ଦେଓଗଡ଼ ଜିଲ୍ଲା ରେ ଭାରତୀୟ ଜନତା ପାର୍ଟି ର ସଂଗଠନ ନିର୍ବାଚନୀ ପର୍ବ

ସାରା ରାଜ୍ୟରେ ଭାରତୀୟ ଜନତା ପାର୍ଟି ର ସଂଗଠନ ନିର୍ବାଚନୀ ପର୍ବ ପାଳନ କରାଯାଇଥିବା ବେଳେ। ଓଡ଼ିଶା ଭାରତୀୟ ଜନତା ପାର୍ଟି ଦଳ ରେ ମଧ୍ୟ ଜୋରଦାର ସଂଗଠନ ନିର୍ବାଚନୀ ପର୍ବ ପାଳନ ଦେଖିବାକୁ ମିଳିଛି। ଦେଓଗଡ଼ ଜିଲ୍ଲା ପାଇଁ ଶ୍ରୀ କଳେନ୍ଧି ସାମଲ ମହୋଦୟ ନିର୍ବାଚନୀ ଅଧିକାରୀ ଭାବେ ନିଯୁକ୍ତି ହୋଇ ଜିଲ୍ଲା ସମସ୍ତ ବୁଥ ସ୍ତରରେ ବୁଥ ସଭାପତି ଚୟନ ପ୍ରକିୟା ଅନୁଷ୍ଟିତ ହୋଇଥିଲା ବେଳେ। ଦେଓଗଡ଼ ଜିଲ୍ଲା ମଣ୍ଡଳ ସଭାପତି ଚୟନ ପ୍ରକିୟା ରାଜ୍ୟ ଙ୍କୁ ଚୟନ ପ୍ରକ୍ରିୟା ପାଇଁ ପଠା ଯାଇଥିବା ବେଳେ। ଆଜି ଦେଓଗଡ ଜିଲ୍ଲା ର ସମୁଦାୟ ଆଠ ଟି ମଣ୍ଡଳ ସଭାପତି ରୁ ପାଞ୍ଚଟି ମଣ୍ଡଳ ସଭାପତି ନାମ ଘୋଷଣା କରାଯାଇଛି। (1) ନଗର ମଣ୍ଡଳ ସଭାପତି ଶ୍ରୀ ରାଜେନ୍ଦ୍ର ଆଚାର୍ଯ୍ୟ (2) ବାରକୋଟ ମଣ୍ଡଳ ଶ୍ରୀ ପ୍ରଭାତ କୁମାର ସାହୁ ମହୋଦୟ (3) କଲା ମଣ୍ଡଳ ସଭାପତି ଶ୍ରୀ ବେଲାର୍ଶନ ବାରିକ ମହୋଦୟ (4) ସୁଗୁଡ଼ା ମଣ୍ଡଳ ସଭାପତି ଶ୍ରୀ ବିରଞ୍ଚି ନାରାୟଣ ନନ୍ଦ ମହୋଦୟ (5) ରିଆମାଳ ମଣ୍ଡଳ ସଭାପତି ଶ୍ରୀ ସଞ୍ଜୟ ବେହେରା ମହୋଦୟ ମାନଙ୍କୁ ରାଜ୍ୟ ସଂଗଠନ ନିର୍ବାଚନୀ ଅଧିକାରୀ ଶ୍ରୀ ପ୍ରତାପ ଷଡ଼ଙ୍ଗୀ ମହୋଦୟ ଙ୍କ ଦ୍ୟାରା ଘୋଷଣା କରାଯାଇଛି।
ଏହି ନିର୍ବାଚନୀ ପର୍ବ ପ୍ରକ୍ରିୟା ମାଧ୍ୟମରେ ବୁଥ ସଭାପତି ଠାରୁ ଜିଲ୍ଲା ସଭାପତି। ରାଜ୍ୟ ସଭାପତି। ରାଷ୍ଟ୍ରୀୟ ସଭାପତି ମାନଙ୍କୁ ନିର୍ବାଚିତ ଅଧିକାରୀ ମାନଙ୍କ ଦ୍ଵାରା ଚୟନ କରାଯାଇଥାଏ। ଦେଓଗଡ଼ ଜିଲ୍ଲା ରେ ସମସ୍ତ ମଣ୍ଡଳ ସ୍ତରୀୟ ସଭାପତି ଚୟନ ପ୍ରକିୟା ପାଇଁ ରାଜ୍ୟ ନିର୍ବାଚନୀ ଅଧିକାରୀ ଶ୍ରୀ କଲେନ୍ଧୀ ସାମଲ ମହୋଦୟ ଓ ଜିଲ୍ଲା ADRO ଶ୍ରୀ ହରମୋହନ ପାଣି ମହୋଦୟ, ଶ୍ରୀ ବିରଞ୍ଚି ସାହୁ ମହୋଦୟ, ଜିଲ୍ଲା ସଭାପତି ଅରୁଣ କୁମାର ସାହୁ ମହୋଦୟ ଙ୍କ ଉପସ୍ଥିତି ରେ ଚୟନ ପ୍ରକ୍ରିୟା କରାଯାଇଥିଲା। ବିଶେଷ ସୂତ୍ରରୁ ରୁ ସୁଚନା ମିଳେ କି ଅଳ୍ପ କିଛି ଦୀନ ମଧ୍ୟରେ ଜିଲ୍ଲା ସଭାପତି ଓ ରାଜ୍ୟ ସଭାପତି ଙ୍କ ନାମ ଘୋଷଣା କରାଯିବ ବୋଲି ସୁଚନା ମିଳୁଛି। ଦେଖିବାକୁ ବାକି ରହିଲା ଆଗମୀ ଦିନରେ ଜିଲ୍ଲା ସଭାପତି ଓ ରାଜ୍ୟ ସଭାପତି ଘୋଷଣା କାହା ନାମରେ ମହର ମାରିବେ ସଂଗଠନ ନିର୍ବାଚନୀ ଅଧିକାରୀ ବାକି ରହିଲା।