ଦୁର୍ନୀତି ନିବାରଣ ସପ୍ତାହ ପାଳନ ବୈଠକରେ ଅଭାବନୀୟ ଘଟଣା ଦେଖି ନୟାଗଡ଼ରେ ସରଗରମ ଚର୍ଚ୍ଚା ।
ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଜିଲ୍ଲାପାଳ ପ୍ରଥମେ ଶପଥ ପାଠ କରିବା ପରେ ,ବୈଠକ ବହୁ ଆଡମ୍ବରେ ଲଘୁ କ୍ରିୟା ଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା । ବୈଠକରେ ପୁଲିସ ବିଭାଗର କୈଣସି ବରିଷ୍ଠ ଅଧିକାରୀ ଉପସ୍ଥିତ ନଥିବା ଦେଖି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପ୍ରବଳ ବିରକ୍ତ ପ୍ରକାଶ କରିବା ସହ ବୈଠକରୁ ଚାଲିଯାଇଥିଲେ ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋସ୍ମାମୟୀ ଆଚାର୍ଯ୍ୟ, ଭିଜିଲାନ୍ସ ବିଭାଗ ଡିଏସ୍ପି ମଞ୍ଚାସିନ ଥିଲେ ।ନିର୍ଦ୍ଧାରିତ ସମୟରେ ବୈଠକରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ପହଞ୍ଚି ପୁଲିସ ବିଭାଗରୁ କେହି ହେଲେ ଆସିନଥିବା ଦେଖିବାକୁ ପାଇଥିଲେ । ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗର ମୁଖ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଅଥଚ ପୁଲିସ ବିଭାଗରୁ କାହିଁକି ଜଣେ ହେଲେ ଅଧିକାରୀଙ୍କୁ ଏଠାରେ ଦେଖିବାକୁ ମିଳୁନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଏହାସହ ଜିଲ୍ଲାପାଳ ପ୍ରବଳ ବିରକ୍ତ ପ୍ରକାଶ କରି ବୈଠକରୁ ଚାଲି ଯାଇଥିଲେ। ଜିଲ୍ଲାପାଳ ଯିବାପରେ ସଭାକକ୍ଷରେ ଗମ୍ଭୀରତା ଓ ନିରବତା ଭିତରେ ଟୁପୁଟାପ ହେବା ଦେଖିବାକୁ ମିଳିଥିଲା ।

ବୈଠକରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀମାନେ କିଂକର୍ତ୍ତବ୍ୟମୁଢ଼ ହୋଇ ପାଟିରୁ ପଦୁଟିଏ ବି କଥା ବାହାରୁନଥିବା ଦେଖିବାକୁ ମିଳିଥିଲା । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା କିଛି ସମୟପରେ ଆସି ପହଞ୍ଚିଥିଲେ । ଜିଲ୍ଲାସ୍ତରୀୟ ଅନେକ ବୈଠକରେ ନୟାଗଡ଼ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଉନଥିବା ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ ।ଏଇଟା କୁ ନୂଆ କଥାକି ବୋଲି ଉପସ୍ଥିତ ସଦସ୍ୟ ମାନଙ୍କ ମଧ୍ୟରେ ଆଲୋଚନା ଶୁଣିବାକୁ ମିଳିଥିଲା ।କିଛି ସମୟପରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ,ଅତିରିକ୍ତଏସ୍ପି ସୁବାସ ଚନ୍ଦ୍ର ପଣ୍ଡା ,ଭିଜିଲାନ୍ସ ଡିଏସପି ଓ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ସଭା କକ୍ଷକୁ ଆସି ,ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ବିଭିନ୍ନ ବିଭାଗରେ ହୋଇଥିବା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର/ଛାତ୍ରୀଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରିବାପରେ ଏତିକିରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଜିଲ୍ଲାର ମୁଖ୍ୟ ଅଧିକାରୀ ଜିଲ୍ଲାପାଳ ଓ ଏସପିଙ୍କ ମଧ୍ୟରେ ପଡୁନି ବୋଲି ସାରା ନୟାଗଡ଼ରେ ଚର୍ଚ୍ଚା ଜାରୀ ରହିଥିବାବେଳେ ଏହାର କେତେ ସତ୍ୟତା ଅଛି ଜଣାପଡିନାହିଁ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
