ଦୁର୍ନୀତି ନିବାରଣ ସଚେତନତା ସପ୍ତାହ – ୨୦୨୫
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ – ୨୦୨୫ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ସଚେତନତା ପଦଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ l
ସୁବର୍ଣ୍ଣପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରୁ ଦୁର୍ନୀତି ନିବାରଣ ସଚେତନତା ପଦଯାତ୍ରା ଆରମ୍ଭ ହୋଇ ସଂସ୍କୃତି ଭବନ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ପଟାଭାଡ଼ି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପୂର୍ବାହ୍ନ ୯.୦୦ ଘଟିକା ସମୟରେ ପହଞ୍ଚିଥିଲା । ଏହି ପଦଯାତ୍ରାରେ ସୋନପୁର ସହରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀ, ଖେଲୋ ଇଣ୍ଡିଆ ଛାତ୍ର ଛାତ୍ରୀ, ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ, ସି.ଆର୍.ପି ଓ ଏମ.ବି.କେ ମାନେ ଯୋଗଦେଇଥିଲେ।ଏହି ପଦଯାତ୍ରାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ, ନାରାୟଣ ନାଏକଙ୍କ ଦ୍ଵାରା ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ପଦଯାତ୍ରା ପରେ ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଏହି ପଦଯାତ୍ରା ଆରମ୍ଭ ସମୟରେ ଓ ଦୁର୍ନୀତି ନିବାରଣ ସଚେତନତା ସଭାରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ,( ସାଧାରଣ ) ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ଉପ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର ରୀତାଞ୍ଜଳି ପଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା ପ୍ରକଳ୍ପ ସାଯୋଜକ, ମିଶନ ଶକ୍ତିଙ୍କ ସମେତ ଅନେକ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ ଓ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଓ ବିଭିନ୍ନ ସମ୍ବାଦ ପତ୍ର ଓ ବୈଦ୍ୟୁତିକ ଗଣ ମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଦୁର୍ନୀତି ନିବାରଣ ସଚେତନତା ସଭାରେ ଉପ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର, ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ, ସୁବର୍ଣ୍ଣପୁର ଓ ସମ୍ମାନିତ ଅତିଥି, ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁରଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ ଓ ଦୁର୍ନୀତି ନିବାରଣ ସଚେତନତା ତାଙ୍କ ଭିଜିଲାନ୍ସ ଶାଖାର କାର୍ଯ୍ୟ କଳାପ ଓ ସଫଳତା ଉପରେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ତାପରେ ସମ୍ମାନିତ ଅତିଥି ଓ ମୁଖ୍ୟ ଅତିଥି ଦୁର୍ନୀତି ନିବାରଣ ସଚେତନତା ଉପରେ ସେମାନଙ୍କର ଅଭିଭାଷଣ ମାଧ୍ୟମରେ ଉପସ୍ଥିତ ଅଧିକାରୀ, କର୍ମଚାରୀ, ଛାତ୍ର ଛାତ୍ରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ଉପଦେଶ ଓ ପରାମର୍ଶ ଦେଇ ସଚେତନ କରାଇଥିଲେ। ସଭାରେ ଉପସ୍ଥିତ ଥିବା ସମସ୍ତଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ। ଏହି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ଶେଷରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
