ଦୁଇ କୁଇଣ୍ଟାଲ ଗଞ୍ଜେଇ, ବୋଲେରୋ ଜବତ ସହ ଦୁଇ ଅଭିଯୁକ୍ତ ଗିରଫ l
ସୁବର୍ଣ୍ଣପୁର: ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଡୁଙ୍ଗୁରିପାଲି ପୋଲିସ ଗଞ୍ଜେଇ ସହ ଗୋଟିଏ ବୋଲେରୋ ଓ ନଗଦ 1200 ଟଙ୍କା ଜବତ ହୋଇଥିବା ବେଳେ ଏହି ଘଟଣା ରେ ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଙ୍କୁ ଗିରଫ କରିଛି l ଘଟଣା ରୁ ପ୍ରକାଶ ଯେ, ସୋମବାର ଦିନ ( 10/11/25) ସକାଳ ପ୍ରାୟ 5.30 ସମୟ ରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପୋଲିସ ଥାନା ର ଏସ ଆଇ ସୁକାନ୍ତ କୁମାର ଜେନା ଏବଂ ଥାନା କର୍ମଚାରୀ ମାନେ ଏହି ଥାନା ଅଂଚଳ ର ବଡଫଟାମୁଣ୍ଡା ଖେଳ ପଡିଆ ନିକଟ ଜାତୀୟ ରାଜପଥ -26 ର ବଲାଙ୍ଗୀର ପାର୍ଶ୍ୱ ରୁ ଆସୁଥିବା ଏକ ବୋଲେରୋ ( White colour affixed Regd. No. UP 71CT 2961) କୁ ଅଟକ ରଖିଥିଲେ l ବୋଲେରୋ ର ଡ୍ରାଇଭର ସମେତ ଅନ୍ୟ ସମସ୍ତ ଙ୍କୁ ଅଟକ ରଖାଯାଇଥିଲା l ପଚରାଯିବାରୁ ସେମାନେ ବୌଦ୍ଧ ଜିଲ୍ଲା ରୁ ଉତ୍ତରପ୍ରଦେଶ କୁ ଗଞ୍ଜେଇ ଚାଲାଣ କରୁଥିବା ପ୍ରକାଶ କରିଥିଲେ l NDPS ଆଇନ ର ବାଧ୍ୟତାମୂଳକ ବ୍ୟବସ୍ଥା ଅନୁଯାୟୀ, କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଏବଂ ଅନ୍ୟ ସାକ୍ଷୀ ଙ୍କ ଉପସ୍ଥିତି ରେ ଯାଞ୍ଚ କରାଯାଇଥିଲା l ବୋଲେରୋ ଗାଡିକୁ ଯାଞ୍ଚ କରାଯିବାରୁ ସେଲୋ ଟେପ ଦ୍ୱାରା ଗୁଡ଼ାଯାଇଥିବା ଛୋଟ ପ୍ୟାକେଟ ଥିବା 9 ଟି ବଡ଼ ବ୍ୟାଗ ମିଳିଥିଲା l ଉକ୍ତ 9 ଟି ବଡ଼ ବ୍ୟାଗ ଖୋଲିବା ପରେ ମାଟିଆ ରଙ୍ଗର ସେଲୋ ଟେପ ଗୁଡ଼ାଯାଇଥିବା ମୋଟ 125 ଟି ଛୋଟ ପ୍ୟାକେଟ ମିଳିଥିଲା l ଉକ୍ତ 125 ଟି ପ୍ୟାକେଟ ଖୋଲିବା ପରେ ପ୍ରତ୍ୟେକ ପ୍ୟାକେଟ ରେ 2 କେଜି ଲେଖାଏଁ ଗଞ୍ଜେଇ ରଖାଯାଇଥିଲା l ଜବତ ଗଞ୍ଜେଇ ର ମୋଟ ଓଜନ 2 କୁଇଣ୍ଟାଲ 49 କେଜି 610 ଗ୍ରାମ ( ପ୍ରାୟ 2.5 କୁଇଣ୍ଟାଲ ) ହେବ ବୋଲି ଜଣାପଡିଛି l ସରକାରୀ ମୂଲ୍ୟାଙ୍କନ ଅନୁଯାୟୀ ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ 24,96,100 ଟଙ୍କା, କିନ୍ତୁ ଯଦି ଏହାକୁ ବଜାର ମୂଲ୍ୟ ହିସାବ ରେ ନିଆଯିବ ତେବେ ଏହା 2.5 କୋଟି ରୁ ଅଧିକ ହେବ l ଏହି ଘଟଣା ରେ ଉତ୍ତରପ୍ରଦେଶ ର ଫତେପୁର ଜିଲ୍ଲା ହାଥଗାଁ ଥାନା ଅନ୍ତର୍ଗତ କାଶରହାପୂର୍ବ ଗ୍ରାମ ର ସୁରେନ୍ଦ୍ର ବିଶ୍ୱକର୍ମା (30) ଓ ହୁସେନଗଞ୍ଜ ଥାନା ଅନ୍ତର୍ଗତ ହସନପୁର ଗ୍ରାମ ର ଦୀପାଂଶୁ ସିଂହ (24) ଙ୍କୁ ଗିରଫ କରାଯାଇଛି l ଏ ସମ୍ପର୍କ ରେ ଡୁଙ୍ଗୁରିପାଲି PS Case No. 219 dt. 10/11/2025 U/s- 20 ( b)(ii) C/29 NDPS Act.ଆଧାର ରେ ଏକ ମାମଲା ପଞ୍ଜିକୃତ ହୋଇଛି l ଡୁଙ୍ଗୁରିପାଲି ପୋଲିସ ଥାନା ର ଏସ ଆଇ ପ୍ରେମରାଜ ସାହୁ ଏହି ମାମଲା ର ତଦନ୍ତ କରୁଥିବା ଜଣାପଡିଛି l ସୁବର୍ଣ୍ଣପୁର ପୋଲିସ ଗଞ୍ଜେଇ ଏବଂ ଡ୍ରଗ୍ସ ପରିବହନ ରେ ସମ୍ପୃକ୍ତ ଅପରାଧୀଙ୍କୁ ଧରିବା ଏବଂ ସେମାନଙ୍କ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ବଜାୟ ରଖିବା ପାଇଁ ସମର୍ପିତ l ସୁବର୍ଣ୍ଣପୁର ପୋଲିସ ପାଇଁ ଏହା ଏକ ସନ୍ତୋଷଜନକ କଥା ଯେ, ଗତ 6 ମାସ ମଧ୍ୟରେ 95 ରୁ ଅଧିକ NDPS ମାମଲା ରୁଜୁ ହୋଇଛି ଏବଂ 135 ରୁ ଅଧିକ ଲୋକଙ୍କୁ ଗିରଫ କରି ଜେଲ ପଠାଯାଇଛି ଏବଂ ଏହି କ୍ଷେତ୍ରରେ 52 କୋଟି ଟଙ୍କାରୁ ଅଧିକ ମୂଲ୍ୟ ର 52 କୁଇଣ୍ଟାଲ ରୁ ଅଧିକ ଗଞ୍ଜେଇ ଜବତ ହୋଇଛି ବୋଲି ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
