July 27, 2025
Home » ଦୁଇ ସନ୍ତାନ ଆଇନ ଦେଶର ସବୁ ନାଗରିକଙ୍କୁ ଲାଗୁ କରିବାକୁ ଦାବୀପତ୍ର ପ୍ରଦାନ

ଦୁଇ ସନ୍ତାନ ଆଇନ ଦେଶର ସବୁ ନାଗରିକଙ୍କୁ ଲାଗୁ କରିବାକୁ ଦାବୀପତ୍ର ପ୍ରଦାନ

0
WhatsApp Image 2025-07-21 at 9.46.24 AM

ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ଓଡିଶା , ଜନସଂଖ୍ୟା ସମାଧାନ ଫାଉଣ୍ଡେସନ କନ୍ଧମାଳ ଜିଲାର କୟନାଗରିକଙ୍କ ପକ୍ଷରୁ ଦେଶରେ ସବୁ ନାଗରିକଙ୍କ ପାଇଁ ଦୁଇ ସନ୍ତାନ ଆଇନ ଆଣି ଲାଗୁ କରିବାକୁ କନ୍ଧମାଳ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନାଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଆମ ଦେଶର ସମ୍ବିଧାନକୁ ଅଣଦେଖା କରି, ଧାର୍ମିକ ଆଧାରରେ ବିଭିନ୍ନ ଧର୍ମାବଲମ୍ବୀଙ୍କ ପାଇଁ ଅଲଗା ଅଲଗା ଆଇନ ପ୍ରଚଳିତ ଫଳରେ କିଛି ଲୋକ ଦୈତ୍ୟ ଆଇନର ସୁବିଧା ଉପଭୋଗ କରୁଛନ୍ତି।ଗୋଟିଏ ଦେଶରେ ସମାନ କାମ ପାଇଁ ଏକାଧିକ ଆଇନ ପ୍ରଚଳନ ଭାରତୀୟ ସମ୍ବିଧାନର ଧାରା ୪୪କୁ ସ୍ପଷ୍ଟ ଅବମାନନା କରୁଛି। ଏଣୁ ଦେଶରେ ସବୁ ନାଗରିକ ମାନଙ୍କ ପାଇଁ (UCC)ସମାନ ସଂହିତା ଆଇନ ଓ ଦୁଇ ସନ୍ତାନ ନୀତି ପ୍ରଣୟନ କରିବାକୁ ଦାବୀ କରାଯାଇଛି କନ୍ଧମାଳ ଜିଲ୍ଲା ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ,ଓଡିଶା। ଆମ ଦେଶରେ ବର୍ତ୍ତମାନ ଜନସଂଖ୍ୟା ବିସ୍ଫୋରଣ ହେବାରେ ଲାଗିଛି।ଆମ ଦେଶ ଏବେ ଚୀନର ଜନସଂଖ୍ୟାକୁ ଟପି ଗଲାଣି।ଭାରତ ଅପେକ୍ଷା ଚୀନର କ୍ଷେତ୍ରଫଳ ତିନି ଗୁଣାରୁ ଅଧିକ।ଏତେବଡ ଜନସଂଖ୍ୟାକୁ ଖାଦ୍ୟଶସ୍ୟ,ଫଳ ପନିପରିବା,ଦୁଗ୍ଧ, ବିଜୁଳି, ପାଣି,ଇନ୍ଧନ,ଶିକ୍ଷା ସ୍ୱାସ୍ଥ୍ୟ, ପରିବେଶ, ଅମ୍ଲଜାନ,ବାସଗୃହ, ଚାଷଜମି ଓ ରୋଜଗାର ଇତ୍ୟାଦି ଅତ୍ୟାବଶ୍ୟକ ଜିନିଷ ଯୋଗାଇବା ଅସମ୍ଭବ ହୋଇପଡିଛି।


ପୃଥିବୀର ସ୍ଥଳଭାଗ ମଧ୍ୟରୁ ଭାରତରେ ମାତ୍ର ୨.୪%ଥିବାବେଳେ ପାନୀୟ ଜଳ ମାତ୍ର ୪%ରହିଛି।କିନ୍ତୁ ବିଶ୍ୱ ଜନସଂଖ୍ୟାର ୧୮%ଲୋକ ଭାରତରେ ବସବାସ କରୁଛନ୍ତି।ଜନସଂଖ୍ୟାର ଅହେତୁକ ବୃଦ୍ଧି ହେତୁ ଆମ ଦେଶରେ ବେରୋଜଗାର, କୁପୋଷଣ,ଅନାହାର,ଚୋରି, ରାହାଜାନୀ ଇତ୍ୟାଦି ବୃଦ୍ଧି ପାଉଛି।ଜଳକ୍ଳିଷ୍ଟ,ପର୍ଯ୍ୟାବରଣ କୁପ୍ରଭାବ ସାଙ୍ଗକୁ ପରିବେଶ ପ୍ରଦୂଷଣ ହେଉଛି।ଅହେତୁକ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି।ଆତଙ୍କ ବାଦୀ କାର୍ଯ୍ୟ ବୃଦ୍ଧି ପାଉଛି।
ପ୍ରାଦେଶିକ ସ୍ତରରେ ଓଡିଶା ସରକାର ତୁରନ୍ତ ଦୁଇ ସନ୍ତାନ ଜନସଂଖ୍ୟା ନୀତି ଲାଗୁ କରିବାକୁ ଦାବୀ କରାଯାଇଛି।
ଯେଉଁମାନେ ଦୁଇ ସନ୍ତାନ ନୀତି ମାନିବେ ନାହିଁ ଏବଂ ତୃତୀୟ ସନ୍ତାନ ଜନ୍ମ କରିବେ ସେମାନଙ୍କୁ ସରକାରୀ ଚାକିରୀରୁ ବଞ୍ଚିତ କରାଯିବା ଉଚିତ।ଚାକିରୀ କରିଥିଲେ ସେବା ନିବୃତ କରାଯାଉ,ସରକାରୀ ରାସନ ସହ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉ। ନିର୍ବାଚନ ଲଢିବାରୁ ବଞ୍ଚିତ କରିବା,ଭୋଟଦାନରୁ ବଞ୍ଚିତ କରିବା ସହ ଜେଲ ଦଣ୍ଡର ବ୍ୟବସ୍ଥା କରିବାକୁ ଦାବୀପତ୍ରରେ ଉଲ୍ଲେଖ ରହିଛି। ଏହି ଅବସରରେ ସଚେତନ ନାଗରିକ ହିସାବରେ କନ୍ଧମାଳ ଜିଲାର ନବୀନ କିଶୋର ପଣ୍ଡାଙ୍କ ସହ କୃଷ୍ଣ ଚନ୍ଦ୍ର ମିଶ୍ର,ପିତାମ୍ବର ମିଶ୍ର,ବଂଶଧର ପଣ୍ଡା ,ପ୍ରଶାନ୍ତ ପ୍ରଧାନ, ଭୀମସେନ ମିଶ୍ର ଅଶୋକ ପରିଡା ପ୍ରମୁଖ ଦାବୀପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *