July 2, 2025
Home » ଦେଓଗଡ ରିଜର୍ଭ ପୋଲିସ ପଡ଼ିଆ ଠାରେ ହୋମଗାଡ଼ ନିଯୁକ୍ତି ପରୀକ୍ଷା ଚାଲିଥିବା ବେଳେ। ପରୀକ୍ଷାର୍ଥୀ ଙ୍କ ଚାଲିଗଲା ଜୀବନ। ମୁଖ୍ୟ ମନ୍ତ୍ରୀ ଙ୍କ ଅନୁକମ୍ପା ରାଶି ଘୋଷଣା।

ଦେଓଗଡ ରିଜର୍ଭ ପୋଲିସ ପଡ଼ିଆ ଠାରେ ହୋମଗାଡ଼ ନିଯୁକ୍ତି ପରୀକ୍ଷା ଚାଲିଥିବା ବେଳେ। ପରୀକ୍ଷାର୍ଥୀ ଙ୍କ ଚାଲିଗଲା ଜୀବନ। ମୁଖ୍ୟ ମନ୍ତ୍ରୀ ଙ୍କ ଅନୁକମ୍ପା ରାଶି ଘୋଷଣା।

0
WhatsApp Image 2025-03-28 at 9.09.00 AM

ଦେଓଗଡ ରିଜର୍ଭ ପୋଲିସ ପଡ଼ିଆ ଠାରେ ୬୦ ଟି ହୋମଗାଡ଼ ପଦବୀ ପାଇଁ ପରୀକ୍ଷା ଦେଉଥିଲେ ପରୀକ୍ଷାର୍ଥୀ ଅଚାନକ ୨୧ ବର୍ଷୀୟ ସାହେବ ଦେହୁରୀ ଦୌଡୁ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ନିକଟସ୍ଥ ଜିଲ୍ଲା ଚିକିତ୍ସାଳୟ କୁ ନେଇ ଚିକିତ୍ସା କରିଥିଲେ। ୨୭/୦୩/୨୫ ଦିନ ଅଚାନକ ସାହେବ ଚିକିତ୍ସା ଧିନ ଅବସ୍ଥାରେ ମୃତୁ ବରଣ କରିଥିଲେ ଦେଓଗଡ ମେଡିକାଲ ରେ। ମୃତୁ ବରଣ ଖବର ପାଇ ପରିବାର ଓ ସ୍ଥାନୀୟ ଟାଉନ୍ ଲୋକ ମେଡ଼ିକାଲ ରେ ପହଞ୍ଚି ଡାକ୍ତର ଙ୍କ ଅବହେଳାରୁ ହୋମଗାଡ଼ ପରୀକ୍ଷା ଦେଉଥିବା ସାହିବ ଦେହୁରୀ ଙ୍କ ମୃତୁ ହେଇଥିବା ଅଭିଯୋଗ ଆଣି ଆନ୍ଦୋଳନ କରୁଥିଲେ ।

ଖବର ପାଇ ଜିଲ୍ଲା ପ୍ରଶାସନ ସବ୍ କଲେକ୍ଟର ପରକ୍ଷିତ ସାହୁ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝା ଶୁଝା କରିଥିଲେ। ଏହି ଦୁଃଖତ ଖବର ପାଇ ଓଡ଼ିଶା ସରକାର ଙ୍କ ତରଫରୁ ମୃତୁ ବରଣ କରିଥିବା ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶତନ୍ତ୍ର ରିଲିଫ ପାଣ୍ଠି ରୁ ଚାରି ଲକ୍ଷ ଟଙ୍କା ରାଶି ଘୋଷଣା କରିଥିଲେ। ଫଳରେ ଦେଓଗଡ ମୁଖ୍ୟ ଚିକିତ୍ସା ରୁ ଆନ୍ଦୋଳନ କରୁଥିବା ଆନ୍ଦୋଳନ କାରି ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।

ଦେଓଗଡ ରୁ ଦେବାନନ୍ଦ ନାଏକ ଙ୍କ ସହିତ ଇପିଏ ନିୟୂଜ୍।

Leave a Reply

Your email address will not be published. Required fields are marked *