ବଳରାମ ଦାସ ଓ ସଚେତନ ଶତପଥୀ।

Leave a Reply

Your email address will not be published. Required fields are marked *