July 1, 2025
Home » ଦୁଇଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ମହିଳା ଏବଂ ଶିଶୁ କଲ୍ୟାଣ ଗୃହ କମିଟି

ଦୁଇଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ମହିଳା ଏବଂ ଶିଶୁ କଲ୍ୟାଣ ଗୃହ କମିଟି

0
WhatsApp Image 2025-05-19 at 5.06.11 PM

କୋରାପୁଟ ଜିଲ୍ଲା ଗସ୍ତରେ ମହିଳା ଏବଂ ଶିଶୁ କଲ୍ୟାଣ ଗୃହ କମିଟି ଦୁଇଦିନିଆ ଗସ୍ତରେ ଆସି ଫେରିଛନ୍ତି । କମିଟିର ଏହି ଗସ୍ତ ୧୮.୦୫.୨୫ ତାରିଖରେ କୋରାପୁଟ ଅଭିମୁଖେ ଯାତ୍ରା କରି ଦେଓମାଲି ଠାରେ ରାତ୍ରିଯାପନ କରିବା ପରେ ୧୯/୦୫/୨୫ ତାରିଖରେ ଦେଓମାଲି ପର୍ବତ ଉପରେ ବୃକ୍ଷରୋପଣ କରିବା ପରେ ୧୦ ଘାଣ୍ଟିକ ସମୟରେ କୋରାପୁଟ ଜିଲ୍ଲାର ସ୍ତିତ ମିଲେଟ ପ୍ରକ୍ରିୟାକରଣ ୟୁନିଟ୍, କଫି ନର୍ସରୀ, ଲୁଙ୍ଗିରି ଅଙ୍ଗନୱାଡି କେନ୍ଦ୍ର, ସେଲ୍ଫ ହେଲ୍ପ ଗ୍ରୁପ୍ ଏବଂ ବାଟରେ ଥିବା ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରିଥିଲେ ।

କମିଟି ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ପରେ କୋରାପୁଟର ଦକ୍ଷତା ବିକାଶ ତାଲିମ କେନ୍ଦ୍ରରେ ସୋମବାର ଅପରାହ୍ନ ୩.୩୦ ସମୟରେ ବିଧାୟକ ଶ୍ରୀମତୀ ସୀମାରାଣୀ ନାୟକ (ଅଧ୍ୟକ୍ଷ),ବିଧାୟକ ପ୍ରମିଳା ମଲ୍ହିକ ବିଜେଡି ବିଧାନସଭା ଦଳର ମୁଖ୍ୟ ପ୍ରବକ୍ତା, ବିଧାୟକ ମନୋରମା ମହାନ୍ତି, ବିଧାୟକ ମିସ୍ ସଞ୍ଜଲି ମୁର୍ମୁ , ବିଧାୟକ ଶ୍ରୀମତୀ ସୋଫିଆ ଫିର୍ଡସ୍ , ବିଧାୟକ ଶ୍ରୀମତୀ ସୁଜତା ସାହୁ ,ବିଧାୟକ ଉପସାନା ମହାପାତ୍ର,ଶ୍ରୀମତୀ ଭର୍ସା ସିଂ ବାରିହା ,ବିଧାୟକ ପବିତ୍ର ସାନ୍ତା ଆୟୋଜିତ ଏହି ସମୀକ୍ଷା ବୈଠକରେ ଯୋଗ ଦେଇ ହାଉସ କମିଟିର ମହିଳା ଏବଂ ଶିଶୁଙ୍କ କଲ୍ୟାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସହିତ କମିଟି ମହିଳା ଏବଂ ଶିଶୁଙ୍କ ଉପରେ ହେଉଥିବା ଅପରାଧ / ନିର୍ଯ୍ୟାତନା ତଥା କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଏହାର ପ୍ରତିରୋଧ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ବାଇଥାଇକ ସରିବା ପରେ କେଚେଲ ଗସ୍ତକରି ଜିଲ୍ଲା ପ୍ରଶାସନ ଦ୍ବାରା ଉନ୍ନତିକରଣ କାର୍ଯ୍ୟ ଗୁଡ଼ିକ ପରିଦର୍ଶନ କରିଥିଲେ ।

ଆୟୋଜିତ ଉକ୍ତ ବୈଠକରେ କୋରାପୁଟ ଜିଲ୍ଲାପାଳ,କୋରାପୁଟ ଆରକ୍ଷୀ ଅଧିକ୍ଷକ,ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ମାଲକାନଗିରି ଜିଲ୍ଲାପାଳ, ସିଡ଼ିଇଓ ଜିଲ୍ଲାପରିଷଦ,ଡିଏସଡବ୍ଲୁଓ, ସିଡ଼ିପିଓମାନେ, ଓଏଲଏମ କର୍ମଚାରିଗଣ,ମିଶନ ଶକ୍ତି ବିଭାଗ ଏବଂ ଗୃହ ବିଭାଗ,ଡିଡବ୍ଲୁଓ, ସମେତ ସମସ୍ତ କୋରାପୁଟ ଓ ମାଲକାନଗିରି ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *