ଦେଓଗଡ ଜିଲ୍ଲା ଦିନିକିଆ ଗସ୍ତ ଅବସରରେ ପଞ୍ଚାୟତ ରାଜ ମନ୍ତ୍ରୀଙ୍କ ବାରକୋଟ ବ୍ଲକ ସମୀକ୍ଷା ବୈଠକ

।
ଦେବଗଡ଼ : ପଞ୍ଚାୟତିରାଜ ଓ ଜଳଯୋଗାଣ ବିଭାଗର ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ ମହୋଦୟ ଆଜି ଦିନିକିଆ ଗ୍ରସ୍ତରେ ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକକୁ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ସମୀକ୍ଷା ବୈଠକରେ ଉପସ୍ଥିତ ସମ୍ୱଲପୁର ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ଅରୁଣ କୁମାର ସାହୁ ମହୋଦୟ। ପୂର୍ବତନ ବିଧାୟକ ସୁବାଷ ପାଣି।
ସମସ୍ତ ବ୍ଲକ ଅଧିକାରୀ, ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହି ସମେକ୍ଷା ବୈଠକ ର ସମ୍ପୁର୍ଣ୍ଣ ବୀବରଣୀ ତାଲିକା ଉପସ୍ଥାପନ କରିଥିଲେ । ମନ୍ତ୍ରୀ ଜଳଯୋଗାଣ ପ୍ରକଳ୍ପ, ଗ୍ରାମୀଣ ସଡ଼କ ଉନ୍ନୟନ, ପିଣ୍ଡିପାଣି ପାଇଁ ନୂତନ ଯୋଜନା, ପଞ୍ଚାୟତୀରାଜ ବ୍ୟବସ୍ଥାର ସୁଦୃଢ଼ୀକରଣ ଓ ବ୍ଲକ ସ୍ତରରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପର ପ୍ରଗତି ବିଷୟରେ ତଥ୍ୟ ନେଇଥିଲେ । ମନ୍ତ୍ରୀ ସ୍ଥାନୀୟ ଲୋକଙ୍କ ସହିତ ସାକ୍ଷାତ କରି ଲୋକଙ୍କ ସମସ୍ୟା ଓ ପ୍ରସ୍ତାବ ସୁଣିଥିଲେ ।
ବୈଠକରେ ମନ୍ତ୍ରୀ ନିର୍ଦ୍ଦେଶ ଦେଲେଥିଲେ ଯେ, ସମସ୍ତ ପ୍ରକଳ୍ପର କାର୍ଯ୍ୟଗତି ଦ୍ରୁତଗତି ରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସାଧାରଣ ଲୋକଙ୍କୁ ସୁବିଧା ପ୍ରଦାନ କରିବାରେ କୌଣସି ଅବହେଳା ଅସୁବିଧା ର ସମ୍ମୁଖୀନ ନ ହେବା ପାଇଁ ସମସ୍ତ ଅଧିକାରୀ କର୍ମଚାରି ମାନଙ୍କୁ ଉପଦେଶ ଦେଈଥିଲେ।
ଅନ୍ୟ ପକ୍ଷରେ ଦେଓଗଡ ଜିଲ୍ଲାର ସରପଞ୍ଚ ସଂଘର ଏକ ପ୍ରତିନିଧି ଦଳ, ମନ୍ତ୍ରୀ ଙ୍କୁ ବାରକୋଟ ଡାକ ବଙ୍ଗଳା ଠାରେ ଦାବିପତ୍ରପ୍ରଦାନ କରିଥିଲେ।
debagarh ru debananda nayak nka report epa news