ଦେଓଗଡ ଜିଲ୍ଲା ବିଜେପି ପକ୍ଷରୁ ସୂର୍ଗତ ଦେବେନ୍ଦ୍ର ପ୍ରଧାନ ଙ୍କ ଉଦ୍ୟସରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ
।
ଡା.ଦେବେନ୍ଦ୍ର ପ୍ରଧାନ ଙ୍କ ଉଦ୍ଧେଶ୍ୟରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଦେବଗଡ ଭାରତୀୟ ଜନତା ପାର୍ଟୀ କାର୍ଯ୍ୟାଳୟ ଠାରେ ଆଜି ଦିବା ୪ ଘଟିକାରେ ଅନୁଷ୍ଠିତ ହୋଇଥିଲା, ଉକ୍ତ ସଭାରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ଅରୁଣ କୁମାର ସାହୁ ଙ୍କ ସଭାପତିତ୍ୱ ରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା,
ସଭା କାର୍ଯ୍ୟ ରେ ପୂର୍ଵତନ ବିଧାୟକ ସୁଭାଷ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ସଭାପତି ମୀନକେତନ ପ୍ରଧାନ , ସାଧାରଣ ସମ୍ପାଦକ ରଞ୍ଜିତ କୁମାର ପଟେଲ, ସମସ୍ତ ଉପ ସଭାପତି, ସମସ୍ତ ମଣ୍ଡଳ ସଭାପତି, ପୂର୍ଵତନ ଜିଲ୍ଲା ପରିଷଦ ଯୋଗେଶ ପ୍ରଧାନ ଯୁବନେତା ଭୋଳେଶ୍ୱର ପ୍ରଧାନ, ସୁଧୀର କୁମାର ବ୍ରହ୍ମା,ସମସ୍ତ କାଉନସିଲର,ସମାଜ ସେଵୀ ସୁଧୀର କପରଦାର,କୃଷକ ସମାଜ ସମ୍ପାଦକ ଚୂଡ଼ାମଣି ପ୍ରଧାନ ଓ ଜିଲ୍ଲା ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l
ଦେଓଗଡ ରୁ ଦେବାନନ୍ଦ ନାଏକ ଙ୍କ ସହିତ ଇପିଏ ନିୟୁଜ।
