October 23, 2025
Home » ଦୀନବନ୍ଧୁ ସ୍ନେହୀ ସଦନଠାରେ ମହିଳା ମାନଙ୍କ ପ୍ରତିଯୋଗିତା

ଦୀନବନ୍ଧୁ ସ୍ନେହୀ ସଦନଠାରେ ମହିଳା ମାନଙ୍କ ପ୍ରତିଯୋଗିତା

0
WhatsApp Image 2025-10-13 at 12.50.46 PM

ସ୍ନେହୀସମାଜ ତରଫରୁ ଦୀନବନ୍ଧୁ ସ୍ନେହୀ ସଦନଠାରେ ମହିଳା ମାନଙ୍କ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି |ଏଥିରେ ପ୍ରାୟ ୩୦ଜଣରୁ ଉର୍ଦ୍ଧ ମହିଳା ଅଂଶ ଗ୍ରହଣ କରିଥିଲେ |

ଶଙ୍ଖ, ହୁଳହୁଳି,ଝୋଟି, ମୁରୁଜ ପକାଇବା ଇତ୍ୟାଦି ।ହୁଳହୁଳି ପ୍ରତିଯୋଗୀ ରେ ୧ମସ୍ଥାନ ଜ୍ୟୋସ୍ନାରାଣୀ ପୃଷ୍ଠି,୨ୟ ଦମୟନ୍ତୀ ସାହୁ ୩ୟ ଅଞ୍ଜଳୀ ସାହୁ । ଚିତା ପକାଇବାରେ ୧ମ ବିନୋଦିନୀ ସାହୁ,୨ୟ ପ୍ରେମଲତା ସାହୁ ୩ୟ ରୁପାଲୀ ସାହୁ, ମୁରୁଜ ୧ମ ବିନୋଦିନୀ ସାହୁ ୨ୟ ଶ୍ରଦ୍ଧାଞ୍ଜଳୀ ସାହୁ ୩ୟ ପ୍ରେମଲତା ସାହୁ, ସ୍ମରଣଶକ୍ତି ୧ମ ମମତା ସାହୁ ୨ୟ ସରସ୍ଵତୀ ସାହୁ ୩ୟ ଜୋସ୍ନାରାଣୀ ପୃଷ୍ଠି ସାଧାରଣ ଜ୍ଞାନ ୧ମ ବନ୍ଦନା ସାହୁ ୨ୟ ମମତା ସାହୁ ୩ୟ ସରସ୍ଵତୀ ସାହୁ,କୃତୀତ୍ୱ ଅର୍ଜନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୁପେ ପରିଚାଳନା କରିଥିଲେ ସଭାପତି ଅନନ୍ତ ଚରଣ ସାହୁ,ସଂପାଦକ ଇଂ ଦାମୋଦର ସାହୁ, ସହ ସଂପାଦକ ପ୍ରକାଶ କୁମାର ସାହୁ, ମହିଳା ଶାଖା ଆବାହିକା ଉଷାରାଣୀ ସାହୁ କାର୍ଯ୍ୟକାରୀ ସଭାପତି ବନ୍ଦନା ସାହୁ ପ୍ରମୁଖ ଯୋଗଦେଇଥିଲେ ।

ଭୁବନେଶ୍ୱର ରୁ ଇପିଏ ରୁ ମଧୁସୂଦନ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *