ଦୁଇ ଦିନିଆ ସିକିଲ୍ ସେଲ୍ ଆନିମିଆ ଓ ଥାଲାସେମିଆ ରୋଗ ସମ୍ପର୍କିତ ଜାତୀୟ ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର: ସଫଳତାର ସହ ଶେଷ ହୋଇଛି ଦୁଇ ଦିନିଆ ଜାତୀୟ କର୍ମଶାଳା । ‘ସିକିଲ୍ ସେଲ୍ ଏବଂ ଥାଲାସେମିଆ ନିରାକରଣ: ବେଷ୍ଟ୍
ପ୍ରାକ୍ଟିସ୍ ଓ ସ୍କେଲେବଲ୍ ଷ୍ଟ୍ରାଟେଜୀ’ ବିଷୟବସ୍ତୁକୁ ନେଇ ଦୁଇ ଦିନିଆ ଜାତୀୟ କର୍ମଶାଳା ମେଫେୟାର କନଭେନସ୍ଆୟୋଜିତ ହୋଇଯାଇଛି । ଉଦଯାପନୀ କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମିଶ୍ର, ଅନୁସୂଚିତ ଜାତି ନିର୍ଦ୍ଦେଶକ ଡ଼ ପୋମା ଟୁଡୁ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ଉପ ଶାସନ ସଚିବ ଡ଼ ରାଜି ଏନ.ଏସ, ଜାତୀୟ ସ୍ବାସ୍ଥ୍ୟ ମିଶନର ଏମଡ଼ି ଡ଼ ବୃନ୍ଦା ଡି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୩୦୦ ରୁ ଅଧିକ ଅଂଶଗ୍ରହଣକାରୀ ଭାଗ ନେଇଛନ୍ତି । ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ, ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ଅନ୍ତର୍ଜାତୀୟ ପ୍ରତିନିଧୂ, ଚିକିତ୍ସା ବିଶେଷଜ୍ଞ, ୟୁଏନଡିପି, ୟୁନିସେଫ୍, ଆଇଏସଏଚବିଟିର ପ୍ରତିନିଧୂ ଏବଂ ୧୦ ଟି ସିକିଲସେଲ ପ୍ରଭାବିତ ରାଜ୍ୟର ଜନଜାତି କଲ୍ୟାଣ
ବିଭାଗ ଏବଂ ସ୍ବାସ୍ଥ୍ୟ ବିଭାଗର ପ୍ରତିନିଧୂମାନେ ମଧ୍ୟ ଯୋଗ ଦେଇଥିଲେ ।
ସିକିଲ୍ ସେଲ୍ ରୋଗ ନିରାକରଣ, ଚିକିତ୍ସା ଏବଂ ପରିଚାଳନାରେ ଅଗ୍ରଗତି, ଜାତୀୟ ସିକିଲ୍ ସେଲ୍ ରୋଗ ଦୂରୀକରଣ କାର୍ଯ୍ୟକ୍ରମକୁ ବ୍ୟାପକ ଓ ପରିବର୍ତ୍ତନ କରିବା, ସାମାଜିକ-ଆଚରଣ ପରିବର୍ତ୍ତନ ଏବଂ ବହୁମୁଖୂ ପଦକ୍ଷେପ ଗ୍ରହଣ, ସିକିଲ୍ ସେଲ୍ ରୋଗ ପରି ।ରିଚାଳନାରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ବାନ, ଭାରତରେ ସିକିଲ୍ ସେଲ୍ ରୋଗ କାର୍ଯ୍ୟକ୍ରମ ପାଇଁ ଭବିଷ୍ୟତ ନିର୍ଣ୍ଣୟ ନି ଆଦି ସମ୍ପର୍କ ର୍କରେ ଦୁଇ ଦିନ ଧରି ବିସ୍ତୃତ ଆଲୋଚନା ନା କରାଯାଇଥିଲା । ଏହି ଦୁଇ ଦିନିଆ କର୍ମଶାଳାରେ ଗ୍ଲୋ ଗ୍ଲୋବାଲ୍ ସିକିଲ୍ ସେଲ୍ ଡିଜି ଡିଜିଜ୍
ନେଟୱାର୍କର ପ୍ରତିଷ୍ଠାତା ତଥା ଟୋରୋ ଟାରୋଣ୍ଟ ବିଶ୍ବବିଦ୍ୟାଳୟର ଜୟର ହେମାଟୋଲୋଜି ବିଭାଗର ନିର୍ଦ୍ଦେ ର୍ଦ୍ଦେଶକ ପ୍ରଫେସର ଆଇ ଆଇଜାକ୍ ଓଡ଼ାମେ
ଉପସ୍ଥିତ ରହି ସିକିଲ୍ ସେଲ୍ ଆନିମିଆର ଭଟ୍ଟା ପ୍ରଭାବ ବିଷୟରେ ଆଲୋଚନା କରିଥିଲେ । ସେହିପରି ଦୁଇ ଦିବସୀୟ ଆଲୋଚନାରେ ନାଗପୁରରୁ ପ୍ର
ପ୍ରଫେସର ଦିପ୍ତି ଜୈନ, କୋଲକାତାରୁ ପ୍ରତ୍ୟେ ପ୍ରଫେସର ମୈତ୍ରୀ ଟ୍ଟାଚାର୍ଯ୍ୟ, କାର୍ଲିପର୍ସିଆସ୍ଥିତ ଲୋମା ଲିଣ୍ଡା ବିଶ୍ବବିଦ୍ୟାଳୟର ସିକିଲ୍ ସେଲ୍ କାର୍ଯ୍ୟକ୍ରମ ନିର୍ଦ୍ଦେଶ ର୍ଦଶ ପ୍ରଫେସର ଅକ୍ଷତ ଜୈନ, ଏମ୍ଭ ଦିଲ୍ଲୀର ପ୍ରଫେସର ତୁଲିକା ସେଠ୍, ଜେଏନୟୁର ସହକାରୀ ସହବ ପ୍ରାଧ୍ୟାପକ ପ୍ରଫେସର ସୁନିତା ରେନ୍ସି, ଆଇସିଏମଆରର ରିସର୍ଚ୍ଚ ଡିଭିଜନର ମୁଖ୍ୟ ଡ଼ ବୋଛା ଭି ବାବୁ, କୋଲକାତାସ୍ଥିତ ସ୍ଥିତ ଏନଆରଏସ୍ ମେଡିକାଲ୍ କଲେଜର ମୁଖ୍ୟ ପ୍ରଫେସର ଟି.କେ ଦଳାଇ, ଥାଲାସେମିକ୍ ର ସଚିବ ଶୋଭା ଟୁଲି, ୟୁନିସେଫ୍ ଓ ଏନଆ ଆଇସିର ବରିଷ୍ଠ ଅଧୂକାରୀ ପ୍ରମୁଖ ଉପସ୍ଥିତ ରହି ସିକିଲ୍ ସେଲ୍ ଆନିମିଆ ଓ ଥାଲାସେମିଆର ପ୍ରମୁଖ ସମସ୍ୟା, ନିରାକରଣ ସମ୍ପର୍କରେ ଆଲୋଚନା କରି- । । ବିଭିନ୍ନ ରାଜ୍ୟରୁ ଆସିଥବା କିଛି ସିକିଲ୍ ସେଲ୍ ରୋଗୀ ଅନୁଭୂତି ବାଣ୍ଟିଥିଲେ ।